Sunday, January 18, 2026
21.2 C
Odisha

    ଓଡ଼ିଶା ଇନଭେଷ୍ଟର୍ସ ମିଟରୁ ବଡ଼ ସଫଳତା, ରାଜ୍ୟକୁ ଆସିବ ଏକ ଲକ୍ଷ କୋଟିର ପୁଞ୍ଜି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟକୁ ଆସିବ ଏକ ଲକ୍ଷ କୋଟିର ପୁଞ୍ଜି । କୋଲକାତାରେ ଓଡ଼ିଶା ଇନଭେଷ୍ଟର୍ସ ମିଟରୁ ବଡ଼ ସଫଳତା । ୨୭ ଟି ବଡ଼ କଂପାନୀ ସହ ସ୍ବାକ୍ଷରିତ ହୋଇଛି ବୁଝାମଣା ପତ୍ର । ପଶ୍ଚିମବଙ୍ଗର କୋଲକାତାରେ ଆୟୋଜିତ ନିବେଶକ ସମ୍ମିଳନୀ ଏବଂ ରୋଡ୍ ସୋ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଇନଭେଷ୍ଟର୍ସ ମିଟରୁ ଓଡ଼ିଶା ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ମିଳିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ରାଜ୍ୟରେ ପ୍ରାୟ ୯୦ହଜାର ନିଯୁକ୍ତି ସୃଷ୍ଟି ହେବା ସମ୍ଭାବନା ରହିଛି ।

    କୋଲକାତାର ଆଇଟିସି ସୋନାରଠାରେ ଆୟୋଜିତ ଦୁଇ ଦିନିଆ କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ଶିଳ୍ପପତି ଏବଂ ବ୍ୟବସାୟୀ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ୧୩୦ ଜଣ ନିବେଶକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ୨୭ଟି ଏମଓୟୁ ଜରିଆରେ ରାଜ୍ୟକୁ ୮୧ହଜାର ୮୬୪ କୋଟି ଟଙ୍କା ନିବେଶ ଆସିବ । ଏହା ମାଧ୍ୟମରେ ୬୩ହଜାର ୧୬୧ ଜଣଙ୍କୁ ଚାକିରି ମିଳିବ ।

    ସେହିପରି୧୮ହଜାର ୪୫୩ କୋଟି ଟଙ୍କାର ୧୯ଟି ନୂଆ ପ୍ରସ୍ତାବ ମିଳିଛି । ଏହା ମାଧ୍ୟମରେ ୨୭ହଜାର ୫୯୧ ଲୋକଙ୍କୁ ନିଯୁକ୍ତି ମିଳିବ । ନିବେଶ ହେବାକୁ ଥିବା ସେକ୍ଟର ଗୁଡ଼ିକ ହେଲା ପୋଷାକ ଏବଂ ହୋସିୟାରୀ ଶିଳ୍ପ, ପ୍ଲାଷ୍ଟିକ, କେମିକାଲ ଏବଂ ପ୍ୟାକେଜିଂ, ଫାର୍ମାସ୍ୟୁଟିକାଲ୍ସ ଏବଂ ବାୟୋଟେକ୍ନୋଲୋଜି ଓ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ସେକ୍ଟର । ପାରାଦୀପ, ଧାମରା ଏବଂ ଗୋପାଳପୁର ପରି ବନ୍ଦରଗୁଡ଼ିକର ବିକାଶ ଏବଂ ଓଡ଼ିଶାର ଶିଳ୍ପ ଅନୁକୂଳ ନୀତି ଯୋଗୁଁ ନିବେଶକମାନେ ଓଡ଼ିଶା ପ୍ରତି ଆକୃଷ୍ଟ ହେଉଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.2 ° C
    21.2 °
    21.2 °
    21 %
    0.5kmh
    4 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ