Friday, April 3, 2026
36.1 C
Odisha

    ଓଡ଼ିଆ ସିନେମାକୁ ଆଉ ଏକ ନୂଆ ଭେଟି : ସିନେମା “ମଧୁ ବାରିଷ୍ଟର”

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :  ଓଡ଼ିଆ ସିନେମାକୁ ଆଉ ଏକ ଭେଟି ଦେବାକୁ ଯାଉଛନ୍ତି ଓଲିଉଡର ଆଗଧାଡ଼ିର ପ୍ରଯୋଜକ ରମେଶ ବାରିକ। ଆର୍ ଆର୍ ଇଭେଣ୍ଟସ ଆଣ୍ଡ ସିନେ ପ୍ରଡକ୍ସନର ଏହା ୨୬ ତମ ଅବଦାନ ହେବ। ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୀବନୀ ଆଧାରିତ ମଧୁ ବାରିଷ୍ଟର ଓଡ଼ିଆ ଜାତିର କର୍ଣ୍ଣଧାର ଶୀର୍ଷକ ଏକ ସିନେମା ପ୍ରସ୍ତୁତ ନେଇ ଘୋଷଣା ହୋଇଛି। ସ୍ୱତନ୍ତ୍ର ଓଡିଶା ପାଇଁ ମଧୁବାବୁଙ୍କ ଅବିସ୍ମରଣୀୟ ଅବଦାନକୁ ଓଡ଼ିଶାର ଜନମାନସ କେବେ ଭୁଲି ପାରିବ ନାହିଁ। “ମଧୁ ବାରିଷ୍ଟର”ର କାହାଣୀ ପ୍ରିୟବ୍ରତ ପଣ୍ଡା ଲେଖିଥିବା ବେଳେ ନିର୍ଦ୍ଦେଶନା ଦେବେ ମୃତ୍ୟୁଞ୍ଜୟ ସାହୁ। ଏ କାହାଣୀରେ ମୁଖ୍ୟ ଚରିତ୍ର ଏଯାବତ ଘୋଷିତ ହୋଇନାହିଁ। ପୂର୍ବରୁ ବହିରେ ନାଟ୍ୟ ମଞ୍ଚରେ ଓ ବଡ଼ ପରଦାରେ ବିଭିନ୍ନ ଚରିତ୍ରରେ ମଧୁବାବୁଙ୍କୁ ଦେଖୁଥିବା ଦର୍ଶକ ଏଥର ବଡ଼ ପରଦାରେ ତାଙ୍କ ଜୀବନୀକୁ ଦେଖିବାରେ ସୁଯୋଗ ପାଇବେ। ଯାହା ଏପର୍ଯ୍ୟନ୍ତ ଓଡ଼ିଆ ସିନେ ଇତିହାସରେ ଘଟିନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ