Saturday, October 10, 2026
27.9 C
Odisha

    ଓଡ଼ିଶାକୁ ଉନ୍ନତ ମାନର ଶିଳ୍ପ ଆସିବା ସ୍ବପ୍ନ ଏବେ ସଫଳ ହେଉଛି: କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  :  ପ୍ରଥମ ସେମି କଣ୍ଡକ୍ଟର ଉତ୍ପାଦନ ୟୁନିଟ୍‌ର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିରେ କେନ୍ଦ୍ର ସୂଚନା ପ୍ରସାରଣ, ଇଲେକ୍ଟ୍ରୋନିକ୍ସ, ଆଇଟି ଓ ରେଳ ମନ୍ତ୍ରୀ   ଅଶ୍ଵିନୀ  ବୈଷ୍ଣବ ଭିସି‌ରେ ଯୋଗ ଦେଇ କହିଛନ୍ତି, ଡବଲ ଇଂଜିନ ସରକାରରେ ଓଡିଶାରେ ବିକାଶ ହେଉଛି। ସରକାରଙ୍କ ସ୍ବପ୍ନ ଥିଲା ଉନ୍ନତ ମାନର ଶିଳ୍ପ ଓଡ଼ିଶାକୁ ଆସୁ, ଏବଂ ଏହା ସଫଳ ହେଉଛି। ଆଗାମୀ ବର୍ଷରେ ସେମି କଣ୍ଡକ୍ଟର କ୍ଷେତ୍ରରେ ବହୁ ମାତ୍ରାରେ ସୁଯୋଗ ରହିଛି। ଆଗ୍ରେସିଭଲି ଇଲେକ୍ଟ୍ରୋନିକ୍ସ ଫାକ୍ଟ୍ରି ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହୁଅନ୍ତୁ, ସମସ୍ତ ସହଯୋଗ ଯୋଗାଇ ଦେବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଆହୁରି କହିଛନ୍ତି,  ରାଜ୍ୟ ସରକାରଙ୍କୁ ଅନୁରୋଧ ଡାଟା ସେଣ୍ଟର ପଲିସି ଆଣନ୍ତୁ। ଏଥିରେ ଶସ୍ତାରେ ବିଦ୍ୟୁତ, ଗମନାଗମନ ପାଇଁ ରାସ୍ତା, ଆବଶ୍ୟକ ଭିତ୍ତିଭୂମି ଯୋଗାଇବାର ବ୍ୟବସ୍ଥା କରନ୍ତୁ। ଏପରି ହୋଇପାରିଲେ ବହୁ ଡାଟା କମ୍ପାନୀ ଓଡ଼ିଶା ଆସିବେ। ଭୁବନେଶ୍ୱର ଆଇଆଇଟିରେ ନିଜ ଏମପି ଲାଡରେ ସେମିକଣ୍ଡକ୍ଟର ଲ୍ୟାବ ପ୍ରତିଷ୍ଠା କରାଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଆଇ ଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଆଇଆଇଟି ଭୁବନେଶ୍ୱରରେ ‘ ନମୋ ‘ ସେମି କଣ୍ଡକ୍ଟର ଲ୍ୟାବ ପ୍ରତିଷ୍ଠା କରାଯାଇଛି। ଇଣ୍ଡଷ୍ଟ୍ରି ଏବଂ ଏକାଡେମୀକୁ ଯୋଡ଼ିବା ଲକ୍ଷ୍ୟରେ ୫ କୋଟି ଟଙ୍କା ଅର୍ଥ ବ୍ୟୟରେ ଏହା ପ୍ରତିଷ୍ଠା କରାଯାଇଛି। ଯାହା ଦ୍ବାରା ସେମି କଣ୍ଡକ୍ଟର କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ କରାଯାଇପାରିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ