Friday, April 3, 2026
36.1 C
Odisha

    ଓଡ଼ିଆ ଚଳଚ୍ଚିତ୍ର ‘ନାୟିକା’ର ଟାଇଟଲ ଘୋଷଣା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଜୟ ଜଗନ୍ନାଥ ନତଜ୍ୟୋସ୍ନା ପ୍ରଡକ୍ସନ ହାଉସ ଦ୍ୱାରା ପ୍ରସ୍ତୁତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ନାୟିକା’ର ନାମ ବା ଟାଇଟଲ ଘୋଷଣା ସହିତ ପୋଷ୍ଟର ଉନ୍ମୋଚନ କରାଯାଇଛି। ଏ ନେଇ ଆୟୋଜିତ ଏକ ଉତ୍ସବରେ ପ୍ରଯୋଜକ ରୂପେଶ କୁମାର ନାୟକ, ସହ ପ୍ରଯୋଜିକା ସଙ୍ଗୀତା ବିଷୋୟୀ, ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ଏବଂ ବରିଷ୍ଠ ଅଭିନେତ୍ରୀ ମହାଶ୍ୱେତା ରାୟ ପ୍ରମୁଖ ଯୋଗଦେଇଥିଲେ। ନାୟିକା ଭୂମିକାରେ ନଜର ଆସିବେ ମହାଶ୍ୱେତା ରାୟ। ଏବେ ବିଭିନ୍ନ ମୌଳିକ କାହାଣୀକୁ ନେଇ ଓଡ଼ିଆ ସିନେମା ନିର୍ମାଣ ହୋଇ ହିଟ୍‌ ହେଉଛି। ରୂପେଶ କୁମାର ନାୟକଙ୍କ ଦ୍ଵାରା ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି ସୁଧାଂଶୁ ମୋହନ ସାହୁ। କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ଶଙ୍କର ତ୍ରିପାଠୀ। ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର ଦାୟିତ୍ୱରେ ମୁଖ୍ୟ ରହିଛନ୍ତି ମିଡିଆ ପ୍ଲାନର ଭରତ ପ୍ରଧାନ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ