Tuesday, March 10, 2026
32.7 C
Odisha

    ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତରେ ଖୋଲିବ CRPF କ୍ୟାମ୍ପ, ସୂଚନା ଦେଲେ ପଶ୍ଚିମାଞ୍ଚଳ ଡିଆଇଜି

    ଆଗକୁ ପଢନ୍ତୁ

    ଓଡ଼ିଶା ଝାଡ଼ଖଣ୍ଡ: ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତରେ ପୁଣି ଖୋଲିବ ସିଆରପିଏଫ କ୍ୟାମ୍ପ । ମାଓବାଦୀଙ୍କ ପ୍ରଭାବ ବୃଦ୍ଧିକୁ ଲକ୍ଷ୍ୟ କରି ପୁନର୍ବାର ଖୋଲିବ । ରାଉରକେଲା କେବଲାଙ୍ଗ ଥାନା ଅଞ୍ଚଳରେ ପୋଲିସ୍ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଗତକାଲି ଠାରୁ କ୍ୟାମ୍ପଟି କାର୍ଯ୍ୟକ୍ଷମ କରାଯିବ। ଏନେଇ ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ ।

    ପୂର୍ବରୁ ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତରେ ଥିବା ବିଭିନ୍ନ ମାଓ ପ୍ରଭାବିତ ଅଞ୍ଚଳରେ CRPFକ୍ୟାମ୍ପ ଖୋଲାଯାଇ ସ୍ଥାନୀୟ ପୋଲିସଙ୍କ ସହାୟତାରେ ସିଆରପିଏଫର ମିଳିତ ସର୍ଚ୍ଚ ଅପରେସନ କରାଯାଉଥିଲା । କିନ୍ତୁ ମାଓବାଦୀଙ୍କ ପ୍ରଭାବ ହ୍ରାସ ପାଉଥିବା ଲଖ୍ୟ କରି CRPF କ୍ୟାମ୍ପ ଗୁଡିକୁ ସେହି ଥାନା ଅଞ୍ଚଳରୁ ଉଠାଇ ନିଆଯାଇଥିଲା ।

    ବର୍ତ୍ତମାନ ମାଓ ପ୍ରଭାବକୁ ଲଖ୍ୟ କରି କେବଲାଙ୍ଗ ଥାନା ଅଞ୍ଚଳରେ କ୍ୟାମ୍ପ ଆରମ୍ଭ କରାଯାଇଛି । ଆବଶ୍ୟକତା ଅନୁଯାୟୀ ପୋଲିସ୍ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଏହି କ୍ୟାମ୍ପ ପୁଣି କାର୍ଯ୍ୟଖ୍ୟମ କରାଯିବ ବୋଲି ପଶ୍ଚିମାଞ୍ଚଳ ଡିଆଇଜି କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.7 ° C
    32.7 °
    32.7 °
    41 %
    0.4kmh
    0 %
    Tue
    37 °
    Wed
    38 °
    Thu
    38 °
    Fri
    39 °
    Sat
    40 °

    ସମ୍ବନ୍ଧିତ