Wednesday, March 18, 2026
23.6 C
Odisha

    ଓକିଲଙ୍କ ଉପରେ ରାଗିଗଲେ ପ୍ରଧାନ ବିଚାରପତି: ‘ଏଠାରେ ରାଜନୈତିକ ଭାଷଣ ଦିଅନ୍ତୁ ନାହିଁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କଲେଜିୟମ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରୁଥିବା ଏକ ପିଟିସନର ଶୁଣାଣି ପାଇଁ ଆଜି ଦାବି କରିଥିବା ଜଣେ ବରିଷ୍ଠ ଆଇନଜୀବୀଙ୍କ ଉପରେ ପ୍ରଧାନ ବିଚାରପତି ବିରକ୍ତି ପ୍ରକାଶ କରିଛନ୍ତି। ବିଚାରପତି ନିଯୁକ୍ତି ପାଇଁ ରହିଥିବା କଲେଜିୟମ ବ୍ୟବସ୍ଥାକୁ ଉଚ୍ଛେଦ କରିବା ଏବଂ ଜାତୀୟ ନ୍ୟାୟିକ ନିଯୁକ୍ତି ଆୟୋଗ (ଏନ୍‌ଜେଏସି)କୁ ପୁନଃ ପ୍ରଚଳନ କରିବା ପାଇଁ ୨୦୨୨ରେ ଦାୟର ହୋଇଥିବା ଏକ ରିଟ୍ ପିଟିସନ ପ୍ରସଙ୍ଗ ଆଜି ଆଇନଜୀବୀ ମାଥ୍ୟୁସ୍ ନେଦୁମ୍ପରା ଉଠାଇଥିଲେ। ସେ ପ୍ରଧାନ ବିଚାରପତିଙ୍କୁ କହିଥିଲେ, ‘ଏଠାରେ ଯାହା ଘଟୁଛି ତାହା ଆମେ ଦେଖୁଛୁ। ପୂର୍ବରୁ ବି ସିଜେଆଇ ଚନ୍ଦ୍ରଚୂଡ଼ଙ୍କୁ ତିନି ଥର ଏହାକୁ ତାଲିକାଭୁକ୍ତ କରିବାକୁ ଅନୁରୋଧ କରାଯାଇଥିଲା କିନ୍ତୁ ଏହା ହୋଇପାରିଲା ନାହିଁ।

    ଦେଶର ଜନସାଧାରଣଙ୍କୁ ଏକ ଜାତୀୟ ନ୍ୟାୟିକ ନିଯୁକ୍ତି ଆୟୋଗ ଆବଶ୍ୟକ । ଉପରାଷ୍ଟ୍ରପତି ମଧ୍ୟ ଏହା କହିଛନ୍ତି ଏବଂ ଦେଶର ଏହା ହିଁ ଆବଶ୍ୟକତା ରହିଛି । ଆମେ ଏବେ ଏନ୍‌ଜେଏସି ବ୍ୟବସ୍ଥା ଦାବି କରୁଛୁ।’ ଏଭଳି ବୟାନରେ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ରାଗି ଯାଇଥିଲେ। ସେ ଆଇନଜୀବୀ ମାଥ୍ୟୁ ନେଦୁମ୍ପରାଙ୍କୁ ସମାଲୋଚନା କରିବା ସହ କୋର୍ଟରେ ରାଜନୈତିକ ଭାଷଣ ନଦେବାକୁ କହିଥିଲେ। ଲାଇଭ୍ ଲ’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପ୍ରଧାନ ବିଚାରପତି ଖାନ୍ନା କହିଥିଲେ, ଦୟାକରି ମୋତେ କଡ଼ା କଥା କହିବାକୁ ବାଧ୍ୟ କରନ୍ତୁ ନାହିଁ ଏବଂ କୋର୍ଟରେ କୌଣସି ରାଜନୈତିକ ଭାଷଣ ଦିଅନ୍ତୁ ନାହିଁ।

    ସୂଚନାଯୋଗ୍ୟ,  ଗତବର୍ଷ ସର୍ବୋଚ୍ଚ ନ୍ୟାୟାଳୟ ରେଜିଷ୍ଟ୍ରି ଏହି ଆବେଦନକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ସମ୍ବିଧାନର ଧାରା ୩୨ ଅନୁଯାୟୀ ଦାଏର ହୋଇଥିବା ଏକ ରିଟ୍ ପିଟିସନ୍ ଜରିଆରେ ଆବେଦନକାରୀ ଏନ୍‌ଜେଏସି ରାୟର ସମୀକ୍ଷା କରିବାକୁ ଦାବି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.6 ° C
    23.6 °
    23.6 °
    50 %
    2.1kmh
    72 %
    Tue
    25 °
    Wed
    35 °
    Thu
    35 °
    Fri
    36 °
    Sat
    34 °

    ସମ୍ବନ୍ଧିତ