Sunday, February 22, 2026
21.2 C
Odisha

    ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ଗବେଷଣା ପାଇଁ କମିଟି ଗଠିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ୟୁଜିସି ନିୟମାବଳୀ ଅନୁସାରେ ପ୍ରଥମ ଥର ପାଇଁ ଭେଷଜ, ଦନ୍ତ ମହାବିଦ୍ୟାଳୟ ପାଇଁ ବିଶ୍ବବିଦ୍ୟାଳୟରେ ଏକ ଗବେଷଣା କମିଟି ଗଠନ କରାଯାଇଛି। ସ୍ବାସ୍ଥ୍ୟ କ୍ଷେତ୍ରରେ ଗବେଷଣା ପୂର୍ବରୁ ଏହି କମିଟିର ଅନୁମୋଦନ ନେବାକୁ ପଡ଼ିବ। ରାଜ୍ୟ ଓ ରାଜ୍ୟ ବାହାରେ ଆନ୍ତର୍ଜାତିକସ୍ତରରେ ସ୍ବାସ୍ଥ୍ୟ ସମ୍ପର୍କିତ ଗବେଷଣା କରିବାକୁ ହେଲେ ଏହି କମିଟି ଅନୁମତି ପ୍ରଦାନ କରିବ। ସମାଜର ବିଭିନ୍ନ ଶ୍ରେଣୀର ବ୍ୟକ୍ତିବିଶେଷ ଏହି କମିଟିରେ ରହିଛନ୍ତି। ଏନେଇ ଓଡିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।ଗୁଣାବତ୍ତାକୁ ନିୟନ୍ତ୍ରଣ କରିବା ଦିଗରେ ଏହି କମିଟି ସହାୟକ ହେବ। କମିଟିରେ ଅଧ୍ୟକ୍ଷଭାବେ ନ୍ୟାୟାଧୀଶ ଡି.ପି ଚୌଧୁରୀ ଥିବାବେଳେ ସଦସ୍ୟ ସଚିବ ପ୍ରଫେସର ଡା. ୱାଇ. ରୋଜାରମଣି ରହିଛନ୍ତି। ଏହାବ୍ୟତୀତ ପ୍ରଫେସର ଡା. ସୁଶୀଲ ମହାପାତ୍ର, ପ୍ରଫେସର ଡା. ଅଶୋକ ମହାପାତ୍ର, ପ୍ରଫେସର ଡା. ବିନୋଦ ପାତ୍ର, ପ୍ରଫେସର ଏଲ.କେ ନନ୍ଦ, ପ୍ରଫେସର ଡା. ନିରଞ୍ଜନ ମହାନ୍ତି, ପ୍ରଫେସର ଡା. ପ୍ରସନ୍ନ କୁମାର ଦାସ ପ୍ରମୁଖ ରହିଛନ୍ତି। ଏହାବ୍ୟତୀତ ଲିଗାଲ ଏକ୍ସପର୍ଟଭାବେ ସୁପ୍ରିମକୋର୍ଟ ଆଇନଜୀବୀ ରାଜେଶ ଦାଶ ପ୍ରମୁଖ ବହୁ ସଦସ୍ୟ ରହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.2 ° C
    21.2 °
    21.2 °
    42 %
    1.9kmh
    67 %
    Sat
    21 °
    Sun
    34 °
    Mon
    35 °
    Tue
    34 °
    Wed
    34 °

    ସମ୍ବନ୍ଧିତ