Tuesday, February 3, 2026
29.9 C
Odisha

    ଓଡ଼ିଆ ଚଳଚ୍ଚିତ୍ର ‘ତୁଳା’ର ଶୁଭ ମହୁରତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଫୁଲବାଣୀର ଚର୍ଚ୍ଚିତ ତୁଳା ବେହେରାଙ୍କ ଜୀବନ କାହାଣୀ ଆଧାରିତ ଆର୍ଟମସ୍ ସ୍କ୍ରିନ୍‌ସର ଦ୍ବିତୀୟ ଓଡ଼ିଆ ଚଳଚ୍ଚିତ୍ର ସେବା, ସଂଘର୍ଷ ଓ ସମର୍ପଣର ଗାଥା… ‘ତୁଳା’ର ‘ଶୁଭ ମହୁରତ ’ ରବିବାର ଦିନ ଭୁବନେଶ୍ବର ବରମୁଣ୍ଡା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଠାରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ଅବସରରେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ୟ ଅତିଥି ରୁପେ ଯୋଗଦେଇ କହିଥିଲେ ଯେ, ଏଭଳି ମହାନ ବିଭୁତିଙ୍କ ଚରିତ୍ର ଉପରେ ଚଳଚ୍ଚିତ୍ର ନିର୍ମାଣ ନିଶ୍ଚିତ ରୁପେ ଶୁଭ ସଂକେତ । ଏହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହେବା ସହିତ ସମାଜ ଉପରେ ଏକ ଉତ୍ତମ ପ୍ରଭାବ ବିସ୍ତାର କରିବ । ସ୍ବଂୟ ତୁଳା ବେହେରା ଏହି ଶୁଭ ମୁହୂର୍ତ୍ତରେ ଉପସ୍ଥିତ ରହି ସମସ୍ତଙ୍କୁ ଆଶୀର୍ବାଦ କରିଥିଲେ ।

    ଭିକ୍ଷାବୃତି କରି ଚଳୁଥିବା ତୁଳା ବେହେରା ଏକ ସମୟରେ ନିଜର ସଂଚିତ ସମସ୍ତ ଜମାପୁଞ୍ଜି ଏକଲକ୍ଷ ଟଙ୍କା ଫୁଲବାଣୀର ଶ୍ରୀଜଗନ୍ନାଥ ମନ୍ଦିର ଜୀର୍ଣ୍ଣୋଧାର କାର୍ଯ୍ୟ ପାଇଁ ଦାନ କରି ଦେଇଥିଲେ । ତାଙ୍କର ଏହି ମହତ୍‌ କାର୍ଯ୍ଯ ସେ ସମୟରେ ଦେଶବ୍ଯାପୀ ପ୍ରଶଂସା ତଥା ଆଲୋଚନାର ବିଷୟ ପାଲଟି ଥିଲା । ପରବର୍ତ୍ତୀ ସମୟରେ ୨୦୨୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଫୁଲବାଣୀ ଗସ୍ତ ସମୟରେ ତୁଳା ବେହେରାଙ୍କୁ ସମ୍ମାନିତ କରିଥିଲେ । ଏହି ଐତିହାସିକ କ୍ଷଣର ଚିତ୍ର ଭାରତ ସରକାରଙ୍କ ବର୍ଷ-୨୦୨୫ କ୍ଯାଲେଣ୍ଡରର ଜାନୁଆରୀ ପୃଷ୍ଠାରେ ସ୍ଥାନିତ ହୋଇଥିଲା ।

    ତୁଳା ବେହେରାଙ୍କ ତ୍ଯାଗ ଓ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ତାଙ୍କର ପ୍ରଗାଢ଼ ଭକ୍ତିକୁ ପରଦାରେ ଉପସ୍ଥାପନ କରିବ ଚଳଚ୍ଚିତ୍ର ‘ତୁଳା’ । ସିଦ୍ଧାନ୍ତ ମହାପାତ୍ର, ଶୀତଲ ପାତ୍ର, ଅଭିଷେକ ଗିରି ଓ ସମରେଶ ରାଉତରାୟଙ୍କ ଭଳି ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପ୍ରସିଦ୍ଧ କଳାକାର ମାନେ ଏହି ଚଳଚ୍ଚିତ୍ରରେ ଅଭିନୟ କରିବେ । ଚଳଚ୍ଚିତ୍ରର ପ୍ରଯୋଜନା ଅଜୟ କୁମାର ରାଉତ କରୁଥିବା ବେଳେ ଜିତେନ୍ଦ୍ର ଜେନା ନିର୍ଦ୍ଦେଶନାର ଦାୟିତ୍ବ ଗ୍ରହଣ କରିଛନ୍ତି । ଶ୍ରୀମତୀ ନିବେଦିତା ସାମନ୍ତରାୟ ସହ ପ୍ରଯୋଜକର ଭୂମିକାରେ ଥିବାବେଳେ କାର୍ଯ୍ୟକାରୀ ପ୍ରଯୋଜକର ଭାର ବିକାଶ କୁମାର ରାଉତ ତୁଲାଉଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.9 ° C
    29.9 °
    29.9 °
    25 %
    2.8kmh
    90 %
    Tue
    31 °
    Wed
    31 °
    Thu
    32 °
    Fri
    32 °
    Sat
    32 °

    ସମ୍ବନ୍ଧିତ