Thursday, April 16, 2026
42.3 C
Odisha

    ଶ୍ରୀରାମ ନବମୀ ପାଳନ ପୂର୍ବରୁ ଆଲର୍ଟରେ ବାଲେଶ୍ବର ପୋଲିସ, ମୁତୟନ ହେବେ ୨୦ ପ୍ଲାଟୁନ ଫୋର୍ସ

    ଆଗକୁ ପଢନ୍ତୁ

    ବାଲେଶ୍ଵର: ଶ୍ରୀରାମ ନବମୀ ପାଳନ ପୂର୍ବରୁ ଆଲର୍ଟରେ ବାଲେଶ୍ବର ପୋଲିସ । ଶାନ୍ତିଶୃଙ୍ଖଳାର ସହ ଶ୍ରୀରାମ ନବମୀ ପାଳନ କରିବା ପାଇଁ ବାଲେଶ୍ଵର ଜିଲ୍ଲା ପୋଲିସ ପକ୍ଷରୁ ସହରରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । ଟାଉନ୍ ଥାନା ଓ ସହଦେବ ଖୁଣ୍ଟା ଅଞ୍ଚଳରେ କୋଡ଼ିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ପର୍ବ ପାଳନ ବେଳେ କୌଣସି ପ୍ରକାର ଡିଜେ ବ୍ୟବହାର ହୋଇ ପାରିବ ନାହିଁ ।

    ସେହିପରି ସୋର, ଜଳେଶ୍ୱର ସମେତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯିବ ବୋଲି ଏସପି ପ୍ରତ୍ୟୁଷ ଦିବାକର କହିଛନ୍ତି। ଏସପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଫ୍ଲାଗ ମାର୍ଚ୍ଚରେ ବିଏସଏଫ ସମେତ ଚାରି ପ୍ଲାଟୁନ ଫୋର୍ସ ସାମିଲ ହୋଇଥିଲେ । ଫ୍ଲାଗ ମାର୍ଚ୍ଚ ଟାଉନ ଥାନା ନିକଟରୁ ବାହାରି ସିନେମାଛକ, ଟାଉନହଲ୍, ମୀର୍ଜାପୋଖରୀ ଛକ, ମଣ୍ଡଳବଜାର, ଦାମୋଦରପୁର, ବଡ଼ଖୁଆ, ପାତ୍ରପଡ଼ା, ସୁନହଟ ଦେଇ ଗଡ଼ଗଡ଼ିଆ ଛକରେ ଶେଷ ହୋଇଥିଲା ।

    ଶ୍ରୀରାମ ନବମୀ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ରାମନବମୀ ପାଳନ ବେଳେ ସାରା ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନକୁ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.3 ° C
    42.3 °
    42.3 °
    12 %
    4.4kmh
    2 %
    Thu
    43 °
    Fri
    43 °
    Sat
    43 °
    Sun
    44 °
    Mon
    44 °

    ସମ୍ବନ୍ଧିତ