Thursday, October 1, 2026
23.8 C
Odisha

    ଏହି ୫ଟି ଲକ୍ଷଣ ଥିବା ମହିଳା ଅଲକ୍ଷ୍ମୀ

    ଆଗକୁ ପଢନ୍ତୁ

    ଗୋଟିଏ ଘରର ସୁଖ ଏବଂ ଦୁଃଖ ସେହି ଘରର ସ୍ତ୍ରୀ ଉପରେ ନିର୍ଭର କରିଥାଏ, ଯିଏ ଘରର ସମସ୍ତ କାର୍ଯ୍ୟ କରିବା ସହିତ ସମସ୍ତଙ୍କର ଯତ୍ନ ନେଇଥାଏ। କିନ୍ତୁ କିଛି କାମ ଏପରି ରହିଥାଏ ଯାହା କରିବା ଦ୍ୱାରା ମା ଲକ୍ଷ୍ମୀ କେବେହେଲେ ଘରକୁ ଆସି ନଥାନ୍ତି। କୁହାଯାଏ କି ଗୋଟିଏ ନାରୀ ହିଁ ଚାହିଁଲେ ଗୋଟିଏ ଘରକୁ ସ୍ୱର୍ଗ ଏବଂ ନର୍କ ମଧ୍ୟ କରିଦେଇଥାଏ। ଆସନ୍ତୁ ଜାଣିବା ଏହି ୫ କାମ-

    ଝାଡୁକୁ ଗୋଡ଼ରେ ମାଡୁବା – ଯେଉଁ ଘରେ ଝାଡୁକୁ ଗୋଡ଼ରେ ମାଡ଼ିଥାନ୍ତି ସେହି ଘରେ କେବେହେଲେ ମା ଲକ୍ଷ୍ମୀ ରହିନଥାନ୍ତି। ସେହି ଘରେ ସର୍ବଦା ଦୁଃଖ ଦୁର୍ଦ୍ଦଶା ଲାଗି ରହିଥାଏ। କୁହାଯାଏ କି ଝାଡୁରେ ମା ଲକ୍ଷ୍ମୀ ସ୍ୱୟଂ ବାସ କରିଥାନ୍ତି।

    ଚୁଲା ଉପରେ ଅଇଁଠା ବାସନ ରଖିବା – ଯଦି ଆପଣ ମାନଙ୍କ ଘରେ ସ୍ତ୍ରୀ ଲୋକମାନଙ୍କର ଏପରି ଅଭ୍ୟାସ ରହିଥାଏ, ରାତିରେ ଅଇଁଠା ବାସନକୁ ରଖି ଶୋଇଯିବାର ତାହେଲେ ଆଜି ହିଁ ସେହି ଅଭ୍ୟାସକୁ ଦୁରାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ ରହିନଥାନ୍ତି ଏବଂ ଘରକୁ ଦୁଖଃ ଦରିଦ୍ରତା ଆସିଥାଏ।

    ଗୋଇଁଠା ମାରି କବାଟ ଖୋଲିବା – ଯେଉଁ ଘରର ମହିଳାମାନେ ଗୋଇଁଠା ମାରି କବାଟ ଖୋଲି ଥାଆନ୍ତି ବା ବନ୍ଦ କରିଥାନ୍ତି ସେହି ଘର ଉପରେ ମା ଲକ୍ଷ୍ମୀ କ୍ରୋଧ କରିଥାନ୍ତି। ସେହି ଘରେ କେବେହେଲେ ଟଙ୍କା ପଇସା ରହେ ନାହିଁ। ସବୁବେଳେ ଅଭାବ ଅନଟନ ଦେଖାଦେଇଥାଏ।

    ଦୁଆର ବନ୍ଧ ଉପରେ ବସି ଖାଇବା – ଯଦି କାହା ଘରେ ମହିଳା ମାନେ କିମ୍ବା ଘର ପରିବାରର ଅନ୍ୟ କେହି ସଦସ୍ୟ ଦୁଆର ବନ୍ଧ ଉପରେ ବସି ଖାଇଥାନ୍ତି, ସେହି ଘରର ବର୍ବାଦ ହେବାର କାରଣ ହୋଇଥାଏ। ହିନ୍ଦୁଧର୍ମ ଅନୁସାରେ ଏପରି କରିବାକୁ ଅଶୁଭ ବୋଲି ମାନାଯାଏ। ତେବେ ଦୁଆର ବନ୍ଧ ଉପରେ କିମ୍ବା ପାଖରେ ବସି ଖାଆନ୍ତୁ ନାହିଁ।

    ସନ୍ଧ୍ୟା ସମୟରେ ଘରେ ଝାଡୁ କରିବା – ଆପଣ ମାନେ ଧ୍ୟାନ ଦେବେକି ଭୁଲରେ ମଧ୍ୟ ସନ୍ଧ୍ୟା ସମୟରେ ଝାଡୁ ଦେବେ ନାହିଁ। କେବଳ ପୂଜା କରିବା ସମୟରେ ହିଁ ଝାଡୁ ଦେଇପାରିବେ। ଅନ୍ୟଥା ଅନ୍ୟ ସମୟରେ ଝାଡୁ ଦେବେ ନାହିଁ। ଏଭଳି କରିବା ଦ୍ୱାରା ଘରେ ଦୁଃଖ ଦୁର୍ଦ୍ଦଶା ଲାଗିରହିଥାଏ, କଳହ ଲାଗିରହିଥାଏ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    79 %
    1.6kmh
    13 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ