Monday, September 28, 2026
24.7 C
Odisha

    ଏହି ଲକ୍ଷଣରୁ ଜାଣନ୍ତୁ ବ୍ଲଡ କ୍ୟାନସରର ପ୍ରାରମ୍ଭିକ ଷ୍ଟେଜ୍‌

    ଆଗକୁ ପଢନ୍ତୁ

    ରକ୍ତ କ୍ୟାନସର ବା ଲ୍ୟୁକେମିୟାରେ ରକ୍ତ କଣିକା ବନ୍ଦ ହୋଇଯିବା କିମ୍ବା କମ ହେବା ଦ୍ୱାରା ବ୍ଲଡ କ୍ୟାନସର ହେବାର ସମ୍ଭାବନା ରହିଥାଏ। ଭାରତରେ ପ୍ରତ୍ୟେକ ବର୍ଷ ପାଖାପାଖି ଏକ ଲକ୍ଷ ଲୋକମାନେ ଏହି ରୋଗରେ ପୀଡିତ ହୋଇଥାନ୍ତି। ଲ୍ୟୁକେମିୟା ମଧ୍ୟ ଦୁଇ ପ୍ରକାରର ହୋଇଥାଏ। ଆରମ୍ଭ ହେବା ସମୟରେ ଯଦି ଏହି ରୋଗ ସମ୍ପର୍କରେ ଜାଣି ଚିକିତ୍ସା କରାଯାଏ ତେବେ ଅନେକ ଲୋକମାନଙ୍କର ଜୀବନ ରକ୍ଷା ପାଇପାରିବ। ଏହିକାରଣରୁ ଆପଣମାନେ ଜାଣି ରଖନ୍ତୁ ରକ୍ତ କ୍ୟାନସର ଆରମ୍ଭ ହେବା ସମୟରେ କେଉଁ ସବୁ ଲକ୍ଷଣ ଦେଖାଯାଇଥାଏ।

    ଯଦି ଆପଣଙ୍କୁ ନିଦ ହେବା ପରେ ମଧ୍ୟ ଦୁର୍ବଳ ଲାଗିଥାଏ ତେବେ ଏହାର କାରଣ ଲ୍ୟୁକେମିୟା ହୋଇପାରେ। କିନ୍ତୁ କେବେ କେବେ ଏନିମିୟାର ସିକାର ହେବା ଦ୍ୱାରା ମଧ୍ୟ ଦୁର୍ବଳ ଅନୁଭବ ହୋଇଥାଏ।

    -ଅଧିକ ଦୁର୍ବଳ ହେବା କାରଣରୁ ଅଳ୍ପ କିଛି କାମ କରିବା, ଚାଲିବା କିମ୍ବା ସିଡି ଚଢିବା ଦ୍ୱାରା ଯଦି ଆପଣଙ୍କ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଯାଇଥାଏ ବା ଫୁଲିଥାଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

    -ଯଦି ଶରୀରରେ କୌଣସି ଯାଗାରେ କ୍ଷତ ନହୋଇ ନୀଳ ରଙ୍ଗର ଦାଗ ହୋଇଥାଏ ତେବେ ଏହାର ଅର୍ଥ ହେଉଛି ଶରୀରରେ ଶ୍ୱେତ ରକ୍ତ କଣିକା ପ୍ରସ୍ତୁତ ହେବା ବନ୍ଦ ହୋଇଯାଇଛି।

    ଏକ୍ୟୁଟ ଲ୍ୟୁକେମିୟାର ଲକ୍ଷଣରେ ମାଢି ମଧ୍ୟ ଫୁଲିଥାଏ। ପୂର୍ବରୁ ଦାନ୍ତ ସମସ୍ୟା ନଥିଲେ ମଧ୍ୟ ମାଢି ଫୁଲିଥାଏ।

    -କେବେ କେବେ ପେଟ ଫୁଲିବାର କାରଣରୁ ପ୍ଲୀହାର ଆକାର ମଧ୍ୟ ବଢିଥାଏ। ଏହି ସମସ୍ୟା ଏକ୍ୟୁଟ ଏବଂ କ୍ରୋନିକ୍‌ ଦୁଇ ପ୍ରକାରର ଲ୍ୟୁକୋମିୟାରେ ହୋଇପାରେ। ଏହାଦ୍ୱାରା ଭୋକ ନଲାଗିବା ସହ ସର୍ବଦା ପେଟ ଭର୍ତ୍ତି ଥିବାର ଅନୁଭବ ହୋଇଥାଏ।

    ଯଦି କୌଣସି ବ୍ୟକ୍ତିଙ୍କୁ ବାରମ୍ବାର ଜର ହୋଇଥାଏ ତେବେ ଏହାର କାରଣ ହେଉଛି ସେହି ବ୍ୟକ୍ତିଙ୍କ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା କମ ହୋଇଯାଇଛି। ଏହାବ୍ୟତୀତ ଶରୀରରେ ଶ୍ୱେତ ରକ୍ତ କଣିକାର ଅଭାବରେ ମଧ୍ୟ ଏହି ଲକ୍ଷଣ ଦେଖାଯାଇଥାଏ।

    -ରାତିରେ ଶୋଇବା ସମୟରେ ଯଦି ଆପଣ ଝାଳରେ ଓଦା ହୋଇଯାନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ କାରଣ ଶରୀରରେ କୌଣସି ସଂକ୍ରମଣ କାରଣରୁ ଏପରି ହୋଇଥାଏ। ଏଥିସହ ଲ୍ୟୁକେମିୟାର ଲକ୍ଷଣରେ ମଧ୍ୟ ଏହାକୁ ସାମିଲ୍‌ କରାଯାଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.6kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ