Thursday, July 30, 2026
25.1 C
Odisha

    ଓଡ଼ିଆ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣା, ସ୍ବାମୀ ଲିପନଙ୍କୁ ଆଜୀବନ କାରାଦଣ୍ଡାଦେଶ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଓଡ଼ିଆ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁରେ ସ୍ବାମୀ ଲିପନ ସାହୁ ଦୋଷୀ ସାବ୍ୟସ୍ତ । ଲିପନଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ତୃତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ନିକିତାଙ୍କ ଶାଶୂ କୁନ୍ତଳା ସାହୁ ଓ ଶ୍ବଶୁର ଲିଙ୍ଗରାଜ ସାହୁଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି କୋର୍ଟ । ବିବାହ ପରେ ନିକିତାଙ୍କୁ ଶାଶୁଘର ପକ୍ଷରୁ ଉଭୟ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଥିଲା । ଅଭିନୟରୁ କରୁଥିବା ଆୟ ସହ ଅଧିକ ଯୌତୁକ ଆଣିବା ପାଇଁ ନିକିତାଙ୍କ ଉପରେ ଚାପ ପଡ଼ୁଥିଲା । ଏପରିକି ଗର୍ଭବତୀ ଥିବା ବେଳେ ଶାଶୂଘର ଲୋକେ ତାଙ୍କର କୌଣସି ଯତ୍ନ ମଧ୍ୟ ନେଉନଥିଲେ ବୋଲି ଅଭିଯୋଗ ହୋଇଥିଲା ।

    ୨୦୧୮ରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ନିକିତା । ହସ୍ପିଟାଲରେ ଶିଶୁପୁତ୍ରକୁ କେହି ଦେଖିବାକୁ ଆସିନଥିଲେ। ପରେ ନିକିତାଙ୍କୁ ନିର୍ଯାତନା ଦେଇଥିଲେ ଶାଶୂଘର ଲୋକ । ୨୦୧୯ ଜାନୁଆରୀ ୪ ତାରିଖରେ ନିକିତାଙ୍କର ମୃତ୍ୟୁ ହୋଇଥିଲା । ୪ ତାରିଖ ସନ୍ଧ୍ୟାରେ ନିକିତାଙ୍କୁ ଲିପନ ଛାତ ଉପରକୁ ଡାକି ନେଇଥିଲେ । ରାତି ପ୍ରାୟ ୧୦ଟା ୧୫ଟାରେ ଛାତ ଉପରୁ ପଡିଯାଇଥିଲେ ନିକିତା । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । ଏନେଇ ନିକିତାଙ୍କ ବାପା ଲିପନ ଏବଂ ତାଙ୍କ ବାପା ମାଆଙ୍କ ନାଁରେ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଥିଲେ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.1 ° C
    25.1 °
    25.1 °
    93 %
    1.9kmh
    100 %
    Thu
    25 °
    Fri
    30 °
    Sat
    31 °
    Sun
    30 °
    Mon
    31 °

    ସମ୍ବନ୍ଧିତ