Thursday, October 8, 2026
24.4 C
Odisha

    କଂଗ୍ରେସର ଓଡ଼ିଶା ବନ୍ଦ ଆନ୍ଦୋଳନ: ଭୁବନେଶ୍ବର-କଟକକୁ ଜଗିବ ଡ୍ରୋନ୍‌-ଏଆଇ କ୍ୟାମେରା

    ଆଗକୁ ପଢନ୍ତୁ

    ଭୁବନେଶ୍ବର : କଂଗ୍ରେସ ପକ୍ଷରୁ ଆସନ୍ତାକାଲି ଦିଆଯାଇଥିବା ଓଡ଼ିଶା ବନ୍ଦ ପାଇଁ ପର୍ଯ୍ୟାପ୍ତ ପୁଲିସ ବ୍ୟବସ୍ଥା ହୋଇଛି। ରାଜଧାନୀ ଭୁବନେଶ୍ବର ଓ କଟକର ବିଭିନ୍ନ ଛକ, ବଜାର, ସରକାରୀ କାର୍ଯ୍ୟାଳୟ ସବୁଠି ପୁଲିସ ମୁତୟନ ହେବେ। ଖିଲାପକାରୀଙ୍କ ଉପରେ ନଜର ରଖିବା ପାଇଁ ସାଦା ପୋଷାକରେ ପୁଲିସ ମୁତୟନ ହେବେ। ପୁଲିସ କମିସନର ଏସ୍‌ ଦେବଦତ୍ତ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ପୁଲିସ କମିସନର କହିଛନ୍ତି, ଏସବୁକୁ ଡିଜିପିଙ୍କ କାର୍ଯ୍ୟାଳୟ ଓ ଅନ୍ୟ ବରିଷ୍ଠ ଅଧିକାରୀ ମନିଟର କରିବେ। ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ ହେଉ। କିନ୍ତୁ କୌଣସି ନେତା ବା କର୍ମୀ ଆଇନକୁ ହାତକୁ ନିଅନ୍ତୁ ନାହିଁ। ଲୋକସେବା ଭବନ, ବିଧାନସଭା, ରାଜୀବ ଭବନ, ବିଭିନ୍ନ ଭିଭିଆଇପିଙ୍କ ବାସଭବନ ନିକଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ। ରେଳରୋକ ହିଂସାର ପନ୍ଥା ଆପଣାଇଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କମିସନର କହିଛନ୍ତି।

    ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀଙ୍କ ମୃତ୍ୟୁ ପରେ ରାଜ୍ୟ ରାଜନୀତି ଜୋର୍‌ ଧରିଥିବା ବେଳେ କଂଗ୍ରେସ ପକ୍ଷରୁ ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ କଂଗ୍ରେସ ସମେତ ସମସ୍ତ ବାମପନ୍ଥୀ ଦଳ ସିପିଆଇ, ସିପିଆଇ(ଏମ୍‌), ସିପିଆଇ(ଏମ୍ଏଲ), ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍, ଏନ୍‌ସିପି, ଏସ୍‌ପି ଓ ଆର୍‌ଜେଡି ଦଳ ସମର୍ଥନ ଜଣାଇଛନ୍ତି। ବନ୍ଦ ଯୋଗୁଁ ଗତକାଲି ବିଦ୍ୟାଳୟ, କଲେଜ ଓ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। କଂଗ୍ରେସ ଭବନଠାରେ ଆୟୋଜିତ ବିଭିନ୍ନ ଦଳର ମିଳିତ ସାମ୍ବାଦିକ ସମ୍ମିଳନୀରେ ଗତମଙ୍ଗଳବାର ଏ ସଂପର୍କରେ ଘୋଷଣା କରାଯାଇଛି। ପୀଡିତାଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ, ଏହା ଏକ ବ୍ୟବସ୍ଥାକୃତ ହତ୍ୟା ବୋଲି ମିଳିତ ବିରୋଧୀ ଦଳ ପକ୍ଷରୁ କୁହାଯାଇଛି। ଏହି ଦୁର୍ଭାଗ୍ୟଜନକ ଘଟଣାର ସତ୍ୟତା ଅନୁସନ୍ଧାନ ପାଇଁ ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ଦ୍ବାରା ନ୍ୟାୟିକ ତଦନ୍ତ କରାଯାଉ। ନୈତିକତା ଦୃଷ୍ଟିରୁ ଉଚ୍ଚଶିକ୍ଷା ମନ୍ତ୍ରୀ, ବାଲେଶ୍ବର ସାଂସଦ ଓ ବାଲେଶ୍ବର ବିଧାୟକ ଇସ୍ତଫା ଦିଅନ୍ତୁ। ବାଲେଶ୍ବର ସାଂସଦ, ବିଧାୟକ, ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ଏହି ସବୁ ଦାବିରେ ଏବଂ ପୀଡ଼ିତାଙ୍କ ସ୍ମୃତିରେ ୧୭ ତାରିଖରେ ଓଡ଼ିଶା ବନ୍ଦକୁ ଜନସାଧାରଣ ସମର୍ଥନ ଦେଇ ସଫଳ କରିବାକୁ ବିରୋଧୀ ଦଳଗୁଡ଼ିକ ନିବେଦନ କରିଛନ୍ତି। ବିଜେପିର କୁଶାସନ ବିରୋଧରେ ରାଜ୍ୟର ସମସ୍ତ ସମଭାବାପନ୍ନ ଦଳ ଓ ସଂଗଠନମାନେ ଏକାଠି ହେବାକୁ ଆହ୍ବାନ ଦିଆଯାଇଛି। ଏଥିସହ ତିନି ଦିନ ଧରି ସମଗ୍ର ରାଜ୍ୟରେ ମହମବତୀ ଶୋଭାଯାତ୍ରା ଓ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ପିସିସି ରାଜ୍ୟ ସଭାପତି ଭକ୍ତଚରଣ ଦାସ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    0.5kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ