Thursday, October 8, 2026
24.4 C
Odisha

    ଜୀବିତଙ୍କ ଆଡ଼େ ଟିକେ ଧ୍ୟାନ ଦିଅ ହୋ, ଚିକିତ୍ସିତ ପୀଡ଼ିତଙ୍କୁ ବି ସାହାଯ୍ୟ ଦିଅ

    ଆଗକୁ ପଢନ୍ତୁ

    ବାଲେଶ୍ବର : ଫକୀର ମୋହନ କଲେଜ୍‌ର ପୀଡ଼ିତାଙ୍କ ମୃତ୍ୟୁ ପରେ ତାଙ୍କ ଦୁଆର ଆଗରେ ଜମିଛି ମାଳ ମାଳ ଲୋକଙ୍କ ଭିଡ଼। ସବୁ ତକ ସମବେଦନା ମୃତ ଲୋକ ପାଇଁ। ହେଲେ ଜୀବତ ଲୋକଟିକୁ ବି ଟିକେ ପଚାରନ୍ତୁ ସରକାର। ବାଲେଶ୍ବର ପୀଡ଼ିତାଙ୍କ ଦେହରେ ନିଆଁ ଲାଗିଥିବା ବେଳେ ନିଜ ଜୀବନକୁ ପାଣି ଛଡ଼ାଇ ତାଙ୍କୁ ଉଦ୍ଧାର କରିବା ପାଇଁ ଯାଇଥିବା ଜ୍ୟୋତିପ୍ରକାଶ ବିଶ୍ବାଳ ଏବେ କଟକ ବଡ ମେଡିକାଲର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଜ୍ୟୋତିପ୍ରକାଶଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏତେଟା ଭଲ ନାହିଁ। ପରିବାର ଲୋକ ଏବେ ଜ୍ୟୋତିପ୍ରକାଶ ସହିତ କଟକ ବଡ଼ ମେଡିକାଲରେ ଅଛନ୍ତି। ଏପରି ସ୍ଥିତିରେ ସରକାରୀ ସହଯୋଗ କାମନା କରିଛନ୍ତି ଜ୍ୟୋତିପ୍ରକାଶଙ୍କ ବାପା। ସେ ଗଣମାଧ୍ୟମରେ କହିଛନ୍ତି କି ‘‘ମୋ ପୁଅର ଦୁଇଟି ହାତ, ମୁହଁ ପୂରା ପୋଡ଼ି ଯାଇଛି। ସରକାର କିଛି ସାହାଯ୍ୟ କଲେ ଆମେ ତାକୁ ଉତ୍ତମ ଚିକିତ୍ସା ଯୋଗାଇ ପାରିବୁ।’’

    ଉ‌ଲ୍ଲେଖଯୋଗ୍ୟ, ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ସୌମ୍ୟାଶ୍ରୀଙ୍କ ଦେହାନ୍ତ ଖବର ଆସିବାପରେ ପୂରା ରାଜ୍ୟ ମର୍ମାହତ ହୋଇଛି ଏବଂ ଏହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଏସବୁ ଭିତରେ ସୌମ୍ୟାଶ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ଗୁରୁତର ହୋଇଥିବା ଛାତ୍ରଙ୍କୁ ସମସ୍ତେ ଯେମିତି ଭୁଲି ଯାଇଛନ୍ତି। ସୌମ୍ୟାଶ୍ରୀଙ୍କୁ ମରଣମୁହଁରୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିବା ଛାତ୍ର ଜଣକ ହେଉଛନ୍ତି ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ର ଜ୍ୟୋତିପ୍ରକାଶ ବିଶ୍ବାଳ। ସେ ଗୁରୁତର ହୋଇ ଏବେ ଆଇସିୟୁରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    0.5kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ