Wednesday, November 11, 2026
27.2 C
Odisha

    ଐତିହାସିକ ଚୁକ୍ତି ସ୍ବାକ୍ଷରିତ, ଅନ୍ତ ହେଲା ଆମେରିକା-ଇରାନ ଯୁଦ୍ଧ

    ଆଗକୁ ପଢନ୍ତୁ

    ଆମେରିକା : ଯୁଦ୍ଧର ହେଲା ଅନ୍ତ । ଆମେରିକା-ଇରାନ ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ। ଯୁଦ୍ଧ ଶେଷ କରିବା ପାଇଁ ଚୁକ୍ତି ସ୍ବାକ୍ଷର କଲେ ଉଭୟ ଦେଶ। ଚୁକ୍ତିନାମାରେ ସ୍ବାକ୍ଷର କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ପେଜେସ୍କିଆନ। ଫ୍ରାନ୍ସର ଭର୍ସାଇଲ୍ସଠାରେ ରାତ୍ରୀ ଭୋଜନ ସମୟରେ ରାଷ୍ଟ୍ରପତି ଟ୍ରମ୍ପ ଏହାକୁ ବ୍ୟକ୍ତିଗତ ଭାବେ ସ୍ୱାକ୍ଷର କରିଥିବା ନେଇ ସୂଚନା ରହିଛି। ଉଭୟ ଦେଶ ସେମାନଙ୍କର ସାମରିକ କାର୍ଯ୍ୟକଳାପ ବନ୍ଦ କରିବାକୁ ରାଜି ହୋଇଛନ୍ତି। ଫଳରେ ବନ୍ଦ ହୋଇଥିବା ହର୍ମୁଜ୍ ପ୍ରଣାଳୀ ଖୋଲିବ। ଇରାନ ଉପରେ ଲଗାଯାଇଥିବା ଆର୍ଥିକ କଟକଣାକୁ କିପରି କୋହଳ କରାଯିବ ଏବଂ ଇରାନର ପୁନର୍ଗଠନ ପାଇଁ ପାଣ୍ଠି ଯୋଗାଇବା ନେଇ ମଧ୍ୟ ଏହି ଚୁକ୍ତିରେ ରହିଛି । ଏହା ଏକ ପ୍ରାରମ୍ଭିକ ଚୁକ୍ତି ମାତ୍ର । ଆଗାମୀ ଦୁଇ ମାସ ମଧ୍ୟରେ ସ୍ୱିଜରଲ୍ୟାଣ୍ଡରେ ଅଧିକ ବିସ୍ତୃତ ଆଲୋଚନା ହେବାର ଯୋଜନା ରହିଛି । ଯେଉଁଥିରେ ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ଜଟିଳ ପ୍ରସଙ୍ଗ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.2 ° C
    27.2 °
    27.2 °
    54 %
    1.6kmh
    0 %
    Wed
    27 °
    Thu
    27 °
    Fri
    26 °
    Sat
    27 °
    Sun
    27 °

    ସମ୍ବନ୍ଧିତ