Saturday, October 3, 2026
30.8 C
Odisha

    ଔଷଧ କମ୍ପାନୀରେ ବଏଲର ବିସ୍ଫୋରଣ, ୫ ମୃତ ଓ ୧୦ ଆହତ

    ଆଗକୁ ପଢନ୍ତୁ

    ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାର ସତ୍ୟବେଦୁ ମଣ୍ଡଳ ଅଞ୍ଚଳର ଶ୍ରୀ ସିଟିରେ  ଥିବା ଏକ ପ୍ରାଇଭେଟ ଔଷଧ କମ୍ପାନୀରେ ବଏଲର ବିସ୍ଫୋରଣ ଯୋଗୁଁ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଫଳରେ ୫ ଜଣ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ଘଟଣା ସମ୍ପର୍କରେ ସୂଚନା ପାଇ ଉଦ୍ଧାର ଏବଂ ଜରୁରୀକାଳୀନ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ବର୍ତ୍ତମାନ ଆହତଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

    ଅନ୍ୟପଟେ ଆନ୍ଧ୍ର ପ୍ରଦେଶର ଶିକ୍ଷା ଏବଂ ଆଇଟି ମନ୍ତ୍ରୀ ନାରା ଲୋକେଶ ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଏବଂ ସ୍ୱର୍ଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି । ଏଥିସହ ଆହତ କର୍ମଚାରୀମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇବା ନିଶ୍ଚିତ କରିବାକୁ ଲୋକେଶ ଅଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି ।  ସେ ସରକାରଙ୍କୁ ମଧ୍ୟ ଆଶ୍ୱାସନା ଦେଇଛନ୍ତି ଯେ ମୃତକଙ୍କ ପରିବାର ସେମାନଙ୍କ ସହିତ ଠିଆ ହେବେ ଏବଂ ସମସ୍ତ ପ୍ରକାର ସହାୟତା ଯୋଗାଇବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    54 %
    2.9kmh
    5 %
    Sat
    31 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ