Saturday, October 3, 2026
23.6 C
Odisha

    ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ଅମଲିପାଲିରେ କରିବେ ରୋଡ ଶୋ

    ଆଗକୁ ପଢନ୍ତୁ

    ଝାରସୁଗୁଡା: ଓଡ଼ିଶାର ଝାରସୁଗୁଡାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ବତନ୍ତ୍ର ବିମାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ । ବିମାନବନ୍ଦରରେ ରାଜ୍ୟପାଳ ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ୱାଗତ କରିଛନ୍ତି । ବିମାନବନ୍ଦର ବାହାରେ ପାରମ୍ପରିକ ନାଚ ଗୀତ ମାଧ୍ୟମରେ ମୋଦିଙ୍କୁ ସ୍ବାଗତ କରାଯାଇଛି । ବିମାନ ବନ୍ଦରରେ ପହଞ୍ଚିବା ପରେ ରୋଡ ଶୋରେ ଅମଲିପାଲି ସମାବେଶ ସ୍ଥଳକୁ ଯାଉଛନ୍ତି ।

    ଓଡ଼ିଶା ଆସିବା ନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହି ଗସ୍ତରେ ୬୦ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ୧୭୦୦ କୋଟି ଟଙ୍କାର ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ସଡ଼କ, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ବିଭିନ୍ନ ଉନ୍ନୟନମୂଳକ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ତଥା ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.6kmh
    7 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ