Thursday, September 17, 2026
30 C
Odisha

    ଏୟାର ଇଣ୍ଡିଗୋ ବିମାନର ବୋମା ଧମକ, ୱାଶରୁମରୁ ମିଳିଲା ଧମକପୂର୍ଣ୍ଣ ନୋଟ୍

    ଆଗକୁ ପଢନ୍ତୁ

    ଅହମ୍ମଦାବାଦ : କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରୁ ଅହମ୍ମଦାବାଦ ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ଏୟାର ଇଣ୍ଡିଗୋ ବିମାନର ୱାଶରୁମରୁ ମିଳିଲା ଧମକପୂର୍ଣ୍ଣ ଚିଠି । ମିଳିଥିବା ଚିଠିରେ ବୋମା ଥିବା ସୂଚନା ମିଳିଛି । ଯାହା ଉଡ଼ାଣ ଭିତରେ ଉତ୍ତେଜନା ସୃଷ୍ଟି କରିଥିଲା । ହେଲେ ତଦନ୍ତ ସତ୍ତ୍ବେ କୌଣସି ସନ୍ଦେହଜନକ ବସ୍ତୁ ମିଳିନଥିଲା ବୋଲି ପୋଲିସ ଅଭିଯୋଗ କରିଛି ।

    ସୂଚନାନୁଯାୟୀ, ଗୁରୁବାର ଦିନ ରାତି ୮ଟାରେ ବେଙ୍ଗାଲୁରୁରୁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିବାକୁ ଥିବା ଏକ ଇଣ୍ଡିଗୋ ବିମାନର ୱାଶରୁମରେ ଏକ ଚିଟ୍ ମିଳିଥିଲା । ଯାହା ବୋମା ଧମକ ନୋଟ୍ ଥିଲା । ଯେଉଁଥିରେ ଲେଖାଯାଇଥିଲା ଯେ, ଡୋଣ୍ଟ ଗୋ, ବମ୍ ହୈ, ପ୍ଲିଜ୍ । ଏହି ନୋଟ୍ ମିଳିବା ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା । ଏଥିସହ ବିମାନଟିକୁ ତୁରନ୍ତ ଏକ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା ଏବଂ ସମ୍ପୂର୍ଣ୍ଣ ଭାବେ ଯାଞ୍ଚ କରାଯାଇଥିଲା । ବହୁ ଖୋଜାଖୋଜି ପରେ ମଧ୍ୟ କୌଣସି ସନ୍ଦେହଜନକ ବସ୍ତୁ ମିଳିନଥିଲା । ବୋମା ଧମକ ମିଥ୍ୟା ଥିଲା ବୋଲି ସ୍ପଷ୍ଟ ହୋଇଛି । ଏହା ବ୍ୟତୀତ ଉଡ଼ାଣର ବିଳମ୍ବ ହେବାରୁ ଯାତ୍ରୀମାନଙ୍କୁ ଅସୁବିଧାର ସମ୍ମୁଖୀନ କରିବାକୁ ପଡିଥିଲା । ଇଣ୍ଡିଗୋ ଏହି ଘଟଣା ସମ୍ପର୍କରେ ଏକ ପୋଲିସ ଅଭିଯୋଗ ଦାଖଲ କରିଛି ଏବଂ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    30 ° C
    30 °
    30 °
    71 %
    0.9kmh
    55 %
    Thu
    29 °
    Fri
    32 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ