Thursday, January 22, 2026
14.6 C
Odisha

    ଔଷଧୀୟ ଗୁଣରେ ଭରପୁର ଅଶ୍ବଗନ୍ଧା, ଯାହା ଅନେକ ରୋଗରୁ କରେ ମୁକ୍ତି

    ଆଗକୁ ପଢନ୍ତୁ

    ଆୟୁର୍ବେଦ ଅନୁସାରେ ଅଶ୍ବଗନ୍ଧାକୁ ଔଷଧ ଭାବେ ବିବେଚନା କରାଯାଏ । ଆପଣ ଏଥିରୁ କାଢା କିମ୍ବା ଚା’ ପ୍ରସ୍ତୁତ କରି ପିଇପାରିବେ । ବର୍ତ୍ତମାନ ଜୀବନଶୈଳୀ ବଦଳିବା ସହ ଲୋକଙ୍କ ଟେଷ୍ଟରେ ମଧ୍ୟ ପରିବର୍ତ୍ତନ ଆସିଛି । ଏବେ ବିଭିନ୍ନ ପ୍ରକାରର ଚା’ ପିଉଛେ । କିନ୍ତୁ ଅଶ୍ବଗନ୍ଧାର ଏହି ଚା’ ଆମ ସ୍ବାସ୍ଥ୍ୟ ଉପକାରୀ ହୋଇଥାଏ । ଯାହା କେବଳ ରିଲାକ୍ସ ଫିଲ୍ କରାଇନଥାଏ ବରଂ ଶରୀର ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଅଶ୍ବଗନ୍ଧାରେ ଅନେକ ଔଷଧୀୟ ଗୁଣ ଭରପୁର ମାତ୍ରାରେ ଥିବାରୁ ଆମ ସ୍ବାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ । ଅଶ୍ୱଗନ୍ଧା ଚା’ ପିଇବା ଦ୍ୱାରା ଶରୀର ରୋଗ ମୁକ୍ତ ରହିଥାଏ ।

    ଶାରୀରିକ ଦୁର୍ବଳତା, ନିଦ୍ରା ଅଭାବ, ଚାପ ଏବଂ ଗଣ୍ଠି ଯନ୍ତ୍ରଣା ଭୋଗୁଥିବା ଲୋକମାନେ ନିଶ୍ଚିତ ଭାବରେ ନିଜ ଖାଦ୍ୟରେ ଅଶ୍ୱଗନ୍ଧାକୁ ସାମିଲ କରିବା ଉଚିତ୍ । ଏହାକୁ ସେବନ କରିବା ଦ୍ୱାରା ବଢ଼ୁଥିବା ଚାପ ହରମୋନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଏବଂ ମନକୁ ଶାନ୍ତ କରିଥାଏ । ଏହାକୁ ଚା’ ଭାବେ କିପରି ପ୍ରସ୍ତୁତ କରିବେ ଏବଂ ଅଶ୍ବଗନ୍ଧାକୁ ସେବନ କରିବାର ଲାଭ ସମ୍ପର୍କରେ ଆସନ୍ତୁ ଜାଣିବା ।

    ଚା’ କିପରି ପ୍ରସ୍ତୁତ କରିବେ :

    ଗୋଟିଏ ପାତ୍ରରେ ଗୋଟିଏ ଗ୍ଲାସ୍ ପାଣି ନିଅନ୍ତୁ । ପାଣି ଫୁଟିଯିବା ପରେ ୧ ରୁ ୨ଟି ଅଶ୍ୱଗନ୍ଧା ମୂଳ କିମ୍ବା ଗୋଟିଏ ଚାମଚ ଅଶ୍ୱଗନ୍ଧା ପାଉଡର ମିଶାନ୍ତୁ । ପୁଣି ପାଣିକୁ ୧୦ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ । ଯେତେବେଳେ ପ୍ରାୟ ୧ କପ୍ ପାଣି ରହିବ ଏହାକୁ ଛାଣି ଦିଅନ୍ତୁ । ସେଥିରେ ଲେମ୍ବୁ ଏବଂ ମହୁ ମିଶାନ୍ତୁ ଏବଂ ଏହାକୁ ଚା’ ପରି ପିଅନ୍ତୁ । ଆପଣ ପ୍ରତିଦିନ ଗୋଟିଏରୁ ଦୁଇଥର ଅଶ୍ୱଗନ୍ଧା ଚା ପିଇପାରିବେ ।

    ଅଶ୍ବଗନ୍ଧାର ଲାଭ :

    ଓଜନ ହ୍ରାସ କରିଥାଏ : ଯେଉଁମାନେ ଓଜନ ହ୍ରାସ କରିବାକୁ ନେଇ ଚିନ୍ତିତ ରହୁଛନ୍ତି ସେମାନେ ଅଶ୍ବଗନ୍ଧା ଖାଇବା ନିହାତି ଜରୁରୀ । ଯାହାକୁ ଆପଣ ଗୋଟିଏ ଗ୍ଲାସ୍ କ୍ଷୀର ସହିତ ମଧ୍ୟ ମିଶାଇ ପିଇପାରିବେ । ଯାହା ସେବନ କରିବା ଦ୍ବାରା ଆପଣଙ୍କ ପାଚନ କ୍ରିୟାରେ ଉନ୍ନତି ଆସିବା ସହ ଶୀଘ୍ର ଓଜନ ହ୍ରାସ ହେବ ।

    ଦୁର୍ବଳତା ଦୂର କରିବ : କ୍ଷୀର ସହିତ ଅଶ୍ବଗନ୍ଧା ପିଇବା ଦ୍ବାରା ଦୁର୍ବଳତା ଦୂର ହେବ । ଗୋଟିଏ ଗ୍ଲାସ୍ କ୍ଷୀରରେ ୨ ଗ୍ରାମ୍ ଅଶ୍ବଗନ୍ଧା ପାଉଡର ସହିତ ୧୨୫ ଗ୍ରାମ ତ୍ରିକାଟୁ ପାଉଡର ମିଶାଇ ପିଅନ୍ତୁ । ଯାହା ଦ୍ବାରା ଆପଣ ଶକ୍ତିଶାଳୀ ଅନୁଭବ କରିବେ । ଯାହା ପିଇବା ଦ୍ବାରା ଆପଣ କିଛି ଦିନ ମଧ୍ୟରେ ଫରକ୍ ଦେଖିବାକୁ ପାଇବେ । ତେଣୁ ଏହାକୁ ପିଇବାର ଅଭ୍ୟାସ କରନ୍ତୁ ।

    ରକ୍ତଚାପ ନିୟନ୍ତ୍ରଣ କରେ : ଉଚ୍ଚ ରକ୍ତଚାପ ଥିବା ଲୋକଙ୍କ ପାଇଁ ଅଶ୍ୱଗନ୍ଧା ପ୍ରଭାବଶାଳୀ ହୋଇଥାଏ । ଏହାକୁ ସେବନ କରିବା ଦ୍ୱାରା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ସେଥିପାଇଁ ୨ ଗ୍ରାମ ଅଶ୍ୱଗନ୍ଧା ପାଉଡର, ୧୨୫ ଗ୍ରାମ ଗୁଣ୍ଡ ହଳଦୀ ଏବଂ ୧ ଗ୍ଲାସ କ୍ଷୀର ନିଅନ୍ତୁ । ଯାହା ରକ୍ତଚାପ ରୋଗୀଙ୍କ ପାଇଁ ବେଷ୍ଟ ହେବ ।

    ଭଲ ନିଦ : ଯଦି ଆପଣ ସାରା ଦିନ କ୍ଳାନ୍ତ ଏବଂ ରାତିରେ ଭଲ ନିଦ ହେଉନାହିଁ, ତେବେ ପ୍ରତିଦିନ ଗୋଟିଏ ଗ୍ଲାସ କ୍ଷୀରରେ ୧ ଚାମଚ ଅଶ୍ୱଗନ୍ଧା ମିଶାଇ ପିଇବା ଆରମ୍ଭ କରନ୍ତୁ । ଏହା ଆପଣଙ୍କ ଉଭୟ ସମସ୍ୟାର ସମାଧାନ କରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.6 ° C
    14.6 °
    14.6 °
    65 %
    1.2kmh
    0 %
    Thu
    29 °
    Fri
    30 °
    Sat
    30 °
    Sun
    32 °
    Mon
    32 °

    ସମ୍ବନ୍ଧିତ