Monday, September 15, 2025
24.2 C
Odisha

    ଏହି ରୋଗୀ ଅଣ୍ଡା ଖାଉଛନ୍ତି କି? ଭୋଗିବେ କ୍ୟାନ୍ସର ଭଳି ଗମ୍ଭୀର ସମସ୍ୟା

    ଆଗକୁ ପଢନ୍ତୁ

    କଥାରେ ଅଛି ‘ସନଣ୍ଡେ ହୋ ୟା ମନଣ୍ଡେ ରୋଜ୍ ଖାଓ ଅଣ୍ଡେ । କାରଣ ଅଣ୍ଡାକୁ ପ୍ରାୟ ଛୋଟ ଛୁଆଠାରୁ ଆରମ୍ଭ କରି ବଡ଼ ଲୋକମାନେ ମଧ୍ୟ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି । ଏଥିସହ ହେଲଥ ଏକ୍ସପର୍ଟମାନେ ବି ଏହାକୁ ପ୍ରତିଦିନ ଖାଇବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଅଣ୍ଡା ପ୍ରକୃତିରେ ଗରମ । ଅଣ୍ଡା ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ । ଏଥିରେ ପ୍ରୋଟିନ୍, କ୍ୟାଲସିୟମ୍, ଫୋଲିକ୍ ଏସିଡ୍, ଆମିନୋ ଏସିଡ୍ ଏବଂ ଫସଫରସ୍ ଇତ୍ୟାଦି ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଅଣ୍ଡା ଖାଇବା ଦ୍ୱାରା ହାଡ ମଜବୁତ ହେବା ସହିତ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଶକ୍ତିଶାଳୀ ହୁଏ । ଯେଉଁମାନେ ସୁସ୍ଥ ଏବଂ ପ୍ରୋଟିନ୍ ଆବଶ୍ୟକ କରନ୍ତି ସେମାନଙ୍କ ପାଇଁ ଏହା ଖୁବ୍ ଲାଭଦାୟକ ହୋଇଥାଏ ।

    କିନ୍ତୁ କଥାରେ ଅଛି ଅତି ଲେମ୍ବୁ ଚିପୁଡ଼ିଲେ ପିତା । ଠିକ ସେହି ପରି ଅଧିକ ଅଣ୍ଡା ଖାଇବାକୁ ମଧ୍ୟ ବାରଣ କରାଯାଇଛି । ଏହାକୁ ନେଇ ହେଲଥ ଏକ୍ସପର୍ଟ ଖରାପ ଓ ଭଲ ଗୁଣ ବି କହିଛନ୍ତି । ତେବେ ଅଣ୍ଡା କ’ଣ ବ୍ଲଡ ସୁଗାର ଲେବଲ ବଢ଼ାଇଥାଏ? ଏହା ଖାଇଲେ କ’ଣ କ୍ୟାନ୍ସରର ସମ୍ଭାବନା ଥାଏ? ବାସ୍ତବରେ ଅଧିକ ଅଣ୍ଡା ଖାଇବା ଦ୍ୱାରା କଣ ହୁଏ ଆସନ୍ତୁ ଜାଣିବା ।

    କେଉଁମାନେ ଖାଇବେନି ଅଣ୍ଡା   : ଅଣ୍ଡା ଖାଇଲେ କ୍ୟାନ୍ସର ହେବାର ସମ୍ଭାବନା ଥାଏ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏବେ ଯାଏ ଏହାକୁ ନେଇ ସଠିକ ରିପୋର୍ଟ ସାମ୍ନାକୁ ଆସିନାହିଁ । ସେହି ଲୋକ ଅଣ୍ଡାର ଅତ୍ୟଧିକ ବ୍ୟବହାରରୁ ଦୂରେଇ ରହିବା ଉଚିତ୍, ଯେଉଁମାନଙ୍କର କିଡନୀ ସମସ୍ୟା ଥାଏ । ହାଇ କୋଲେଷ୍ଟ୍ରୋଲ ହାର୍ଟ ଆଟାକର ଗୋଟେ କାରଣ ବୋଲି କୁହାଯାଏ । ଅଣ୍ଡାରେ ଥିବା ପ୍ରୋଟିନ, ଫ୍ୟାଟ ଇତ୍ୟାଦି କୋଲେଷ୍ଟ୍ରୋଲକୁ ବଢ଼ାଇଥାଏ । ଯାହା ହାର୍ଟ ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ଅଧିକା ଅଣ୍ଡା ଖାଇଲେ ଏହି ସମସ୍ୟା ସୃଷ୍ଟି ହୋଇପାରେ ।

    ଡାଇବେଟିସ ରୋଗୀ ଅଣ୍ଡା ଖାଇବେ ନା ନାହିଁ । ଏହାକୁ ନେଇ ଅନେକ ଚର୍ଚ୍ଚା ହୁଏ । କିଛି ଡାକ୍ତର ଅଣ୍ଡା ନ ଖାଇବାକୁ କହିଥାନ୍ତି । କିନ୍ତୁ ଅଣ୍ଡା ଅଧିକ ଖାଇବା ଠିକ୍ ନୁହେଁ । ଯଦି ଆପଣ ଅଣ୍ଡା ଖାଇବାକୁ ଚାହୁଁଛନ୍ତି, ତେବେ ଥରେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ପରେ ହିଁ ଏହାକୁ ଖାଆନ୍ତୁ । କେହି କେହି କୁହନ୍ତି ଅଣ୍ଡା ଖାଇବା ଦ୍ବାରା ମୋଟାପଣ ବଢ଼େ । କିନ୍ତୁ ଏହା ଭୁଲ । ଅଣ୍ଡାର କେସର ନ ଖାଇ ଧଳା ଅଂଶ ଖାଇଲେ ଦେହ ପାଇଁ ଭଲ ହୋଇଥାଏ । ଏହା ଖାଇବା ଦ୍ବାରା ଅଧିକ ସମୟ ଯାଏ ପେଟ ଭର୍ତ୍ତି ହୋଇ ରହେ ଏବଂ ଭୋକ କମ୍ ହୁଏ ।

    ଏଥିସହ ଜାଣିରଖନ୍ତୁ ଯେ, ଅଣ୍ଡାର ପ୍ରକୃତି ଗରମ । ଯଦି ଆପଣଙ୍କର ଡାଇରିଆ ସମସ୍ୟା ଅଛି, ତେବେ ଭୁଲରେ ମଧ୍ୟ ଅଣ୍ଡା ଖାଆନ୍ତୁ ନାହିଁ । କାରଣ ଅଣ୍ଡା ଖାଇବା ଦ୍ୱାରା ପେଟ ଖରାପ ହୋଇପାରେ । ଅଣ୍ଡାର ଅତ୍ୟଧିକ ବ୍ୟବହାର ହେତୁ ଶରୀରର କୋଲେଷ୍ଟ୍ରଲ ସ୍ତର ବଢ଼ିଥାଏ । ତେଣୁ ଯେଉଁମାନଙ୍କର କୋଲେଷ୍ଟ୍ରଲ ସ୍ତର ଅଧିକ, ସେମାନେ ଏହାର ବ୍ୟବହାରରୁ ଦୂରେଇ ରହିବା ଉଚିତ୍ ।

    ବିଶେଷକରି ଅଣ୍ଡାର ହଳଦିଆ ଅଂଶ । କାରଣ ଯଦି ଆପଣ ଏହାକୁ ସେବନ କରନ୍ତି, ତେବେ ଏହା କୋଲେଷ୍ଟ୍ରଲର ସମସ୍ୟାକୁ ଆହୁରି ବଢ଼ାଇପାରେ । କୋଷ୍ଠକାଠିନ୍ୟ ସମସ୍ୟା ଛୋଟ ମନେହୁଏ କିନ୍ତୁ ଯେଉଁମାନେ ଏହି ସମସ୍ୟା ଦେଇ ଗତି କରିଛନ୍ତି ସେମାନେ ଏହାକୁ ଭଲ ଭାବରେ ଜାଣନ୍ତି । ଯଦି ଆପଣଙ୍କର ପାକସ୍ଥଳୀ ସମ୍ବନ୍ଧୀୟ ସମସ୍ୟା ଯେପରିକି ହଜମ, କୋଷ୍ଠକାଠିନ୍ୟ ଇତ୍ୟାଦି ଅଛି, ତେବେ ଅଣ୍ଡା ଖାଇବାରୁ ଦୂରେଇ ରୁହନ୍ତୁ । ଏଥିସହ ଯଦି ଆପଣମାନଙ୍କର ଏହି ସମସ୍ୟା ହେଉଛି, ତେବେ ଅଣ୍ଡାରୁ ଦୂରେଇ ରୁହନ୍ତୁ । ଦେଖିବେ ଖୁବ୍ ଅଳ୍ପ ଦିନ ମଧ୍ୟରେ ଆପଣଙ୍କ ରେଜଲ୍ଟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    93 %
    1.2kmh
    100 %
    Mon
    28 °
    Tue
    29 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ