Thursday, January 22, 2026
14.6 C
Odisha

    ଏହି ସମସ୍ୟା ଥିଲେ ଖାଆନ୍ତୁ ନାହିଁ ପିଜୁଳି, ନହେଲେ ଭୋଗିବେ କଷ୍ଟ

    ଆଗକୁ ପଢନ୍ତୁ

    ପିଜୁଳି ଶୀତଦିନ ବଜାରରେ ସବୁଠାରୁ ବିକ୍ରି ହେଉଥିବା ଫଳ । ସେପଟେ ଏହା ଖାଇବାରେ ଯେତିକି ସ୍ୱାଦିଷ୍ଟ, ସେତିକି ହିଁ ଲାଭଦାୟକ ବି ହୋଇଥାଏ । ବହୁତ ଲୋକ ଶୀତ ଋତୁରେ ଖରାରେ ବସି ଏହାକୁ ଖାଇ ଥାଆନ୍ତି । ପିଜୁଳିରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ସ୍ୱାସ୍ଥ୍ୟ ଏବଂ ସ୍କିନ ପାଇଁ ବହୁତ ଲାଭକାରୀ ହୋଇଥାଏ । ତେବେ ପିଜୁଳିକୁ ପୃଷ୍ଟିକର ଗୁଣରେ ପରିପୂର୍ଣ୍ଣ ଏକ ଫଳ ଭାବରେ ବିବେଚନା କରାଯାଏ । ଏହାର ଅନେକ ଔଷଧୀୟ ଗୁଣ ରହିଛି ଯାହା ଆପଣଙ୍କୁ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାରୁ ନିଜକୁ ରକ୍ଷା କରିପାରିବ । ପିଜୁଳିରେ ଆଣ୍ଟି-ଅକ୍ସିଡାଣ୍ଟ, ଭିଟାମିନ୍ ସି ଏବଂ ପୋଟାସିୟମ୍ ଭରପୂର ରହିଛି । ଏହା କ୍ୟାଲୋରୀରେ ବହୁତ କମ୍ ଏବଂ ଫାଇବରରେ ବହୁତ ଅଧିକ । ଏହି କାରଣଗୁଡିକ ପାଇଁ, ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ତେବେ ପିଜୁଳିରେ ଫାଇବର ଭରପୂର ମାତ୍ରାରେ ଥାଏ, ଯେଉଁ କାରଣରୁ କୋଷ୍ଠକାଠିନ୍ୟରୁ ମୁକ୍ତି ମିଳିଥାଏ, କିନ୍ତୁ ଯଦି ଆପଣ ଏହାକୁ ଅଧିକ ଖାଇଥା’ନ୍ତି, ତେବେ ଆପଣଙ୍କର ହଜମ ପ୍ରକ୍ରିୟା ମଧ୍ୟ ଖରାପ ହୋଇପାରେ । ଏପରି ପରିସ୍ଥିତିରେ ଆପଣ ଏହାକୁ ଖାଇବା ଠାରୁ ଦୂରେଇ ରହିବା ଭଲ । ତାହେଲେ ଆସନ୍ତୁ ଜାଣିବା କେଉଁ ଲୋକମାନେ ପିଜୁଳି ଖାଇବା ସ୍ୱାସ୍ଥ୍ୟ ପ୍ରତି ଠିକ ନୁହେଁ ।

    ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମରେ ପୀଡିତ ଥିବା ଲୋକ :ପିଜୁଳିରେ ଫାଇବର ଭରପୂର ମାତ୍ରାରେ ଥାଏ । ଯେଉଁ କାରଣରୁ କୋଷ୍ଠକାଠିନ୍ୟରୁ ମୁକ୍ତି ମିଳିଥାଏ, କିନ୍ତୁ ଯଦି ଆପଣ ଏହାକୁ ଅଧିକ ଖାଇଥା’ନ୍ତି, ତେବେ ଆପଣଙ୍କର ହଜମ ପ୍ରକ୍ରିୟା ମଧ୍ୟ ଖରାପ ହୋଇପାରେ । ବିଶେଷକରି ଯେତେବେଳେ ଆପଣ କଇରିଟେବଲ ବାଉଲ ସିଣ୍ଡ୍ରୋମରେ ପୀଡିତ । ଏପରି ପରିସ୍ଥିତିରେ ଆପଣ ଏହାକୁ ଖାଇବା ଠାରୁ ଦୂରେଇ ରହିବା ଭଲ । 

    ମଧୁମେହ ରୋଗୀ :ପିଜୁଳି ବ୍ୟବହାର ଦ୍ୱାରା ରକ୍ତରେ ସୁଗାର ଲେବଲ ହ୍ରାସ ହୋଇପାରେ । ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ମଧୁମେହ ଅଛି ଏବଂ ଆପଣ ପିଜୁଳିକୁ ଅତ୍ୟଧିକ ଖାଉଛନ୍ତି, ତେବେ ଆପଣଙ୍କ ରକ୍ତରେ ସୁଗାର ଲେବଲ ଯାଞ୍ଚ କରିବା ଜରୁରୀ ଅଟେ ।

    ପେଟ ଫୁଲିବା ସମସ୍ୟା :ଯେଉଁମାନେ ଖାଦ୍ୟ ଶୀଘ୍ର ହଜମ କରିପାରନ୍ତି ନାହିଁ କିମ୍ବା ପେଟ ଫୁଲିବା ସମସ୍ୟା ଅଛି, ସେମାନେ ପିଜୁଳି ଖାଇବା ଉଚିତ୍ ନୁହେଁ । ଏଥିରେ ଭିଟାମିନ୍ ସି ଭରପୂର ମିଳିଥାଏ । ଏହି କାରଣରୁ, ଏହାକୁ ହଜମ କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରେ ।

    ସ୍କିନ ସମସ୍ୟା : ପିଜୁଳି ଏବଂ ପତ୍ରରେ ଥିବା ରାସାୟନିକ ପଦାର୍ଥ ସ୍କିନରେ ଜ୍ୱଳନ ସୃଷ୍ଟି କରିପାରେ । ଏହା ପ୍ରାୟତଃ ସେହି ଲୋକମାନଙ୍କ କ୍ଷତିକାରକ ହୋଇପାରେ ଯେଉଁମାନଙ୍କର ସ୍କିନ ସମସ୍ୟା ରହିଥାଏ ଯେପରିକି ଏକ୍ଜିମା ଥାଏ, ତେଣୁ ଚର୍ମ ସମସ୍ୟା ଥିବା ଲୋକମାନେ ପିଜୁଳି ଖାଇବାରୁ ଦୂରେଇ ରହିବା ଉଚିତ, କାରଣ ଏହା ସେମାନଙ୍କ ଅବସ୍ଥାକୁ ଆହୁରି ଖରାପ କରିପାରେ ।

    ଯଦି ଆପଣଙ୍କର ଏହି ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ପିଜୁଳି ଖାଆନ୍ତୁ ନାହିଁ । ତେଣୁ ଏଥିପ୍ରତି ସାବଧାନ ରୁହନ୍ତୁ । ନଚେତ୍ ପରବର୍ତ୍ତୀ ସମୟରେ ବିପଦ ସୃଷ୍ଟି କରିପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.6 ° C
    14.6 °
    14.6 °
    65 %
    1.2kmh
    0 %
    Thu
    29 °
    Fri
    30 °
    Sat
    30 °
    Sun
    32 °
    Mon
    32 °

    ସମ୍ବନ୍ଧିତ