Tuesday, November 4, 2025
25.8 C
Odisha

    ଔଷଧୀୟ ଗୁଣରେ ଭରପୁର ମହୁ, ସେବନ କଲେ ମିଳିବ ଜବରଦସ୍ତ ଫାଇଦା

    ଆଗକୁ ପଢନ୍ତୁ

    ମହୁ କେବଳ ସ୍ବାଦ ପାଇଁ ନୁହଁ ସ୍ବାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ ମହୁ । ଆୟୁର୍ବେଦ ଅନୁସାରେ ମହୁକୁ ସ୍ବାସ୍ଥ୍ୟର ଭଣ୍ଡାର ବୋଲି ବିବେଚନା କରାଯାଏ । ଯାହାକୁ ଏକ ଔଷଧ ଭାବେ ବ୍ୟବହାର କରାଯାଇଥାଏ । ଏଥିରେ ଅନେକ ଗୁଣ ରହିଛି ଯାହା ଅନେକ ଗମ୍ଭୀର ସମସ୍ୟାକୁ ଦୂର କରିଥାଏ । ଶୀତ ଦିନ ପାଇଁ ମହୁ ସେବନ ଖୁବ୍ ଲାଭକାରୀ ବୋଲି ପ୍ରମାଣିତ ହୋଇ ଆସୁଅଛି । ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । କେବଳ ସୁସ୍ଥ ରଖି ନଥାଏ ବରଂ ଏହା ସୁନ୍ଦରତା ବଜାୟ ରଖିବା ପାଇଁ ମଧ୍ୟ ପ୍ରଭାବଶାଳୀ ହୋଇଥାଏ । ତେଣୁ ସୁସ୍ଥ ଏବଂ ସୁନ୍ଦର ରହିବାକୁ ଚାହୁଁଥିଲେ ପ୍ରତ୍ୟେକ ଦିନ ମହୁ ଖାଇବାର ଅଭ୍ୟାସ କରନ୍ତୁ । ତେବେ ଶୀତ ଋତୁରେ ମହୁ ସେବନର ଫାଇଦା ବିଷୟରେ ଆସନ୍ତୁ ଜାଣିବା ।

    ମହୁରେ ଗ୍ଳୁକୋଜ, ଆଇରନ୍, ଫସଫେଟ୍, ସୋଡ଼ିୟମ୍, କ୍ଳୋରିନ୍, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଆଦି ଭରପୁର ମାତ୍ରାର ରହିଥାଏ । ଯାହା ଶରୀରକୁ ବ୍ୟାକ୍ଟେରିଆଠାରୁ ରକ୍ଷା କରିଥାଏ । ଏହାସହ ଏଥିରେ ଆଣ୍ଟିବ୍ୟାକ୍ଟେରିଆ, ଏଣ୍ଟିବାୟୋଟିକ୍, ଭିଟାମିନ୍ ବି୧ ଏବଂ ବି୧୬ ମଧ୍ୟ ଭରପୁର ମାତ୍ରାରେ ରହିଛି । ଯାହା ତ୍ବଚାର ଚମକ ବଜାୟ ରଖିବା ସହ ସୁନ୍ଦରତା ବଢ଼ାଇବାରେ ସାହାଯ୍ୟ କରିଥାଏ ।

    ଯଦି କାଶ ଲଗାତାର ହେଉଛି ତେବେ ଏଥିପାଇଁ ମହୁ ବେଷ୍ଟ ହୋଇଥାଏ । ମହୁରେ ଥିବା ଆଣ୍ଟି ଇମଫ୍ଲୋମେଣ୍ଟାରୀ ଗୁଣ କାଶକୁ ରୋକିବାରେ ସହାୟକ କରିଥାଏ । ହଳଦୀ ଏବଂ ଅଦା ରସ ସହିତ ଗୋଟିଏ ଚାମଚ ମହୁ ମିଶାଇ ଦିନକୁ ୩ ଥର ଖାଇଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ଛଡ଼ା ବ୍ୟାୟାମ କରିବା ପୂର୍ବରୁ ଏକ ଚାମୁଚ ମହୁ ଖାଇଲେ ଥକାପଣକୁ ଦୂର କରେ । ଆପଣ ଚା’ରେ ଚିନି ବଦଳରେ ମହୁର ମଧ୍ୟ ବ୍ୟବହାର କରିପାରିବେ।

    ମହୁର ସେବନ କରିବା ଦ୍ବାରା ରକ୍ତରେ ପଲିଫୋନିକ୍ ଏଣ୍ଟିଅକ୍ସିଡ଼େନ୍ସର ମାତ୍ରା ବଢ଼ିଥାଏ । ଯାହା ଦ୍ବାରା ହୃହରୋଗର ଆଶଙ୍କାକୁ କମ୍ କରିଥାଏ । କୋଲେଷ୍ଟ୍ରୋଲ ଥିବା ବ୍ୟକ୍ତିଙ୍କୁ ମହୁ ଖାଇବାକୁ ମଧ୍ୟ ଅନେକ ସମୟରେ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି । ଏଥିସହ ଭଲ ନିଦ ପାଇଁ ମଧ୍ୟ ସହାୟକ ହୋଇଥାଏ ମହୁ। ଯେଉଁ ବ୍ୟକ୍ତିଙ୍କର ନିଦ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି ସେମାନେ ରାତିରେ ଉଷୁମ କ୍ଷୀରରେ ମହୁ ମିଶାଇ ସେବନ କରନ୍ତୁ । ଦେଖିବେ ଏହାର ତୁରନ୍ତ ଉପଚାର ମିଳିବ ।

    ଯଦି ଆପଣ ପାଚନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଆପଣ ବ୍ରେକଫାଷ୍ଟ ପୂର୍ବରୁ ଉଷୁମ ପାଣିରେ ଗୋଟିଏ ଚାମଚ ଲେମ୍ବୁ ରସ ଏବଂ ମହୁ ମିଶାଇ ସେବନ କରିବା ଉଚିତ୍ । ଯାହା ଆପଣଙ୍କୁ ପାଚନ ଜନିତ ସମସ୍ୟାରୁ ଆରାମ ଦେବ । ଏତିକି ନୁହେଁ ବରଂ ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ । ଯାହା ଅନେକ ସଂକ୍ରମଣରୁ ରକ୍ଷା କରିଥାଏ । ମହୁ ଭୋକ ନିୟନ୍ତ୍ରିତ ରଖିବାରେ ସହାୟକ ହୋଇଥାଏ। ଦୈନିକ ସକାଳେ ପାଣିରେ ଏକ ଚାମୁଚ ମହୁ ମିଶାଇ ସେବନ କରନ୍ତୁ । ଦେଖିବେ ମେଦ ହ୍ରାସ ହେବା ସହ ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହିବ ।

    ସାଧାରଣତଃ ଶୀତଦିନେ ଆମ ଦେହ ଶୁଖିଲା ଦିଶିଥାଏ । ତେଣୁ ଶୀତଦିନରେ ମହୁକୁ ମୁହଁରେ ହାଲୁକା ମସାଜ କରିବା ପରେ ପାଣିରେ ଧୋଇଦିଅନ୍ତୁ । ଯାହା ଏକ ନେଚୁରାଲ ମଶ୍ଚରାଇଜର ଭଳି କାମ କରିବ । ଏହା ବ୍ୟତୀତ ଦାଗ ଏବଂ ଡ଼୍ରାଏନେସକୁ ମଧ୍ୟ କମ କରିବାରେ ସାହାର୍ଯ୍ୟ କରିବ । ଚେହେରାରେ ତୋଫାପଣ ସହ, ଏଣ୍ଟି ଏଜିଙ୍ଗ ସମସ୍ୟାର ସମାଧାନ କରିଥାଏ । ଏହି ସବୁ ସମସ୍ୟା ଥିଲେ ମହୁ ସେବନ କରିବାକୁ ଆଦୌ ଭୁଲନ୍ତୁ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.8 ° C
    25.8 °
    25.8 °
    64 %
    2kmh
    93 %
    Tue
    25 °
    Wed
    27 °
    Thu
    28 °
    Fri
    28 °
    Sat
    27 °

    ସମ୍ବନ୍ଧିତ