Friday, January 23, 2026
21.2 C
Odisha

    ଏହି ୫ଟି ଖରାପ ଅଭ୍ୟାସ ଜୀବନରୁ ସମସ୍ତ ସୁଖଶାନ୍ତିକୁ ଛଡ଼ାଇ ନେଇଥାଏ

    ଆଗକୁ ପଢନ୍ତୁ

    ସବୁ ବ୍ୟକ୍ତି ଚାହିଁଥାନ୍ତି ସଫଳତା ପାଇବା ପାଇଁ । କିଛି ବ୍ୟକ୍ତି ମଧ୍ୟ ସଫଳତା ପାଇଯାଇଥାନ୍ତି କିନ୍ତୁ କିଛି ଖରାପ ଅଭ୍ୟାସ ପାଇଁ ଏହି ସଫଳତା ବହୁତ ଦିନ ଯାଏ ରହିପାରେ ନାହେଁ । ନିତି ଶାସ୍ତ୍ର ଅନୁସାରେ ଏହିପରି ୫ଟି ଖରାପ ଅଭ୍ୟାସ ବିଷୟରେ କୁହାଯାଇଛି ଯାହା କାହାକୁ ବି ବରବାଦ୍ କରିଦେବ । ତେବେ ଆସନ୍ତୁ ଜାଣିବା ଏହି ସବୁ ଖରାପ ଅଭ୍ୟାସ କ’ଣ  ।

    ଆଳସ୍ୟ : ଆଳସ୍ୟକୁ ମନ୍ୟୁଷ୍ୟର ସବୁଠାରୁ ଶତ୍ରୁ ବୋଲି କୁହାଯାଏ । ଯେଉଁ ବ୍ୟକ୍ତି କାମ ଚୋର ହୋଇଥାନ୍ତି ଏବଂ ସର୍ବଦା ଅଳସୁଆ ହୋଇଥାନ୍ତି ଦେବୀ ଲକ୍ଷ୍ମୀ ସେହି ବ୍ୟକ୍ତିଙ୍କ ପାଖକୁ କଦାପି ଯାଇ ନଥାନ୍ତି । ସର୍ବଦା କର୍ମ କରୁଥିବା ଲୋକଙ୍କ ପାଖକୁ ହିଁ ଦେବୀ ଲକ୍ଷ୍ମୀ ଯାଇଥାନ୍ତି ।

    ମଦ୍ୟ ପାନ : ଶାସ୍ତ୍ର ଅନୁସାରେ ମଦ୍ୟ ପାନ କରୁଥିବା ବ୍ୟକ୍ତିଙ୍କର ମସ୍ତିଷ୍କକୁ ଶୂନ୍ୟ କରିଦେଇଥାଏ ଏବଂ ଆତ୍ମାକୁ ଅଂହକାରୀ କରିଦେଇଥାଏ । ଏହି ଭଳି ବ୍ୟକ୍ତିଙ୍କ ପାଖରେ କେତେବି ଟଙ୍କା ଥାଉ ନା କାହିଁକି ମଦ୍ୟ ପାନ ସେହି ବ୍ୟକ୍ତିଙ୍କୁ ବରବାଦ କରିଦେଇଥାଏ ।

    ପର ସ୍ତ୍ରୀଙ୍କ ପ୍ରତି ମୋହ  : ପର ସ୍ତ୍ରୀଙ୍କ ସହିତ ସଂପର୍କ ରଖୁଥିବା ବ୍ୟକ୍ତିଙ୍କ କେବେବି ମାନ-ସମ୍ମାନ ମିଳି ନଥାଏ । ଶାସ୍ତ୍ର ଅନୁସାରେ ନିଜର ନିମ୍ନମାନର ଚାଲିଚଳନ ପାଇଁ ଏହିଭଳି ବ୍ୟକ୍ତିଙ୍କର ସମସ୍ତ ଧନ ଏବଂ ଜୀବନ ନଷ୍ଟ ହୋଇଯାଇଥାଏ ।

    ଦିନରେ ଶୋଇବା : ଦିନରେ ଶୋଇବା ଅଭ୍ୟାସକୁ ଶାସ୍ତ୍ରରେ ଧନକୁ ନାଶ କରିବା ବ୍ୟକ୍ତି ବୋଲି କୁହାଯାଇଛି । ଦିନରେ ଶୋଉଥିବା ବ୍ୟକ୍ତିଙ୍କ ଉପରେ ମା’ଲକ୍ଷ୍ମୀ କେବେବି କୃପା କରି ନଥାନ୍ତି । ଭଗବାନ ଶ୍ରୀ କୃଷ୍ଣ ମଧ୍ୟ ଗୀତାରେ ଦିନରେ ଶୋଉଥିବା ବ୍ୟକ୍ତିମାନଙ୍କୁ ଅସଫଳତାର କାରଣ ବୋଲି କହିଛନ୍ତି ।

    ଜୁଆ ଖେଳୁଥିବା ବ୍ୟକ୍ତି : ଜୁଆ କାହାର ହୋଇନଥାଏ ଏହା କାହିଁ କେତେ ଲୋକଙ୍କୁ ବରବାଦ କରିସାରିଛି । ଏହି ସବୁର ସବୁଠାରୁ ବଡ ଉଦାହରଣ ହେଉଛି ମହାଭାରତ । ଜୁଆ କାରଣରୁ ହିଁ ପାଣ୍ଡବଙ୍କୁ ତାଙ୍କର ରାଜ୍ୟ ହରାଇବାକୁ ପଡିଥିଲା । ଜୁଆ ମାନ-ସମ୍ମାନ ଏବଂ ଧନକୁ ନାଶ କରିଥାଏ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.2 ° C
    21.2 °
    21.2 °
    60 %
    0.8kmh
    0 %
    Fri
    29 °
    Sat
    30 °
    Sun
    31 °
    Mon
    32 °
    Tue
    32 °

    ସମ୍ବନ୍ଧିତ