Saturday, April 18, 2026
41.4 C
Odisha

    ଜମ୍ମୁ-କଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଘୋଷଣା ହୋଇଛି ଜମ୍ମୁ-କଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ତାରିଖ । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସାମ୍ବାଦିକ ସମ୍ମିଳନୀ ହରିୟାଣା ଓ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି। ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଜମ୍ମୁ-କଶ୍ମୀରରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଅକ୍ଟୋବର ୪ରେ ଉଭୟ ରାଜ୍ୟର ଭୋଟ୍ ଗଣତି ହେବା ସହ ନିର୍ବାଚନ ଫଳାଫଳ ପ୍ରକାଶ କରାଯିବ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୂଚନା ଅନୁସାରେ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଅକ୍ଟୋବର ୧ ତାରିଖରେ ୯୦ ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ଏଠାରେ ୨ କୋଟି ୧ ଲକ୍ଷ ମତଦାତା ମତଦାନ କରିବେ । ଏଥିପାଇଁ ୨୦ ହଜାର ୨୬୯ ପୁଲିଂ ଷ୍ଟେସନର ବ୍ୟବସ୍ଥା କରାଯିବ । ୧୫୦ ରୁ ଅଧିକ ମେଡାଲ ପୁଲିଂ ବୁଥ୍ ରହିବ । ଅକ୍ଟୋବର ୧ରେ ଭୋଟ ଗ୍ରହଣ ପରେ ଅକ୍ଟୋବର ୪ରେ ଗଣନା କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    41.4 ° C
    41.4 °
    41.4 °
    13 %
    3.6kmh
    69 %
    Sat
    41 °
    Sun
    44 °
    Mon
    44 °
    Tue
    43 °
    Wed
    43 °

    ସମ୍ବନ୍ଧିତ