Wednesday, April 8, 2026
30.6 C
Odisha

    ଐଶ୍ଚର୍ଯ୍ୟାଙ୍କ ଛାଡପତ୍ରକୁ ନେଇ ମୁହଁ ଖୋଲିଲେ ଅଭିଷେକ ବଚ୍ଚନ

    ଆଗକୁ ପଢନ୍ତୁ

    ମୁମ୍ବଇ: ନିକଟରେ ଅଭିଷେକଙ୍କ ଏକ ନକଲି ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଏଥିରେ ସେ ଐଶ୍ଚର୍ଯ୍ୟାଙ୍କ ଛାଡପତ୍ରକୁ ନିଶ୍ଚିତ କରିଥିଲେ। ପ୍ୟାରିସରେ ଚାଲିଥିବା ୨୦୨୪ ଅଲିମ୍ପିକ୍ସ ପାଇଁ ଅଭିଷେକଙ୍କୁ ଐଶ୍ଚର୍ଯ୍ୟା ଏବଂ ଆରାଧ୍ୟା ବିନା ମଧ୍ୟ ଦେଖିବାକୁ ମିଳିଥିଲା। ଏସବୁ ମଧ୍ୟରେ ପ୍ରଥମ ଥର ପାଇଁ ଅଭିଷେକ ଐଶ୍ଚର୍ଯ୍ୟାଙ୍କ ସହ ଛାଡପତ୍ର ହେବାର ଗୁଜବ ଉପରେ ମୁହଁ ଖୋଲିଛନ୍ତି ଏବଂ ଛାଡପତ୍ର ଗୁଜବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏକ ସାକ୍ଷାତକାରରେ ଅଭିଷେକଙ୍କୁ ଐଶ୍ଚର୍ଯ୍ୟାଙ୍କ ସହ ଛାଡପତ୍ର ହେବାର ଗୁଜବ ବିଷୟରେ ପଚରାଯାଇଥିଲା। ଏହା ଉପରେ ଅଭିନେତା ତାଙ୍କ ରିଙ୍ଗ ଦେଖାଇ ସ୍ପଷ୍ଟ କରିଛନ୍ତି, ସେ ବିବାହିତ। ଅଭିଷେକ ଏହା ମଧ୍ୟ କହିଛନ୍ତି, ସବୁକିଛି ବଢେଇଚଢେଇ ଉପସ୍ଥାପନ କରାଯାଉଛି। ଜଣେ ସେଲିବ୍ରିଟି ହୋଇଥିବାରୁ ଏହାର ପରିଣାମ ଭୋଗିବାକୁ ପଡୁଛି। ଏ ବିଷୟରେ ମୁଁ କିଛି ବି କହିବାକୁ ଚାହୁଁନାହିଁ। ଦୁଃଖର ବିଷୟ, ସମସ୍ତେ ପୁରା ଜିନିଷ ଅଧିକ ମାତ୍ରାରେ ଭାଇରାଲ କରୁଛ। ମୁଁ ବୁଝିପାରୁଛି ତୁମେ କାହିଁକି କରୁଛ। ତୁମକୁ ଷ୍ଟୋରୀ ଫାଇଲ କରିବାକୁ ପଡିବ। ଏହା ଠିକ ଅଛି, ଆମେ ସେଲିବ୍ରିଟି, ଆମେ ଏହାକୁ ବୁଝିବାକୁ ପଡିବ। ମୁଁ ଏବେ ବି ବିବାହିତ, ସରି।ଅଭିଷେକ ଏବଂ ଐଶ୍ଚର୍ଯ୍ୟାଙ୍କ ବିବାହକୁ ୧୭ ବର୍ଷ ପୂରିଛି। ଏହି ଦମ୍ପତିଙ୍କର ଏକ ଝିଅ ଆରାଧ୍ୟା ବଚ୍ଚନ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    30 %
    2.5kmh
    6 %
    Wed
    33 °
    Thu
    38 °
    Fri
    38 °
    Sat
    39 °
    Sun
    42 °

    ସମ୍ବନ୍ଧିତ