Friday, July 17, 2026
25 C
Odisha

    ରେଳ ଫାଟକରେ ସ୍କୁଲ ଭ୍ୟାନକୁ ଧକ୍କା ଦେଲା ଟ୍ରେନ, ୨ ଛାତ୍ରଙ୍କ ସମେତ ୩ ମୃତ

    ଆଗକୁ ପଢନ୍ତୁ

    କୋଲକତା : କୋଲକତା ମୁର୍ଶିଦାବାଦର ଗୋବିନ୍ଦପୁର ରେଳ ଫାଟକରେ ବଡ଼ ଅଘଟଣ । ଲେଭେଲ କ୍ରସିଂ ପାର ହେଉଥିବାବେଳେ ଏକ ସ୍କୁଲ୍ ଭ୍ୟାନକୁ ଧକ୍କା ଦେଇଛି ଟ୍ରେନ୍ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଜଣ ସ୍କୁଲ୍ ଛାତ୍ରଙ୍କ ସହ ଜଣେ ଲୋକଙ୍କର ମୃତ୍ୟୁ ହୋଇଛି । ଘଟଣାରେ ଚାରି ଜଣ ପିଲା ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି । ରେଲୱେ ପୋଲିସ ଏବଂ ସ୍ଥାନୀୟ ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରିଛି ।

    ଖବର ମୁତାବକ, କର୍ଣ୍ଣ ସୁବର୍ଣ୍ଣ ଓ ଗୋବିନ୍ଦପୁର ରେଳ ଷ୍ଟେସନ୍ ମଧ୍ୟରେ ଥିବା ଏକ ଲେଭେଲ କ୍ରସିଂରେ ସ୍କୁଲ୍ ବସଟି ପିଲାମାନଙ୍କୁ ନେଇ କ୍ରସିଂ ପାର ହେଉଥିବାବେଳେ ଦ୍ରୁତଗତିରେ ଆସୁଥିବା ଟ୍ରେନ୍ ବସକୁ ଧକ୍କା ଦେଇଥିଲା । ଗାଡ଼ି ଧ୍କକାରେ ଭ୍ୟାନଟି ଦୂରକୁ ଛିଟିକି ପଡ଼ିଥିଲା । ଦୁର୍ଘଟଣାରେ ଦୁଇ ଜଣ ସ୍କୁଲ୍ ଛାତ୍ର ଜୀବନ ଚାଲିଯାଇଥିବା ବେଳେ ଜଣେ ଲୋକଙ୍କ ମଧ୍ୟ ମୃତ୍ୟୁ ଘଟିଛି । ଆହତ ହୋଇଥିବା ଚାରି ଜଣ ଛାତ୍ରଙ୍କୁ ସ୍ଥାନୀୟ ଲୋକ ଓ ଉଦ୍ଧାରକାରୀ ଦଳ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ପଠାଇଥିଲେ । ତେବେ ସ୍କୁଲ ଭ୍ୟାନରେ ୮ ଜଣ ଲୋକ ରହିଥିଲେ ।

    ଦୁର୍ଘଟଣା ପରେ ଘଟଣାସ୍ଥଳରେ ରେଳବାଇ, ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ । ଦୁର୍ଘଟଣାର ପ୍ରକୃତ କାରଣ କ’ଣ ଥିଲା ଏବଂ ଲେଭେଲ କ୍ରସିଂରେ କୌଣସି ଅବହେଳା ହୋଇଥିଲା କି ନାହିଁ, ସେନେଇ ତଦନ୍ତ ଆରମ୍ଭ ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଲେଭଲ କ୍ରସିଂ ଗେଟ୍ ଖୋଲାଥିବାରୁ ସ୍କୁଲ ଗାଡ଼ି ଯାଉଥିଲା । ଆଉ ଏହି ସମୟରେ ଟ୍ରେନ ଧକ୍କା ଦେଇଥିଲା । ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25 ° C
    25 °
    25 °
    91 %
    1.9kmh
    100 %
    Fri
    25 °
    Sat
    30 °
    Sun
    29 °
    Mon
    28 °
    Tue
    27 °

    ସମ୍ବନ୍ଧିତ