Saturday, October 10, 2026
27.9 C
Odisha

    ମୋହସିନ ନକଭିଙ୍କୁ BCCIର ଚେତାବନୀ: ୨ ଦିନ ଭିତରେ ଟ୍ରଫି ଫେରାଅ, ନଚେତ୍‌…

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ     :    ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ପାକିସ୍ତାନ କ୍ରିକେଟ୍‌ ବୋର୍ଡ ମୋହସିନ ନକଭିଙ୍କୁ ଚେତାବନୀ ଦେଇଛି। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଟିମ ଇଣ୍ଡିଆକୁ ଏସିଆ କପ ଟ୍ରଫି ହସ୍ତାନ୍ତର କରିବେ ନଚେତ୍‌ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିସିସିଆଇ ସଚିବ ଦେବଜିତ ସାଇକିଆ ଏସିଆ କପ ଟ୍ରଫି ଏହାର ପ୍ରକୃତ ମାଲିକ ଟିମ ଇଣ୍ଡିଆ ପାଖରେ ପହଞ୍ଚି ନ ଥିବାରୁ ନିରାଶା ପ୍ରକାଶ କରିଛନ୍ତି। ସାଇକିଆ ନିଶ୍ଚିତ କରିଛନ୍ତି, ଯଦି ନଭେମ୍ବର ୪ ତାରିଖ ପୂର୍ବରୁ ଟ୍ରଫି ଭାରତୀୟ ଦଳ ପାଖରେ ନ ପହଞ୍ଚିଥାଏ, ତେବେ ସେ ନଭେମ୍ବର ୪ ତାରିଖରେ ICC ବୈଠକରେ ଏହି ପ୍ରସଙ୍ଗ ଉଠାଇବେ। BCCI ସଚିବ ଦେବଜିତ ସାଇକିଆ କହିଛନ୍ତି, ଏକ ମାସ ପରେ ମଧ୍ୟ ଟ୍ରଫି ଆମକୁ ହସ୍ତାନ୍ତର କରାଯାଇ ନ ଥିବାରୁ ଆମେ ନିରାଶ। ଭାରତୀୟ ବୋର୍ଡ ଯଥାର୍ଥ ପ୍ରକ୍ରିୟା ଅନୁସରଣ କରି ଏସୀୟ କ୍ରିକେଟ ପରିଷଦକୁ ଟିମ ଇଣ୍ଡିଆକୁ ଟ୍ରଫି ହସ୍ତାନ୍ତର କରିବାକୁ ଅନୁରୋଧ କରିଥିଲା, କିନ୍ତୁ ମୋହସିନ ନକଭି ନିଜ ଜିଦରେ ଅଟଳ ରହି ଟ୍ରଫି ହସ୍ତାନ୍ତର କରିବାକୁ ମନା କରିଦେଇଥିଲେ। BCCIର ଦାବି ପରେ ନକଭି କହିଛନ୍ତି, ଯଦି ଭାରତୀୟ ଦଳ ଟ୍ରଫି ଗ୍ରହଣ କରିବାକୁ ଚାହେଁ, ତେବେ ସେମାନଙ୍କୁ ACC କାର୍ଯ୍ୟାଳୟକୁ ଆସି ଏହାକୁ ଗ୍ରହଣ କରିବାକୁ ପଡିବ।
    ଦେବଜିତ ସାଇକିଆ କହିଛନ୍ତି, ଆମେ ପ୍ରାୟ ୧୦ ଦିନ ପୂର୍ବରୁ ଏସିସି ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲୁ, କିନ୍ତୁ ସେ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଟ୍ରଫି ଏବେ ବି ତାଙ୍କ ପାଖରେ ଅଛି, କିନ୍ତୁ ଆମେ ଆଶା କରୁଛୁ ଯେ ଏହା ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ଆମକୁ ପ୍ରଦାନ କରାଯିବ। ଭାରତ ୨୦୨୫ ଏସିଆ କପରେ ପାକିସ୍ତାନକୁ ପରାସ୍ତ କରି ଟାଇଟଲ୍‌ ଜିତିଥିଲା। କିନ୍ତୁ ସେମାନେ ଏପର୍ଯ୍ୟନ୍ତ ଟ୍ରଫି ପାଇନାହାଁନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ