Tuesday, September 29, 2026
30.1 C
Odisha

    ଏହି ୩ଟି ରାଶିର ଲୋକଙ୍କୁ କେହି ଦିଅନ୍ତି ନାହିଁ ସମ୍ମାନ, ସ୍ୱାର୍ଥ ହାସଲ ପାଇଁ ଏମାନଙ୍କୁ ସବୁବେଳେ ବ୍ୟବହାର କରନ୍ତି ଲୋକେ

    ଆଗକୁ ପଢନ୍ତୁ

    ‘ନା ଏ କୂଳର ନା ସେ କୂଳର’… ଏହି ପ୍ରବାଦଟି ଆପଣ ନିଶ୍ଚୟ ଶୁଣିଥିବେ। ଏହି କଥାଟି ସେହି ଲୋକମାନଙ୍କ ପାଇଁ ସମ୍ପୂର୍ଣ୍ଣ ସଠିକ୍, ଯେଉଁମାନଙ୍କୁ କୌଣସି ବି ସ୍ଥାନରେ ଉଚିତ୍ ସମ୍ମାନ ମିଳିନଥାଏ। ଲୋକେ ସେମାନଙ୍କୁ ନିଜର ସୁବିଧା ଓ ପରିସ୍ଥିତି ଅନୁସାରେ ବ୍ୟବହାର କରନ୍ତି ଏବଂ କାମ ସରିବା ପରେ ଛାଡ଼ି ଦିଅନ୍ତି।

    ତେବେ କେବଳ ସ୍ୱଭାବ ନୁହେଁ, ବରଂ ବ୍ୟକ୍ତିର ରାଶି ଜରିଆରେ ମଧ୍ୟ ଜାଣିହେବ ଯେ ଏହି ପ୍ରବାଦଟି ସେମାନଙ୍କ ଉପରେ ଖାପ ଖାଉଛି କି ନାହିଁ। ପ୍ରକୃତରେ, ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ବିଷୟରେ ଉଲ୍ଲେଖ କରାଯାଇଛି, ଯେଉଁଥିରେ ସେମାନଙ୍କ ସ୍ୱଭାବଠାରୁ ଆରମ୍ଭ କରି ପ୍ରତ୍ୟେକ ଛୋଟ-ବଡ଼ ଗୁଣ ଓ ଦୋଷ ଆଦି ବିଷୟରେ କୁହାଯାଇଛି।

    ଆଜି ଆମେ ଆପଣଙ୍କୁ ସେହିଭଳି ୩ଟି ରାଶି ବିଷୟରେ ଜଣାଇବାକୁ ଯାଉଛୁ, ଯେଉଁମାନଙ୍କ ପାଇଁ ପ୍ରାୟତଃ ‘ନା ଏ କୂଳର ନା ସେ କୂଳର’ ପ୍ରବାଦ ବ୍ୟବହାର କରାଯାଏ, ଅର୍ଥାତ୍ ଏହି ରାଶିର ଲୋକଙ୍କୁ ସମସ୍ତେ ଇଗ୍ନୋର କରନ୍ତି ଏବଂ ସମ୍ମାନ ଦିଅନ୍ତି ନାହିଁ।

     

    ମକର ରାଶି: ମକର ରାଶିର ଲୋକମାନେ ଅତ୍ୟନ୍ତ ପରିଶ୍ରମୀ ହେବା ସହିତ ସଫା ହୃଦୟର ହୋଇଥାନ୍ତି। ସେମାନେ ଖୁବ୍ ସହଜରେ ଅନ୍ୟମାନଙ୍କ କଥାରେ ଭାସି ଯାଆନ୍ତି। ଏହି କାରଣରୁ ଲୋକେ ସେମାନଙ୍କୁ ନିଜ ହିସାବରେ ବ୍ୟବହାର କରିନିଅନ୍ତି ଏବଂ ପରେ ଆଦୌ ସମ୍ମାନ ଦିଅନ୍ତି ନାହିଁ।

     

     

    କୁମ୍ଭ ରାଶି: କୁମ୍ଭ ରାଶିର ଲୋକମାନେ ନିଜର ଭଲ ଆଚରଣ ପାଇଁ ଜଣାଶୁଣା। ସେମାନେ ଅନ୍ୟ ଲୋକଙ୍କ ଗହଣରେ ସହଜରେ ଆଡଜଷ୍ଟ କରିପାରନ୍ତି ନାହିଁ, ବରଂ ନିଜକୁ ସମସ୍ତଙ୍କଠାରୁ ଅଲଗା ରଖିବାକୁ ପସନ୍ଦ କରନ୍ତି। କିନ୍ତୁ, ଯଦି କେହି ସେମାନଙ୍କ ସହ ଟିକେ ପ୍ରେମରେ କଥା ହୁଏ, ତେବେ ସେମାନେ ଏକ ମୁହୂର୍ତ୍ତରେ ତାଙ୍କର ଆପଣାର ହୋଇଯାଆନ୍ତି। ଏଭଳି ପରିସ୍ଥିତିରେ ଏହି ଲୋକମାନଙ୍କୁ ବ୍ୟବହାର କରି ଛାଡ଼ିଦେବା ଅନ୍ୟମାନଙ୍କ ପାଇଁ ବହୁତ ସହଜ ହୋଇଥାଏ।

    ମୀନ ରାଶି: ମୀନ ରାଶିର ଲୋକଙ୍କ ସ୍ୱଭାବ ଖୁବ୍ ସରଳ ଓ ନିଷ୍କପଟ ହୋଇଥାଏ। ସେମାନେ ଲୋକଙ୍କ କଥାକୁ ତୁରନ୍ତ ବିଶ୍ୱାସ କରିନିଅନ୍ତି ଏବଂ କେଉଁଟା ଭଲ ଓ କେଉଁଟା ମନ୍ଦ, ତାହାର ସଠିକ୍ ନିଷ୍ପତ୍ତି ନେଇପାରନ୍ତି ନାହିଁ। ସେମାନଙ୍କର ଏହି ଭୋଳାପଣର ଫାଇଦା ପ୍ରାୟତଃ ସ୍ୱାର୍ଥପର ଲୋକେ ଉଠାଇଥାନ୍ତି ଏବଂ ନିଜ ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ବ୍ୟବହାର କରନ୍ତି। ତେବେ କାମ ହାସଲ ହେବା ପରେ ଲୋକେ ସେମାନଙ୍କୁ ସମ୍ମାନ ଦେବା ତ ଦୂରର କଥା, ବରଂ ସମ୍ପୂର୍ଣ୍ଣ ଭାବେ ଇଗ୍ନୋର କରନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    61 %
    3kmh
    10 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ