Wednesday, October 7, 2026
30.3 C
Odisha

    ଟେସଲାର ଏଣ୍ଟ୍ରିକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଏନଆଇଙ୍କୁ ଦେଇଥିବା ଇଣ୍ଟରଭ୍ୟୁରେ ଟେସଲା ଏବଂ ଷ୍ଟାରଲିଙ୍କରେ ନିଜର ମତ ରଖିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏଲନ ମସ୍କ ମୋଦୀଙ୍କ ସର୍ପୋଟର ଅଟନ୍ତି, ଏହା ଅଲଗା କଥା, ସେ ବାସ୍ତବରେ ଭାରତର ସର୍ପୋଟର ଅଟନ୍ତି ।

    ପ୍ରଧାନମନ୍ତ୍ରୀ ମୋଦୀ ଏଲନ ମସ୍କଙ୍କ ସହ ତାଙ୍କର ସାକ୍ଷାତ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ, ୨୦୧୪ରେ ଦେଶରେ ୨୦୦୦ ଇଲେକ୍ଟ୍ରିକ ଯାନ ବିକ୍ରି ହୋଇଥିଲା । ୨୦୨୩-୨୪ରେ ଏହାର ସଂଖ୍ୟା ୧୨ ଲକ୍ଷରେ ପହଁଚିଛି । ସେ କହିଛନ୍ତି ଯେ, ବିଦେଶୀ ନିବେଶକଙ୍କୁ ସ୍ୱାଗତ । ଏଥିରେ ଦେଶରେ ରୋଜଗାର ସୃଷ୍ଟି ହେବ । ଟଙ୍କା ଯାହାର ବି ହେଉ, ହେଲେ ପରିଶ୍ରମର ଝାଳ ମୋ ଦେଶର ହେଉ । ଏଥିସହ ପରିବେଶକୁ ମଧ୍ୟ ସାହାଯ୍ୟ ମିଳିବ । ସେ ଆପ୍ପଲ ଏବଂ ସାମସଙ୍ଗ ଦ୍ୱାରା ବିନିଯୋଗର ଉଦାହରଣ ମଧ୍ୟ ଦେଇଛନ୍ତି ।

    ବାସ୍ତବରେ, ଭାରତ ସରକାର ନୂତନ ଇଭି ପଲିସି ଘୋଷଣା କରିବା ପରେ ହିଁ ଟେସଲାର ଭାରତ ପ୍ରବେଶକୁ ନେଇ ଆଲୋଚନା ଜୋର ଧରିଛି। ନିକଟରେ ସୂଚନା ପ୍ରକାଶ ପାଇଥିଲା ଯେ, ଏକ ଟେସଲା ଟିମ ଶୀଘ୍ର କାରଖାନାର ସ୍ଥାନ ଖୋଜିବା ପାଇଁ ଭାରତ ଗସ୍ତ କରିପାରନ୍ତି। ଟେସଲା କାରଖାନା ପାଇଁ ଅନେକ ରାଜ୍ୟ ମଧ୍ୟ ସେମାନଙ୍କ ତରଫରୁ ବୁଝାମଣା କରୁଛନ୍ତି। ଏହା ବ୍ୟତୀତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଟେସଲା ମଧ୍ୟରେ ମିଳିତ ଉଦ୍ୟୋଗ ବିଷୟରେ କାରଖାନା ବିଷୟରେ ଆଲୋଚନା ମଧ୍ୟ ସାମ୍ନାକୁ ଆସିଛି। ଏହା ବ୍ୟତୀତ ଏଲନ୍ ମସ୍କ ମଧ୍ୟ ଭାରତ ଆସି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସୋମବାର ମିଡିଆ ରିପୋର୍ଟରେ ଦର୍ଶାଯାଇଛି ଯେ ଦିଲ୍ଲୀ ଏବଂ ମୁମ୍ବାଇରେ ଟେସଲାର ପ୍ରଥମ ଶୋ’ରୁମ ପାଇଁ ସ୍ଥାନ ଖୋଜାଯାଉଛି। ଏଥିସହ ଷ୍ଟର୍ଲିଂକୁ ଶୀଘ୍ର ସେବା ଆରମ୍ଭ କରିବାକୁ ଅନୁମତି ମଧ୍ୟ ଦିଆଯାଇପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ