Saturday, September 21, 2024
23.7 C
Odisha

    ଓଜେଏସ ପ୍ରିଲିମିନାରୀ ଫଳାଫଳ ଘୋଷଣା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶା ନ୍ୟାୟିକା ସେବା (ଓଜେଏସ) ୨୦୨୩ର ପ୍ରିଲିମିନାରୀ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି । ମୋଟ ୬୮୦ ଜଣ ପରୀକ୍ଷାର୍ଥୀ ଏଥିରେ କୃତକାର୍ଯ୍ୟ ହୋଇଥିବା ବେଳେ ୨୭୭ ଜଣ ପୁରୁଷ ଓ ୪୦୩ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ପ୍ରିଲିମ୍ସରେ କୃତକାର୍ଯ୍ୟ ହୋଇଥିବା ଏହି ସମସ୍ତ ପ୍ରାର୍ଥୀମାନେ ଆସନ୍ତା ଅକ୍ଟୋବର / ନଭେମ୍ବର ହେବାକୁ ଥିବା ମୁଖ୍ୟ ଲିଖିତ ପରୀକ୍ଷାରେ ଅଂଶଗ୍ରହଣ କରିବେ । ଖୁବଶୀଘ୍ର ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ତରଫରୁ ମୁଖ୍ୟ ଲିଖିତ ପରୀକ୍ଷାର ପ୍ରୋଗ୍ରାମ ଜାରି କରାଯିବ ।ଓଜେଏସ-୨୦୨୪ର ପ୍ରିଲିମ୍ସରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ପ୍ରାର୍ଥୀଙ୍କର ଲିଷ୍ଟ ଓପିଏସସି ୱେବସାଇଟରେ ଜାରି କରାଯାଇଛି । ପ୍ରାର୍ଥୀମାନେ ୱେବସାଇଟକୁ ଯାଇ ନିଜ ନିଜର ରେଜଲ୍ଟ ଚେକ୍ କରିପାରିବେ । ଏହି ନିଯୁକ୍ତି ସମ୍ବନ୍ଧୀୟ ଅପଡେଟ୍ ପାଇବାକୁ ନିୟମିତ ଭାବେ ୱେବସାଇଟ୍ ଚେକ୍ କରିବାକୁ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଗତ ଜୁନ୍ ମାସ ୨୨ରେ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଆନସର କୀ ଜାରି କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.7 ° C
    23.7 °
    23.7 °
    89 %
    1kmh
    83 %
    Sat
    31 °
    Sun
    30 °
    Mon
    30 °
    Tue
    30 °
    Wed
    29 °

    ସମ୍ବନ୍ଧିତ