Sunday, August 23, 2026
27.5 C
Odisha

    କଟକରେ ଗୋଷ୍ଠୀ ସଂଘର୍ଷ, ଉଭୟ ଗୋଷ୍ଠୀ ମଧ୍ଯରେ ଢେଲା ପଥର ମାଡ଼

    ଆଗକୁ ପଢନ୍ତୁ

    କଟକ: କଟକରେ ଗୋଷ୍ଠୀ ସଂଘର୍ଷ । ରାଜାବଗିଚା ଅଞ୍ଚଳରେ ହୋଇଛି ଗୋଷ୍ଠୀ ସଂଘର୍ଷ । ଉଭୟ ଗୋଷ୍ଠୀ ମଧ୍ଯରେ ଢେଲା ପଥର ମାଡ଼ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଗୋଷ୍ଠୀ ସଂଘର୍ଷ । ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

    ସୂଚନାଯୋଗ୍ୟ ଗତବର୍ଷ, କଟକରେ ଗୋଷ୍ଠୀ ସଂଘର୍ଷ ଘଟଣା ସାମ୍ନାକୁ ଆସିଥିଲା । ଦୋଳ ବିମାନ ଯିବାବେଳେ ଏହି ମାରପିଟ୍ ହୋଇଥିଲା । ଉତ୍ତମାପୁର-ସୁଭଦ୍ରାପୁର ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡିଥିଲା । ଏହି ଘଟଣାରେ ଢେଲାପଥର ମାଡ଼ ସହ ମାରଣାସ୍ତ୍ରରେ ଆକ୍ରମଣ ଅଭିଯୋଗ ହୋଇଥିବାରୁ ଉଭୟ ପକ୍ଷରୁ ଏକାଧିକ ଲୋକ ଆହତ ହୋଇଥିଲେ । ତେବେ ସୀମା ବିବାଦକୁ ନେଇ ଏଭଳି ଉତ୍ତେଜନା ହୋଇଥିବା ଜଣାପଡିଥିଲା । ଅନ୍ୟପଟେ ପରିସ୍ଥିତିକୁ ସମ୍ଭାଳିବାକୁ ସେଠାରେ ବ୍ୟାପକ ପୋଲିସ କର୍ମୀ ମୁତୟନ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    84 %
    1.7kmh
    100 %
    Sun
    27 °
    Mon
    28 °
    Tue
    26 °
    Wed
    26 °
    Thu
    26 °

    ସମ୍ବନ୍ଧିତ