Sunday, October 4, 2026
24.6 C
Odisha

    କଂଗ୍ରେସ ଛାଡିଲେ ବିଜୟ ପଟ୍ଟନାୟକ, ମେଲ୍‌ ଯୋଗେ AICCକୁ ପଠାଇଲେ ଇସ୍ତଫା ପତ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ । ମେଲ୍‌ ଯୋଗେ AICCକୁ ବିଜୟ ପଟ୍ଟନାୟକ ତାଙ୍କର ଇସ୍ତଫା ପତ୍ର ପଠାଇଥିବା ଜଣାପଡିଛି। ପ୍ରଶାସନିକ ଅଧିକାରୀରୁ କଂଗ୍ରେସ ନେତା ସାଜିଥିବା ବିଜୟ ପଟ୍ଟନାୟକ ଚଳିତ ନିର୍ବାଚନରେ ପାରଳାଖେମୁଣ୍ଡିରୁ ବିଧାନସଭା ନିର୍ବାଚନ ଲଢି ପରାଜିତ ହୋଇଥିଲେ। ତେବେ କଂଗ୍ରେସରୁ ଇସ୍ତଫା ଦେବାପରେ ବିଜୟ କହିଛନ୍ତି ଦଳରେ ମୋର କୌଣସି ଆବଶ୍ୟକତା ନଥିବା ଅନୁଭବ କଲି। ଦଳରେ କୌଣସି ପ୍ରେଷ୍ଟିଜ୍‌ ନାହିଁ। ମୁଁ କଂଗ୍ରେସ ପାଇଁ ୟୁଜ୍‌ଫୁଲ ନୁହେଁ, ଏଣୁ ମୁଁ ସେ ଦଳ ଛାଡିଲି। ଏଥି ସହିତ ଅନ୍ୟ ଦଳରେ ଯୋଗଦେବା ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ବିଜୟ କହିଛନ୍ତି ଆଉ କୌଣସି ଦଳରେ ଯୋଗଦେବାର ନାହିଁ। ଲୋକଙ୍କ ପାଖକୁ ଯିବି, ଲୋକଙ୍କ ପାଇଁ କାମ କରିବି। ସୂଚନାଯୋଗ୍ୟ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ୨୦୨୩ ଫେବୃଆରୀ ୧୩ରେ କଂଗ୍ରେସରେ ଯୋଗଦେଇଥିଲେ। ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ଉପସ୍ଥିତିରେ ପିସିସି ସଭାପତି ଶରତ ପଟ୍ଟନାୟକ,ସେହି ସମୟର ପ୍ରଭାରୀ ଚେଲ୍ଲା କୁମାର, କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ବେନୁଗୋପାଲ ପ୍ରମୁଖ ଉପସ୍ଥିତରେ ବିଜୟ କଂଗ୍ରେସରେ ଯୋଗଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    72 %
    1kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ