Sunday, March 1, 2026
35.5 C
Odisha

    ଓଡ଼ିଶାର ବିକାଶ ସାରା ଦେଶବାସୀଙ୍କୁ ଆକର୍ଷିତ କରିଛି: ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆମ ରାଜ୍ୟ ଓଡ଼ିଶାର ବିକାଶ ସାରା ଦେଶବାସୀଙ୍କୁ ଆକର୍ଷିତ କରିଛି। ଓଡ଼ିଶା ଆଗକୁ ବଢୁଛି। ଆମର କାର୍ଯ୍ୟ ଏହା ପ୍ରଦର୍ଶିତ କରୁଛି । କୋଳାହଳ ନକରି ଆମେ ଏହି କାର୍ଯ୍ୟ କରି ଚାଲିଛନ୍ତି । ନ୍ୟୁଜ-୧୮ ପକ୍ଷରୁ ରାଇଜିଂ ଓଡ଼ିଶା କନକ୍ଲେଭର ଶୁଭାରମ୍ଭ କରିବା ଅବସରରେ ଏମିତି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଆୟୋଜିତ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ରାଇଜିଂ ଓଡ଼ିଶା ଶୀର୍ଷକକୁ ବିବେଚନା କରିଥିବାରୁ ଓଡ଼ିଶ ବିକାଶ ଦେଶବାସୀଙ୍କୁ ଆକର୍ଷିତ କରିଛି। ଆଗକୁ ସେ କହିଛନ୍ତି, ‘ନିବେଶ କ୍ଷେତ୍ରରେ ସାରା ଦେଶରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି ଓଡ଼ିଶା । ଅନେକ ବର୍ଷ ଧରି ଓଡ଼ିଶା ରାଜସ୍ଵ ବଳକା ରାଜ୍ୟ ହୋଇ ରହିଛି । ଆର୍ଥିକ ବିକାଶ କ୍ଷେତ୍ରରେ ଅନେକ ରାଜ୍ୟକୁ ପଛରେ ପକାଇଛି ଓଡ଼ିଶା । ଆଗାମୀ କିଛି ବର୍ଷ ମଧ୍ୟରେ ଦେଶର ପ୍ରଥମ ୩ ରାଜ୍ୟ ମଧ୍ୟରେ ରହିବ ଓଡ଼ିଶା । ସବୁ କିଛି ରାଜ୍ୟ ସରକାରଙ୍କ ରୂପାନ୍ତରଣ ମଡେଲ ଓ 5T ପ୍ରୟାସ ଯୋକୁଁ ହୋଇପାଇଛି। ଏହି ରାଇଜିଂ ଓଡ଼ିଶା ରାଜ୍ୟର ସାଢେ ୪ କୋଟି ଲୋକଙ୍କ ରୂପାନ୍ତରଣର କାହାଣୀ ଓ ସମସ୍ତେ ମୋର ପରିବାର।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.5 ° C
    35.5 °
    35.5 °
    19 %
    3.8kmh
    2 %
    Sun
    35 °
    Mon
    36 °
    Tue
    37 °
    Wed
    38 °
    Thu
    39 °

    ସମ୍ବନ୍ଧିତ