Tuesday, April 7, 2026
35.3 C
Odisha

    ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ, “ବିବାହିତା ମହିଳାଙ୍କ ସହମତିରେ ଘରକୁ ଯାଇ ଶାରୀରିକ ସମ୍ପର୍କ ରଖିବା ଅପରାଧିକ ଅନୁପ୍ରବେଶ ନୁହେଁ”

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ ।  ବିବାହିତା ମହିଳାଙ୍କ ସହମତିରେ ତାଙ୍କ ଘରକୁ ଯିବା ‘ଅପରାଧିକ ଅନୁପ୍ରବେଶ’ ନୁହେଁ । ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରି ଜଣେ ବ୍ୟକ୍ତିଙ୍କୁ ଗୃହ-ଅନୁପ୍ରବେଶ ମାମଲାରୁ ଦୋଷମୁକ୍ତ କରିଛନ୍ତି ଓଡ଼ିଶା ହାଇକୋର୍ଟ । କୋର୍ଟ କହିଛନ୍ତି ଯେ, ଯଦି ଜଣେ ବିବାହିତା ମହିଳାଙ୍କ ସହମତିରେ ଜଣେ ବ୍ୟକ୍ତି ତାଙ୍କ ଘରକୁ ଯାଆନ୍ତି ଏବଂ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହେ ତେବେ ତାକୁ ଅପରାଧିକ ଅନୁପ୍ରବେଶ କୁହାଯାଇପାରିବ ନାହିଁ ।

    ୨୦୨୧ ମସିହାର ଏକ ମାମଲାରେ ଅଭିଯୁକ୍ତ ଅଜିତ କିଷାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା ।  ସ୍ୱାମୀଙ୍କ ଅନୁପସ୍ଥିତିରେ ଜଣେ ମହିଳାଙ୍କ ଘରେ ପଶି ଦୁଷ୍କର୍ମ କରିଥିବା ଅଭିଯୋଗ କରାଯାଇଥିଲା ।  ଟ୍ରାଏଲ କୋର୍ଟରେ ତଦନ୍ତ ପରେ ଦୁଷ୍କର୍ମ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା ।  କାରଣ ସମ୍ପର୍କଟି ଉଭୟଙ୍କ ସହମତିରେ ଥିଲା ।

    କିନ୍ତୁ କେବଳ ସ୍ୱାମୀଙ୍କ ଅନୁପସ୍ଥିତିରେ ମହିଳାଙ୍କ ଘରକୁ ଯାଇଥିବାରୁ ଟ୍ରାଏଲ କୋର୍ଟ ତାଙ୍କୁ IPC ଧାରା ୪୫୦ ଅନୁଯାୟୀ ୫ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ।  ଏହି ଦଣ୍ଡାଦେଶ ବିରୋଧରେ ହାଇକୋର୍ଟରେ ହୋଇଥିବା ଆବେଦନର ଶୁଣାଣି କରି ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ୧୩ ଫେବୃଆରୀ ୨୦୨୬ରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।  ହାଇକୋର୍ଟ ଅଭିଯୁକ୍ତଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଛନ୍ତି ଏବଂ ତାଙ୍କୁ ତୁରନ୍ତ ଜେଲରୁ ଖଲାସ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।  ଏହି ରାୟ ପରେ ବର୍ତ୍ତମାନ ସହମତିଭିତ୍ତିକ ସମ୍ପର୍କ ଏବଂ ବ୍ୟକ୍ତିଗତ ଗୋପନୀୟତାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.3 ° C
    35.3 °
    35.3 °
    26 %
    3.2kmh
    50 %
    Tue
    34 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ