Monday, September 28, 2026
27.5 C
Odisha

    ଓଡ଼ିଶାରେ ଏପ୍ରିଲ ୧ରୁ ଆରମ୍ଭ ହେବ SIR ପ୍ରକ୍ରିୟା, ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶାରେ ଏପ୍ରିଲ ୧ରୁ ଆରମ୍ଭ ହେବ SIR ପ୍ରକ୍ରିୟା ।  2025 ଭୋଟର ତାଲିକାରେ ଥିବା ନାମଗୁଡିକୁ 2002 ମସିହାର SIR ରୋଲ ସହିତ ମ୍ୟାଚିଙ୍ଗ କରାଯାଉଛି, ଯାହାକୁ ମ୍ୟାପିଂ ବୋଲି କୁହାଯାଉଛି। ଏପର୍ଯ୍ୟନ୍ତ 80 ପ୍ରତିଶତ ଭୋଟରଙ୍କ ତଥ୍ୟ ସତ୍ୟାପିତ ହୋଇ 2002 ରୋଲରେ ନାମ ଓ ପିତାଙ୍କ ନାମ ମେଳ ହୋଇସାରିଛି। ଏହି 80 ପ୍ରତିଶତ ଲୋକଙ୍କ ପାଇଁ ଅଲଗା କୌଣସି ପଦକ୍ଷେପ ନାହିଁ ।  ବର୍ତ୍ତମାନ ମ୍ୟାପିଂ ପ୍ରକ୍ରିୟା ଜାରି ରହିଛି ।

    70 ପ୍ରତିଶତ କାମ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ହୋଇଥିବା ବେଳେ, ଭୋଟରଙ୍କ ସହଯୋଗରେ ଅନ୍ୟ 10 ପ୍ରତିଶତ କାମ ସରିଛି। ଅବଶିଷ୍ଟ 20 ପ୍ରତିଶତ ଲୋକଙ୍କ ତଥ୍ୟ ସତ୍ୟାପନ କାମ ଚାଲିଛି। 95 ପ୍ରତିଶତ ଲୋକଙ୍କ ପାଖକୁ ପ୍ରଶାସନ ପହଞ୍ଚିବା ଲକ୍ଷ୍ୟ ରଖିଛି। ଘରେ ଘରେ ସର୍ଭେ ସମୟରେ ଅବଶିଷ୍ଟ 5 ପ୍ରତିଶତ ଲୋକଙ୍କୁ 2002 ମସିହାରେ ସେମାନେ କେଉଁଠି ଥିଲେ ସେନେଇ ପଚାରାଯିବ।

    ସମଗ୍ର ପ୍ରକ୍ରିୟା ସମାପ୍ତ ହେବାକୁ 2ରୁ 3 ମାସ ସମୟ ଲାଗିବ। ଜୁନ ଜୁଲାଇ ସୁଦ୍ଧା ଡ୍ରାଫ୍ଟ ରୋଲ ପ୍ରକାଶ ପାଇବ। ଭୋଟର ତାଲିକା ପ୍ରସ୍ତୁତି କାମ 147 ଜଣ ERO କରିବେ। ସେମାନଙ୍କୁ ସହଯୋଗ କରିବାକୁ 719 ଜଣ ସହଯୋଗୀ ERO ନିଯୁକ୍ତ ଅଛନ୍ତି।ବର୍ତ୍ତମାନ 38 ହଜାର BLO କାର୍ଯ୍ୟରତ ଅଛନ୍ତି। ଆଉ 7 ହଜାର BLO ନିଯୁକ୍ତି ହେବାକୁ ଯାଉଛି। ମୋଟ 45 ହଜାର BLO ଏହି କାମରେ ଯୋଗଦେବେ, ଯାହା ଫଳରେ BLO ଅଭାବ ରହିବ ନାହିଁ।

    ଜିଲ୍ଲାପାଳମାନଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟ ସମନ୍ୱୟ ହେବ।ଅନୁପ୍ରବେଶକାରୀମାନଙ୍କୁ ବାଦ କରାଯିବ ବୋଲି ସ୍ପଷ୍ଟ କରାଯାଇଛି। ଯେଉଁମାନେ ଯୋଗ୍ୟ ସେମାନଙ୍କ ପାଇଁ ଆତଙ୍କିତ ହେବାର କାରଣ ନାହିଁ। SIR ପ୍ରକ୍ରିୟାରେ ଅପିଲର ବ୍ୟବସ୍ଥା ମଧ୍ୟ ରହିଛି। ଏନେଇ ସୂଚନା ଦେଇଛନ୍ତି ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ସନ୍ଥଗୋପାଳନ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ