Saturday, October 3, 2026
30.8 C
Odisha

    ଭାରତୀୟ କ୍ୟାପଟେନ୍‌ଙ୍କୁ ଆକ୍ରମଣ ମାମଲା, କୋ ପାଇଲଟ୍‌ଙ୍କ ପୂର୍ବ ରେକର୍ଡ ଖୋଳତାଡ଼

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : Flydubai ବିମାନରେ ଭାରତୀୟ କ୍ୟାପଟେନ୍ ସ୍ମିତ ମାଛରଙ୍କ ଉପରେ ଆକ୍ରମଣ ଘଟଣାରେ ଆସିଲା ବଡ଼ ତଥ୍ୟ । ଅଭିଯୁକ୍ତ କୋ-ପାଇଲଟଙ୍କୁ ୨୦୨୪ରେ ହିଁ ସୁରକ୍ଷା ପାଇଁ ବିପଦ ବୋଲି ଚିହ୍ନଟ କରିଥିଲା ଓମାନ ଏୟାର । ଏକ ଗଣମାଧ୍ୟମକୁ ବରିଷ୍ଠ ଗୁଇନ୍ଦା ଓ ଆଇନ ପ୍ରବର୍ତ୍ତନ ଅଧିକାରୀ ଦେଇଥିବା ସୂଚନା ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ, ୨୦୨୪ରେ ସେ Oman Airରେ ଟ୍ରେନି କୋ-ପାଇଲଟ୍ ଭାବେ କାମ କରୁଥିଲେ ।

    ସେହି ସମୟରେ ତାଙ୍କ ପାଖରୁ ଉଗ୍ରବାଦ ସମ୍ପର୍କିତ କିଛି ସାମଗ୍ରୀ ମିଳିଥିବା ସୂତ୍ରରୁ ରିପୋର୍ଟ କରାଯାଇଛି । ଏହାପରେ ତାଙ୍କୁ ବିମାନ ଉଡ଼ାଣ ଦାୟିତ୍ୱରୁ ହଟାଯାଇଥିଲା। ତେବେ Oman Airରୁ ସମ୍ପୂର୍ଣ୍ଣ ବାହାର କରାଯାଇନଥିଲା । ତାଙ୍କୁ ପ୍ରଶାସନିକ କାମରେ ରଖାଯାଇଥିବା ସୂତ୍ର କହିଛନ୍ତି । ଏବେ ସବୁଠାରୁ ବଡ଼ ପ୍ରଶ୍ନ—୨୦୨୪ରେ ସୁରକ୍ଷା ଚିନ୍ତା କାରଣରୁ ଉଡ଼ାଣରୁ ହଟାଯାଇଥିବା ବ୍ୟକ୍ତି ପରେ Flydubaiର କକପିଟରେ କିପରି ପହଞ୍ଚିଲେ? ତଦନ୍ତକାରୀ ଅଧିକାରୀମାନେ ଏବେ ଏହି ଦିଗକୁ ନେଇ ଯାଞ୍ଚ କରୁଛନ୍ତି। Oman Airରେ ପୂର୍ବରୁ ସୁରକ୍ଷା ସମ୍ପର୍କିତ ଚିନ୍ତା ସାମ୍ନାକୁ ଆସିବା ସତ୍ତ୍ୱେ ପରବର୍ତ୍ତୀ ସମୟରେ ସେ କିପରି Flydubaiରେ ନିଯୁକ୍ତି ପାଇଲେ ଏବଂ ଦୁବାଇରୁ ତେଲ୍ ଅଭିଭ୍ ଯାଉଥିବା ବିମାନର First Officer ଭାବେ କିପରି ଦାୟିତ୍ୱ ପାଇଲେ, ତାହାର ତଦନ୍ତ ଚାଲିଛି । ଏହି ଘଟଣା Flydubaiର FZ1073 ବିମାନରେ ଘଟିଥିଲା । ବିମାନଟି ଦୁବାଇରୁ ତେଲ୍ ଅଭିଭ୍ ଯାଉଥିବା ବେଳେ କୋ-ପାଇଲଟ୍ ଭାରତୀୟ କ୍ୟାପଟେନ୍ ସ୍ମିତ ମାଛରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ରହିଛି ।

    ଏହାପରେ ବିମାନ ଦ୍ରୁତ ଗତିରେ ତଳକୁ ଖସିଥିଲା। ଗୁରୁତର ଆହତ ହେବା ସତ୍ତ୍ୱେ କ୍ୟାପଟେନ୍ ମାଛର କକପିଟ୍ ଦ୍ୱାର ଖୋଲିବାରେ ସକ୍ଷମ ହୋଇଥିଲେ । ପରେ ଯାତ୍ରୀମାନେ ସନ୍ଦିଗ୍ଧଙ୍କୁ କାବୁ କରିଥିଲେ ଏବଂ ବିମାନଟି ସାଉଦି ଆରବର ତାବୁକରେ ସୁରକ୍ଷିତ ଅବତରଣ କରିଥିଲା । ସନ୍ଦିଗ୍ଧଙ୍କୁ ଗୁରୁବାର ସାଉଦି ଆରବରୁ UAEକୁ ସ୍ଥାନାନ୍ତର କରାଯାଇଛି । ସେ ତଦନ୍ତକାରୀଙ୍କୁ ସହଯୋଗ କରୁଥିବା ମଧ୍ୟ ସୂତ୍ରରୁ ଜଣାପଡ଼ିଛି । ଘଟଣା ପଛର ଉଦ୍ଦେଶ୍ୟ, ପୂର୍ବରୁ ଥିବା ସୁରକ୍ଷା ସତର୍କତା ଏବଂ Flydubaiରେ ତାଙ୍କ ନିଯୁକ୍ତି ପ୍ରକ୍ରିୟା ଏବେ ତଦନ୍ତର ପ୍ରମୁଖ ଦିଗ ପାଲଟିଛି । ଘଟଣା ପରେ Flydubai ତେଲ୍ ଅଭିଭକୁ ନିଜର ବିମାନ ସେବା ସାମୟିକ ଭାବେ ବନ୍ଦ ରଖିଛି । ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନେତୃତ୍ୱରେ ପୂର୍ଣ୍ଣ ତଦନ୍ତ ଚାଲିଛି ଏବଂ Flydubai ତଦନ୍ତରେ ସହଯୋଗ କରୁଥିବା କହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    54 %
    2.9kmh
    5 %
    Sat
    31 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ