Friday, October 18, 2024
25 C
Odisha

    ଓଠର କଳାପଣ ଦୂରେଇବାର ଘରୋଇ ଉପଚାର

    ଆଗକୁ ପଢନ୍ତୁ

     

    ଆପଣ ନିଜର ସ୍ୱାସ୍ଥ୍ୟ ତଥା ଚେହେରା ର ଯତ୍ନ ନେଇ ନିଜକୁ ଆକର୍ଷଣୀୟ କରି ଗଢି ପାରିବେ ଏବଂ ଏହାଦ୍ଵାରା ନିଜ ଆତ୍ମବିଶ୍ଵାସକୁ ମଧ୍ୟ ବଢେଇ ପାରିବେ । ଆଜିକାଲିର ବ୍ୟସ୍ତବହୁଳ ଜୀବନ ସହିତ ତାଳ ଦେଇ ଆଗକୁ ବଢିବା ସମୟରେ ଆମେ ନିଜର ସ୍ଵାସ୍ଥ୍ୟ ଓ ସୋନ୍ଦର୍ଯ୍ୟ କୁ ଜାଣତରେ ବା ଅଜାଣତରେ ଅନେକ ସମୟରେ ଅଣଦେଖା କରି ଦିଅନ୍ତି । ଏହାଫଳରେ ଆମକୁ ଅନେକ ଅସୁବିଧା ର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼ିଥାଏ । ଏପରି ନକରି,ପୁରା ଦିନ ଭିତରୁ କିଛି ସମୟ ବାହାରକରି ନିଜର ସ୍ଵାସ୍ଥ୍ୟ ତଥା ଚେହେରା ପ୍ରତି ଧ୍ୟାନ ଦେବା ବା ଯତ୍ନଶୀଳ ହେବା ନିହାତି ଆବଶ୍ୟକ । ଆଜି ଆପଣମାନଙ୍କ ପାଇଁ ଆମେ ନେଇ ଆସିଚୁ ଓଠର କଳାପଣ କୁ ଦୂରେଇବା ପାଇଁ କିଛି ପ୍ରାକୃତିକ ଘରୋଇ ଉପଚାର । ଏହାର ବ୍ୟବହାର ଫଳରେ ଆପଣ ଏକ କୋମଳ ଓ ଗୋଲାପି ଓଠ ପାଇ ପାରିବେ । ଓଠ କଳା ପଡିବାର ଅନେକ ଗୁଡିଏ କାରଣ ରହିଛି । ଯେପରିକି ଡିହାଇଡ୍ରେସନ, ଡ୍ରାଇନେସ, ପୋଷକତତ୍ତ୍ଵର ଅଭାବ, ମେଡିସିନର ସାଇଡ ଇଫେକ୍ଟ, କୌଣସି ଏଲର୍ଜି, ସନ୍ ଏକ୍ସପୋଜର, କିମ୍ବା ଧୂମପାନ । ତେବେ ଜାଣିରଖନ୍ତୁ କେତୋଟି ଘରୋଇ ଉପଚାର ଯାହା ଓଠର ଏହି କଳାପଣ କୁ ଦୂର କରିବାରେ ସହାୟକ ହୋଇଥାଏ ।

    ଲେମ୍ବୁ ଓ ମହୁ: ଲେମ୍ବୁ ରସ ଓ ମହୁକୁ ସମାନ ପରିମାଣରେ ମିଶାଇ ଏହି ମିଶ୍ରଣକୁ ଓଠରେ ଲଗାନ୍ତୁ ଓ ଶୁଖିଗଲା ପରେ ସଫା ପାଣିରେ ଧୋଇ ନିଅନ୍ତୁ । ଲେମ୍ବୁ କଳା ଦାଗ ଦୂର କରିବାରେ ସହାୟକ ହୋଇଥାଏ ଓ ମହୁ ଏକ ମୟଶ୍ଚରାଇଜର ପରି କାମ କରିଥାଏ ।

    କାକୁଡି: କାକୁଡିର ଏକ ପତଳା ସ୍ଲାଇସ କାଟି ଏହାକୁ ଓଠ ଉପରେ ୧୦ ରୁ ୧୫ ମିନିଟ ରଖନ୍ତୁ । କାକୁଡି ରେ ଥିବା ପ୍ରାକୃତିକ ବ୍ଲୀଚିଂ ଗୁଣ ପିଗମେଣ୍ଟେସନ ଦୂର କରିବାରେ ସହାୟକ ହୁଏ ।

    ଗୋଲାପ ପାଖୁଡାର ପେଷ୍ଟ: ଏକ ଫ୍ରେଶ ଗୋଲାପର କିଛି ପାଖୁଡ଼ାକୁ ନେଇ ଗୋଟିଏ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ଓଠ ଉପରେ ଲଗାଇ ୧୫ ମିନିଟ ପରେ ସଫା କରି ଦିଅନ୍ତୁ । ଗୋଲାପ ପାଖୁଡା ରେ ଥିବା ପ୍ରାକୃତିକ ଶକ୍ତି ଓଠକୁ କୋମଳ ଓ ଗୋଲାପି କରିବାରେ ସାହାଯ୍ୟ କରେ ।

    ଅଲିଭ ଅଏଲ ଓ ଚିନୀ ର ସ୍କ୍ରବ: କିଛି ଅଲିଭ ଅଏଲ ରେ ଅଳ୍ପ ପରିମାଣର ସରୁ ଦାନା ଚିନି ମିଶାଇ ସେଇ ମିଶ୍ରଣକୁ ଓଠରେ ଲଗାନ୍ତୁ । ହାଲ୍କା ହାତରେ, ସର୍କୁଲାର ମୋଶନରେ କିଛି ସମୟ ସ୍କ୍ରବ କରିବା ପରେ ସଫା ପାଣିରେ ଓଠକୁ ଧୋଇ ଦିଅନ୍ତୁ । ଏହା ଓଠରେ ଥିବା ମୃତ କୋଷର ସ୍ଥରକୁ ବାହାର କରିଦେଇ ଏକ ଫ୍ରେଶ କୋମଳ ଓଠ ପ୍ରଦାନ କରିଥାଏ ।

    ଆଲୋଭେରା ଜେଲ: ଫ୍ରେଶ ଆଲୋଭେରା ଜେଲ ର ଏକ ପତଳା ଲେପ ଓଠ ରେ ଲଗାଇ କିଛି ସମୟ ପରେ ଧୋଇ ନିଅନ୍ତୁ । ଆଲୋଭେରାରେ ଥିବା ସୁଦିଙ୍ଗ ଓ ହିଲିଙ୍ଗ ପ୍ରପର୍ଟିସ ଓଠର ଲୁକରେ ଉନ୍ନତି ଆଣିବାରେ ସହାୟକ ହୁଏ ।

    ବିଟ ରୁଟ ରସ: ଅଳ୍ପ ପରିମାଣର ବିଟରୁଟ ରସକୁ ଓଠ ରେ ଲଗାଇ ୧୦ ରୁ ୧୫ ମିନିଟ ଛାଡି ଦିଅନ୍ତୁ । ଏହାପରେ ଓଠ କୁ ଧୋଇ ନିଅନ୍ତୁ । ବିଟରୁଟ ରେ ଥିବା ପ୍ରାକୃତିକ ରଙ୍ଗ ଓଠକୁ ପ୍ରାକୃତିକ ଭାବରେ ଗୋଲାପି କରିବାରେ ସାହାଯ୍ୟ କରେ ।

    କ୍ଷୀର ଓ ହଳଦୀ ପେଷ୍ଟ: ଅଳ୍ପ ପରିମାଣର କ୍ଷୀରକୁ ଏକ ଚିମୁଟା ହଳଦୀ ସହ ମିଶାଇ ପେଷ୍ଟ ତିଆରି କରନ୍ତୁ । ଏହାକୁ ଓଠରେ ଲଗାଇ ପ୍ରାୟ ୧୦ ମିନିଟ୍ ପରେ ଧୋଇ ଦିଅନ୍ତୁ । ହଳଦୀରେ ପ୍ରାକୃତିକ ଉଜ୍ଜ୍ୱଳତା ଗୁଣ ରହିଛି ।

    ନଡିଆ ତେଲ: ରାତିରେ ଶୋଇବା ପୂର୍ବରୁ ଏକ ଭଲ ନଡିଆ ତେଲକୁ ସବୁଦିନ ଓଠରେ ମାଲିସ କରି ଶୁଅନ୍ତୁ । ନଡିଆ ତେଲ ଏକ ନ୍ୟାଚୁରାଲ ଏମୋଲିଏଣ୍ଟ ଯାହା ତ୍ଵଚାକୁ ସଫ୍ଟ୍ ଓ ମୟଶ୍ଚରଇଜ କରିବାରେ ସାହାଜ୍ୟ କରେ ।

    ଗ୍ରୀନ ଟୀ ବ୍ୟାଗ: ଗ୍ରୀନଟି ପିଇ ସାରିବା ପରେ ଗ୍ରୀନଟି ବ୍ୟାଗକୁ ଥଣ୍ଡା ହେବାକୁ ଦିଅନ୍ତୁ । ଥଣ୍ଡା ହେବା ପରେ ଏହି ବ୍ୟାଗ କୁ ଓଠରେ ଧୀରେ ଧୀରେ ପ୍ରେସ କରି ମାଲିସ କରନ୍ତୁ । ଗ୍ରୀନ ଟି ରେ ଅଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି ଯାହା ତ୍ଵଚାର ରଙ୍ଗକୁ ଉନ୍ନତ କରିବାରେ ସାହାଜ୍ୟ କରିଥାଏ ।

    ଉତ୍ତମ ଖାଦ୍ୟ ଓ ହାଇଡ୍ରେସନ: ଏହି ସବୁ ବାହ୍ୟ ଉପଚାର ସହିତ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଉପଚାର ହେଉଛି ଶରୀରକୁ ଭିତରୁ ସୁସ୍ଥ ଏବଂ ଭଲ ରଖିବା । ଭିଟାମିନ ଓ ଆଣ୍ଟିଅକ୍ସିଡାଣ୍ଟ ରେ ଭରପୁର ଖାଦ୍ୟ ସବୁକୁ ନିଜ ଡାଏଟ ରେ ସାମିଲ କରନ୍ତୁ । ଏହାସହ ନିଜକୁ ଭିତରୁ ମଜଭୁତ ଓ ହାଇଡ୍ରେଟ ରଖିବା ପାଇଁ ପ୍ରଚୁର ପରିମାଣର ପାଣି ପିଅନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25 ° C
    25 °
    25 °
    89 %
    1.1kmh
    15 %
    Fri
    32 °
    Sat
    31 °
    Sun
    28 °
    Mon
    30 °
    Tue
    29 °

    ସମ୍ବନ୍ଧିତ