Friday, March 20, 2026
22.8 C
Odisha

    ଓଡ଼ିଶା ପାଇଁ ଆସିଲା କଂଗ୍ରେସର ୫୯ ଜଣିଆ ପ୍ରଚାର କମିଟି ତାଲିକା

    ଆଗକୁ ପଢନ୍ତୁ

    ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆଜି ଆସିଛି ରାଜ୍ୟ କଂଗ୍ରେସର ୫୯ ଜଣିଆ ପ୍ରଚାର କମିଟି ତାଲିକା। ଭକ୍ତଚରଣ ଦାସଙ୍କ ଅଧ୍ୟକ୍ଷତାରେ ଏହି କମିଟି କାମ କରିବ। ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ଦ୍ୱାରା ଆଜି ପ୍ରକାଶିତ ପ୍ରେସ୍ ରିଲିଜ୍ ଅନୁସାରେ, ପ୍ରଦେଶ କଂଗ୍ରେସର ଓଡ଼ିଶା ପାଇଁ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ଭକ୍ତ ଦାସ, ଉପାଧ୍ୟକ୍ଷ-ନବଜ୍ୟୋତି ପଟ୍ଟନାୟକ ଓ ଆବାହକ ଭାବେ ସୁଧାଂଶୁ ଶେଖର ଦେଓଙ୍କୁ ନିଯୁକ୍ତି ମିଳିଛି । କମିଟିର ଅନ୍ୟ ସଦସ୍ୟ ଭାବେ ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ନେତା ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, କାହ୍ନୁଚରଣ ଲେଙ୍କା, କେପି ସିଂହଦେଓ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଂଟିଆ, ସୁଶୀଳା ତିରିଆ, ପଂଚାନନ କାନୁନଗୋ, ବିଜୟଲକ୍ଷ୍ମୀ ସାହୁ, ଦେବାଶୀଷ ପଟ୍ଟନାୟକ, ପଦ୍ମାକର ଗୁରୁ, କୃଷ୍ଣଚନଦ୍ର ଶଗରିଆ, ଶରତ ରାଉତ, ହମିଦ୍ ହୁସେନ, ଜଗନ୍ନାଥ ପଟ୍ଟନାୟକ, ସପ୍ତଗିରି ଉଲାକା, ହଳଧର କାର୍ଜି ପ୍ରମୁଖ ରହିଛନ୍ତି। କଂଗ୍ରେସ ଛାଡ଼ି ପୁଣିଥରେ ଦଳକୁ ଫେରିଥିବା ବରିଷ୍ଠ ନେତା ଗିରିଧର ଗମାଙ୍ଗ ଓ ଶ୍ରୀକାନ୍ତ ଜେନାଙ୍କୁ ମଧ୍ୟ ପ୍ରଚାର କମିଟି ସଦସ୍ୟ ଭାବେ ସାମିଲ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.8 ° C
    22.8 °
    22.8 °
    58 %
    3kmh
    95 %
    Thu
    23 °
    Fri
    33 °
    Sat
    34 °
    Sun
    34 °
    Mon
    35 °

    ସମ୍ବନ୍ଧିତ