Thursday, March 12, 2026
36.2 C
Odisha

    କଟକରେ ଗୁଳିକାଣ୍ଡ ଘଟଣା : ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର, ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ

    ଆଗକୁ ପଢନ୍ତୁ

    କଟକ : କିଏ ଏବଂ କାହିଁକି କଲା ଗୁଳିମାଡ଼ ? କଟକ ପ୍ରେସ କଲୋନୀ ଗୁଳିକାଣ୍ଡ ଘଟଣାରେ ସାମ୍ନାକୁ ଆସିବ ସତ । ଖୁବ୍ ଶୀଘ୍ର ଧରାପଡିବ ଅପରାଧୀ । ତନାଘନା ତଦନ୍ତ କରୁଛି ପୋଲିସ । ହତ୍ୟାକାରୀ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଛି । ଘଟଣାସ୍ଥଳକୁ ଯାଇ ତଥ୍ୟ ପ୍ରମାଣ ସଂଗ୍ରହ କରିଛି ସାଇଣ୍ଟିଫିକ୍ ଟିମ୍ । ଘଟଣା ଘଟିଥିବା କ୍ୱାଟର୍ କବାଟ ତାଲା ଭାଙ୍ଗି ଭିତରକୁ ଯାଇ ଯାଞ୍ଚ କରିଛି ପୋଲିସ ଟିମ୍ । ଡିସିପି ନିଜେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି । ଅଟକ ଥିବା ଦୁଇ ଯୁବକଙ୍କୁ ପଚରାଉଚରା ଜାରି ରହିଛି । ଖୁବ୍ ଶୀଘ୍ର ହତ୍ୟାକାରୀ ପାଖରେ ପହଞ୍ଚିବ ପୋଲିସ ।

    କାଲି ସନ୍ଧ୍ୟାରେ କଟକ ମଧୁପାଟଣା ପ୍ରେସ କଲୋନୀରେ ଗୁଳିମାଡ଼ ହୋଇଥିଲା। ଭୋଜି ଚାଲିଥିବା ବେଳେ ହଠାତ ଯୁବକଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର। ମୃତ ଯୁବକ ନୂଆପଡାର ସୌମ୍ୟ ରଞ୍ଜନ ଜେନା । ତାଙ୍କ ପେଟ ଓ ଛାତି ର ମଝିରେ ଗୁଳି ବାଜିଥିଲା । ତେବେ ପୂର୍ବ ଶତ୍ରୁତାକୁ ନେଇ ଗୁଳି ମାରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.2 ° C
    36.2 °
    36.2 °
    8 %
    3.9kmh
    0 %
    Thu
    37 °
    Fri
    39 °
    Sat
    40 °
    Sun
    40 °
    Mon
    38 °

    ସମ୍ବନ୍ଧିତ