Friday, April 3, 2026
27 C
Odisha

    କଂଗ୍ରେସର ‘ପିଏମ୍‌ ଗାୟବ’ କଟାକ୍ଷର ଜବାବ ଦେଲା ବିଜେପି; ‘ପାକିସ୍ତାନ କା ୟାର୍‌’national

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କଂଗ୍ରେସ ସୋମବାର ରାତି‌ରେ ଏକ୍ସରେ ଏକ ପୋଷ୍ଟ୍‌ କରି ପ୍ରଧାନମନ୍ତ୍ରୀଙ୍କର ଏକ ମୁଣ୍ଡ ନଥିବା ଚିତ୍ର ଦେଇଥିଲା। ଫଟୋରେ ଏକ ହଳଦୀ ରଙ୍ଗର କୁର୍ତା, ଧଳା ପାଇଜାମା ଏବଂ କଳା ଜୋତା ଥିବା‌ ଏକ ପୁରୁଣା ଫଟୋ କଂଗ୍ରେସ ପୋଷ୍ଟ୍‌ କରିଥିଲା। କିନ୍ତୁ ଏଥିରେ ମୋଦୀଙ୍କ ମୁଣ୍ଡ କଂଗ୍ରେସ ରଖିନଥିଲା। ମୁଣ୍ଡ ସ୍ଥାନରେ ‘ଗାୟବ’ ଲେଖାଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୋଦୀଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନବାଚୀ ଉଠାଇ କଂଗ୍ରେସ ଏହି ପୋଷ୍ଟ୍‌ କରିଥିଲା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ ଚୌଧାରୀ କଂଗ୍ରେସର ଏହି ‘ଗ‌ାୟବ’ ଟ୍ବିଟ୍‌କୁ ରିଟ୍ବିଟ୍‌ କରି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଉକ୍ତ ପାକ୍‌ ମନ୍ତ୍ରୀ କହିଛନ୍ତି, ଏଭଳି ଭୟଙ୍କର ଆକ୍ରମଣ ସମୟରେ କଂଗ୍ରେସ ନିଜ ‌ଦେଶ ସହ ନରହି ପାକିସ୍ତାନ ସହ ରହିଛି। ଉକ୍ତ ନେତା ଜଣଙ୍କ ମଧ୍ୟ ମୋଦୀଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇଛନ୍ତି।

    ତେବେ ବିଜେପି ମଙ୍ଗଳବାର ସନ୍ଧ୍ୟାରେ ଏହାର କଡ଼ା ଜବାବ ଦେଇଛି। ଦଳ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଏକ ଚିତ୍ର ପୋଷ୍ଟ୍‌ କରିଛି। ଶାସକ ଦଳର ଜାତୀୟ ମୁଖପାତ୍ର ଆର୍‌ପି ସିଂହ ଜଣେ ବ୍ୟକ୍ତି ଏକ ଟାଇଟ୍‌ ଫିଟିଙ୍ଗ ଟି-ସାର୍ଟ ଏବଂ କଳା ରଙ୍ଗର ଟ୍ରାଉଜର ପିନ୍ଧିଥିବାବେଳେ ମୁଣ୍ଡରେ ଏକ ନେହରୁ କ୍ୟାପ୍‌ ପିନ୍ଧିଥିବା ଚିତ୍ର ପୋଷ୍ଟ୍‌ କରିଛନ୍ତି। ଉକ୍ତ ବ୍ୟକ୍ତି ତାଙ୍କ ହାତ ପଛକୁ କରି ଏକ ବଡ଼ ଛୁରୀ ଧରିଛନ୍ତି। ଏହି ବ୍ୟକ୍ତିଙ୍କର ନାଁ ଦିଆଯାଇନି। କିନ୍ତୁ ଚିତ୍ରଟି ସ୍ପଷ୍ଟ ଭାବେ ରାହୁଲ ଗାନ୍ଧୀଙ୍କୁ ଦର୍ଶାଉଛି। ଏହାର କ୍ୟାପସନ୍‌ ରହିଛି ‘ପାକିସ୍ତାନ୍ କା ୟାର’।  ଏହି ଫଟୋ ପୋଷ୍ଟ୍‌ କରାଯିବାର କିଛି ଘଣ୍ଟା ପରେ କଂଗ୍ରେସ ମୋଦୀଙ୍କ ‘ଗାୟବ’ ଫଟୋ ହଟାଇ ଦେଇଛି। ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ କଂଗ୍ରେସରେ ଅାଭ୍ୟନ୍ତରୀଣ କଳହ ବଢ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27 ° C
    27 °
    27 °
    42 %
    1.2kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ