Monday, March 30, 2026
27.4 C
Odisha

    ଏ କି ଅସ୍ମିତା? ନିଜକୁ ଶ୍ରୀ ଜଗନ୍ନାଥ କହିଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଅସ୍ମିତାର ଦ୍ବାହି ଦେଇ ରାଜ୍ୟରେ କ୍ଷମତା ଦଖଲ କରିଥିବା ବିଜେପି ସରକାର କେମିତି ଓଡ଼ିଆ ଅସ୍ମିତାକୁ ଅପମାନିତ କରୁଛନ୍ତି ତାହାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି। ଶନିବାର ମୁଖ୍ୟମନ୍ତ୍ରୀ ସର୍ବସାଧାରଣରେ ନିଜକୁ ଶ୍ରୀ ଜଗନ୍ନାଥ ଏବଂ କୃଷିମନ୍ତ୍ରୀଙ୍କୁ ବଳଭଦ୍ରଙ୍କ ସହ ତୁଳନା କରିଛନ୍ତି। ବଡ଼ଭାଇ ହିସାବରେ ବଳଭଦ୍ର ଦେଇଥିବା ଗାଳିକୁ ସେ ସାନ ଭାଇ ଜଗନ୍ନାଥ ଭାବେ ସହିଯାଇଛନ୍ତି ବୋଲି ଦେଇଥିବା ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଓଡ଼ିଆ ଅସ୍ମିତାର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଙ୍କ ସହ ମୁଖ୍ୟମନ୍ତ୍ରୀ ନିଜକୁ ତୁଳନା କରିବା କେତେଦୂର ଶୋଭନୀୟ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

    ପ୍ରସଙ୍ଗଟି ଥିଲା ଏହିପରି। ଓୟୁଏଟିର ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉଦବୋଧନ ଦେବା ସମୟରେ ସେ କହିଲେ, ‘କୃଷିମନ୍ତ୍ରୀ ମୋତେ ଗାଳି ଦେଇଛନ୍ତି। ବଡ଼ ଭାଇ ହିସାବରେ ମୋତେ ଗାଳିଦେବା ଲାଗି ତାଙ୍କର ଅଧିକାର ରହିଛି। ତେଣୁ ଏହାକୁ ଉଦାରତା ସହିତ ମୁଁ ସହିଯାଇଛି।’ କେବଳ ଏତିକି ନୁହେଁ, ଆଉ ପାଦେ ଆଗକୁ ଯାଇ ମୁଖ୍ୟମନ୍ତ୍ରୀ ନିଜକୁ କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହ ତୁଳନା କରିଥିବା ବେଳେ କୃଷିମନ୍ତ୍ରୀଙ୍କୁ ବଡ଼ ଠାକୁର ବଳଭଦ୍ରଙ୍କ ସହ ତୁଳନା କରିବାକୁ ପଛାଇ ନଥିଲେ। ସେ କହିଥିଲେ,‘‘କୃଷି ମନ୍ତ୍ରୀ ହେଉଛନ୍ତି ବଡ଼ଭାଇ ବଳଭଦ୍ର ଏବଂ ମୁଖ୍ୟମନ୍ତ୍ରୀ ହେଉଛନ୍ତି ସାନଭାଇ ଜଗନ୍ନାଥ। ତେଣୁ ସାନଭାଇକୁ ଗାଳିଦେବା ଲାଗି ବଡ଼ ଭାଇଙ୍କର ଅଧିକାର ରହିଛି। ସେ ଆଗରୁ ‘ଷ୍ଟାଚୁଆରି ୱାର୍ଣ୍ଣିଂ’ ଦେଇଥିଲେ ଯେ ମୋତେ ଗାଳିଦେେବv ସାନଭାଇ ମୁଖ୍ୟମନ୍ତ୍ରୀ ହେଲେ ବି ସେ ଜଗନ୍ନାଥଙ୍କ ସ୍ବରୂପ। ସେ ଉଦାରବାଦୀ। ସେ ସବୁ ଗାଳିକୁ ସହିଯାଆନ୍ତି। ସୂଚନାଯୋଗ୍ୟ ଯେ ରାଜ୍ୟ ମନ୍ତ୍ରିମଣ୍ଡଳ ଗଠନ ପରେ ଏକ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀଜଗନ୍ନାଥ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କୁ ବଳଭଦ୍ର ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରଡ଼ାଙ୍କୁ ସୁଭଦ୍ରା ଭାବେ ପରିଚୟ ପ୍ରଦାନ କରିଥିଲେ। କେବଳ ସେତିକି ନୁହେଁ; ଗତ ନିର୍ବାଚନ ବେଳେ ଶ୍ରୀ ଜଗନ୍ନାଥ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭକ୍ତ ବୋଲି କହିଥିଲେ ବିଜେପି ନେତା ସମ୍ବିତ ପାତ୍ର। ଏହାକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରୁ ସେ କ୍ଷମା ପ୍ରାର୍ଥନା କରିଥିଲେ। ପୁଣି ଆଜି ମୁଖ୍ୟମନ୍ତ୍ରୀ ନିଜକୁ ଶ୍ରୀ ଜଗନ୍ନାଥ ଏବଂ କୃଷିମନ୍ତ୍ରୀଙ୍କୁ ବଳଭଦ୍ର କହି ଓଡ଼ିଆ ଅସ୍ମିତା ପ୍ରତି ଉପହାସ କରିଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ