Friday, April 18, 2025
33.7 C
Odisha

    ଓଡ଼ିଶାରେ ପହଞ୍ଚିଲା ଉତ୍ତରପ୍ରଦେଶ ଆଳୁ; ପଶ୍ଚିମବଙ୍ଗରୁ ଆଳୁ ଆସିବା କମ୍‌ କରାଯିବ : ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟରେ ଆଳୁ ସଙ୍କଟ ଭିତରେ ବଡ ବୟାନ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏଣିକି ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆଣିବା ବ୍ୟବସ୍ଥା କରାଯିବ । ଏ ସଂକ୍ରାନ୍ତରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଯେ ଆଳୁକୁ ନେଇ ପଶ୍ଚିମବଙ୍ଗ ସରକାର ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି କରିବା ସହ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଏଣିକି ଉତ୍ତରପ୍ରଦେଶରୁ ରାଜ୍ୟକୁ ଆଳୁ ଆଣିବାର ନିଷ୍ପତ୍ତି ନିଆଯାଇଛି । ଉତ୍ତର ପ୍ରଦେଶରୁ କିଛି ଟ୍ରକ ଆଳୁ ଆଶି ଓଡ଼ିଶାରେ ପହଞ୍ଚିଛି। ଆହୁରି ଆଳୁ ଟ୍ରକ ପାଇଁ ଅର୍ଡର ଦିଆଯାଇଛି। ଧୀରେ ଧୀରେ ୩୦-୪୦ ଆଳୁ ଟ୍ରକ ଉତ୍ତର ପ୍ରଦେଶରୁ ଓଡ଼ିଶା ଆସିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ତେବେ ଧୀରେଧୀରେ ପଶ୍ଚିମବଙ୍ଗରୁ ଆଳୁ ଆସିବା କମ୍‌ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.7 ° C
    33.7 °
    33.7 °
    21 %
    2.1kmh
    0 %
    Fri
    35 °
    Sat
    42 °
    Sun
    43 °
    Mon
    43 °
    Tue
    44 °

    ସମ୍ବନ୍ଧିତ