Wednesday, October 7, 2026
23.2 C
Odisha

    ଓପନ ମ୍ୟାରେଜ ଟ୍ରେଣ୍ଡ କଣ ଓ ଏହା କାହିଁକି ଦିନକୁ ଦିନ ବୃଦ୍ଧି ପାଉଛି : ଏମ୍ସ ମନୋବିଜ୍ଞାନୀ ମତ

    ଆଗକୁ ପଢନ୍ତୁ

    ବର୍ତ୍ତମାନ ସମୟରେ ବିବାହ ଓ ରିଲେସନସିପକୁ ନେଇ ଟ୍ରେଣ୍ଡ ବଢିବାକୁ ଲାଗିଛି। ବିବାହ ଗୋଟିଏ ମଜବୁତ ସମ୍ପର୍କ। ଯାହାକୁ ଭାରତରେ ଜନ୍ମ ଜନ୍ମର ବନ୍ଧନ ଭାବରେ ଗ୍ରହଣ କରାଯାଇ ଥାଏ। ସମସ୍ତ ସମ୍ପର୍କ ଠାରୁ ଏହା ମୁଖ୍ୟ ସମ୍ପର୍କ ହୋଇଯାଇ ଥାଏ। ସାଧାରଣ ଭାବରେ ବିବାହ ସମର୍ପଣ ଓ ବିଶ୍ୱାସର ସମ୍ପର୍କ ଭାବରେ ଗ୍ରହଣ କରାଯାଏ, କିନ୍ତୁ ଆଜିକାଲି ବିବାହ ସହିତ ଜଡିତ ଗୋଟିଏ ନୂଆ କନସେପ୍ଟ ଖୁବ ଦ୍ରୁତ ବେଗରେ ପ୍ରସିଦ୍ଧି ଲାଭ କରିଛି। ତାହା ହେଉଛି ଓପନ ମ୍ୟରେଜ, ଯାହା ବିଦେଶରେ ପୂର୍ବରୁ ଦେଖିବାକୁ ମିଳୁଥିଲା ବର୍ତ୍ତମାନ ଭାରତରେ ଦେଖିବାକୁ ମିଳୁଛି। ଏହାକୁ ନେଇ ଏମ୍ସ ର ସିନିଅର ସାଇକୋଲୋଜିଷ୍ଟ କିଛି ଅଧିକ ତଥ୍ୟ ପ୍ରଦାନ କରିଛନ୍ତି।

    ଓପନ ମ୍ୟାରେଜ କଣ ?
    ଆଧୁନିକ ସମୟ ସହିତ ପ୍ରେମ କରିବା ଓ ସମ୍ପର୍କ ରଖିବା ମଧ୍ୟ ବଦଳି ଯାଇଛି। ପୂର୍ବରୁ ଯାହା ଜଣେ ବ୍ୟକ୍ତି ଗୋଟିଏ ପାର୍ଟନର ସହିତ ଜୀବନ ଅତିବାହିତ କରୁଥିଲା ବର୍ତ୍ତମାନ ତାହା ଆଉ ନାହିଁ, ଜଣେ ଅନେକ ଜଣଙ୍କ ସହିତ ସମ୍ପୃକ୍ତ ରହୁଛନ୍ତି। ଏହି କାରଣରୁ ଓପନ ମ୍ୟାରେଜ କନସେପ୍ଟ ବର୍ତ୍ତମାନ ସମସ୍ତଙ୍କର ପସନ୍ଦ ହେଉଛି। ଏହା ଗୋଟିଏ ଏଭଳି ବିବାହ ଯେଉଁଥିରେ ଲୋକେ ନିଜ ପାର୍ଟନରଙ୍କ ସହମତିରେ ଅନ୍ୟ ସ୍ଥାନରେ ସମ୍ପର୍କ ରଖୁଛନ୍ତି। ଏହାଦ୍ୱାରା ବ୍ୟକ୍ତି ନିଜ ପାର୍ଟନରଙ୍କ ବ୍ୟତୀତ ଅନ୍ୟମାନଙ୍କ ସହିତ ମଧ୍ୟ ରୋମାନ୍ସ କରୁଛି। ଏଭଳି ସମ୍ପର୍କରେ ଇମୋସନାଲ ଫିଲିଙ୍ଗସ ଓ ସ୍ନେହକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ, ପରେ ଶାରୀରିକ ସମ୍ବନ୍ଧ ଉପରେ ଗୁରୁତ୍ୱ ଦିଆଯାଏ। ଓପନ ମ୍ୟାରେର ଆଉ ଗୋଟିଏ ଅର୍ଥ ହେଉଛି କୌଣସି ବ୍ୟକ୍ତି ନିଜ ପାର୍ଟନର ବ୍ୟତୀତ ଅନ୍ୟ ସହିତ ଭାବନାତ୍ମକ ଭାବରେ ଜଡିତ ରହିଥାଏ।

    କାହିଁକି ଭାରତରେ ଏହା ବୃଦ୍ଧି ପାଉଛି –
    – ଓପନ ମ୍ୟାରେଜ କନସେପ୍ଟ ଭାରତରେ ବୃଦ୍ଧି ପାଉଥିବାର ମୁଖ୍ୟ କାରଣ ଦର୍ଶାଯାଇଛି ପାର୍ଟନରଙ୍କ ମଧ୍ୟରେ ଭାବନାତ୍ମକ ସଂଯୋଗର ଅଭାବ ବୋଲି ମନୋବିଜ୍ଞାନୀମାନେ ମତ ଦେଇଛନ୍ତି।

    – ଏହାପରେ ଦର୍ଶାଯାଇଛି ସ୍ୱାମୀ -ସ୍ତ୍ରୀ ଉଭୟ କର୍ମଜୀବି ହୋଇଥିବାରୁ କେହି କାହା ସହିତ ସମୟ ବିତାଇ ପାରୁନାହାନ୍ତି ଏବଂ କଳହ ସୃଷ୍ଟି ହେଉଛି, ଯାହାଦ୍ୱାରା ଓପନ ମ୍ୟାରେଜ କନସେପ୍ଟ ବୃଦ୍ଧି ପାଉଛି।

    – ମନୋବିଜ୍ଞାନୀଙ୍କ ମତରେ କିଛିଟା ପ୍ରଭାବ ଇଲେକ୍ଟ୍ରୋନିକ୍ସ ଉପକରଣର ବ୍ୟବହାର ଓ ସୋସିଆଲ ମିଡ଼ିଆକୁ ଦେଖାଇବା , ଯାହାକି ଉଭୟ ପୁରୁଷ ଓ ନାରୀଙ୍କ ଉପରେ ଖରାପ ପ୍ରଭାବ ପକାଉଛି।

    – ଭାରତୀୟମାନେ ଅଧିକ ଆଧୁନିକ ଚାକଚକ୍ୟକୁ ଅନୁସରଣ କରୁଛନ୍ତି, ଯାହାକୁ ସେମାନେ ମର୍ଡନ ସୋସାଇଟିର ଗୋଟିଏ ରୋଲ ବୋଲି ଦର୍ଶାଉଛନ୍ତି। ଏହାଛଡା ଅର୍ଥର ଅଭାବ, ବେକାରୀ ସମସ୍ୟା, ଆଧୁନିକ ସଭ୍ୟତାକୁ ଅନୁସରଣକୁ ମନୋବିଜ୍ଞାନୀମାନେ ଦାୟୀ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    89 %
    1.8kmh
    0 %
    Wed
    23 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ