Thursday, June 19, 2025
24.7 C
Odisha

ଓଡ଼ିଶା ବଜେଟ ୨୦୨୪-୨୫: ଶିକ୍ଷାକୁ ଗୁରୁତ୍ବ , ଶିକ୍ଷା କ୍ଷେତ୍ର ପାଇଁ ୩୫ ହଜାର ୫୩୬ କୋଟି ଟଙ୍କାର ବ୍ୟୟବରାଦ

ଆଗକୁ ପଢନ୍ତୁ

ଭୁବନେଶ୍ୱର: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହୋଇଛି ପୂର୍ଣ୍ଣାଙ୍ଗ ବଜେଟ। ଚଳିତ ବଜେଟର ମୋଟ ଆକଳନ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି। ଏଥି ମଧ୍ୟରୁ ଶିକ୍ଷା କ୍ଷେତ୍ର ପାଇଁ ବଜେଟରେ ୩୫ ହଜାର ୫୩୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

* ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୨୬,୩୯୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

* ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା ଅଧୀନରେ ୪୦୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ପଞ୍ଚସଖା ଶିକ୍ଷା ସେତୁ ଅଧୀନରେ ୩୩୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

* ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ୧୩୯ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ମୁଖ୍ୟମନ୍ତ୍ରୀ ଛତ୍ରଛତ୍ରୀ ପରିଧାନ ଯୋଜନା ପାଇଁ ୧୦୮ କୋଟି ଟଙ୍କା ପ୍ରଦାନ କରାଯାଇଛି ।

* ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୯୩୫ କୋଟି ଟଙ୍କା ପ୍ରଦାନ କରାଯାଇଛି ।

* PM-POSHAN ପାଇଁ ୯୯୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* PM-POSHAN ନିମନ୍ତେ ରାଜ୍ୟ ସହାୟତା ବାବଦରେ ୨୫୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ସମଗ୍ର ଶିକ୍ଷା ନିମନ୍ତେ୩,୭୯୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ସମଗ୍ର ଶିକ୍ଷା ନିମନ୍ତେ ରାଜ୍ୟ ସହାୟତା ବାବଦରେ ୪୭୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ରାଜ୍ୟମାନଙ୍କ ପାଇଁ ଶିକ୍ଷାଦାନ-ଶିକ୍ଷଣ ଏବଂ ଫଳାଫଳକୁ ସୁଦୃଢ଼ (STARS) ଯୋଜନା ପାଇଁ ୭୧୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* PM-SHRI ନିମନ୍ତେ ୨୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ଜାତି ଛାତ୍ରଛାତ୍ରୀଙ୍କ ମାଟ୍ରିକ ପୂର୍ବବର୍ତୀ ଓ ପରବର୍ତୀ ଛାତ୍ରବୃତ୍ତି ପାଇଁ ୧୧୭୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।

* ଉଚ୍ଚଶିକ୍ଷା ବିଭାଗ ପାଇଁ ୩,୪୭୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

* ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥ‌ିବା ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ୨୮୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।

* ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବଣ୍ଟନ ପାଇଁ ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନାରେ ୫୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଆମ କଲେଜ ଆମ ଗୌରବ ପାଇଁ ୧୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଓଡ଼ିଶା ବିଶ୍ବବିଦ୍ୟାଳୟ ଗବେଷଣା ଓ ଉଦ୍ଭାବନ ପ୍ରୋତ୍ସାହନ ଯୋଜନା ପାଇଁ ୩୬ କୋଟି ଟଙ୍କା ପ୍ରଦାନ କରାଯାଇଛି ।

* ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (USHA ) ପାଇଁ ୧୫୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

* ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପାଇଁ ୧୫୮୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
24.7 ° C
24.7 °
24.7 °
86 %
1.2kmh
100 %
Thu
25 °
Fri
30 °
Sat
33 °
Sun
35 °
Mon
34 °

ସମ୍ବନ୍ଧିତ