Tuesday, September 15, 2026
24 C
Odisha

    ବେଆଇନ କଫ୍ ସିରଫ୍ କାରବାର୍, ଜବତ ହୋଇଛି ୭୧ ପେଟି କଫ୍ ସରିଫ୍

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବେଆଇନ କଫ ସିରଫ କାରବାରର ପର୍ଦ୍ଦାଫାସ । ଭୁବନେଶ୍ବର ଦେଇ ବାଲେଶ୍ବର ଚାଲାଣ ବେଳେ ଜବତ ହେଲା କଫସିରପ ବୋଝେଇ କଣ୍ଟେନର । ନଖରା ସ୍ଥିତ ଭିଆରଏଲ୍ ଲଜିଷ୍ଟିକ ଷ୍ଟକ୍ ହାଉସରେ ଏସଟିଏଫ ଓ ଡ୍ରଗ କଣ୍ଟ୍ରୋଲର ମିଳିତ ଚଢାଉ ବେଳେ ଜବତ ହୋଇଛି ୭୧ ପେଟି କଫ ସରିଫ । ପେଟିରେ ପ୍ରାୟ ୮ ହଜାର ୪ ଶହ ବୋତଲ କଫସିରପ ଥିବା ଏସଟିଏଫ କହିଛି । ପ୍ରୟାଗରାଜରୁ ପ୍ରସ୍ତୁତ ହୋଇ ଆସିଥିଲା ଏହି କଫ୍ ସିରପ । ଭୁବନେଶ୍ୱର ଦେଇ ବାଲେଶ୍ବର ଚାଲାଣ ବେଳେ ଖବର ପାଇ ରେଡ କରିଥିଲା ଏସଟିଏଫ୍ ଡ୍ରଗ୍ କଣ୍ଟ୍ରୋଲ ବୋର୍ଡ ।

    ସୂଚନାଯୋଗ୍ୟ, ଗତବର୍ଷ ତାମିଲନାଡୁରେ କଫ ସିରଫ ପିଇ କିଛି ଛୁଆଙ୍କ ମୃତ୍ୟୁ ପରେ ପୋଲିସ ସଜାଗ ହୋଇଯାଇଥିଲା । ସମ୍ବଲପୁର ପୋଲିସ ଏକ ବଡ଼ ଧରଣର ଚଢାଉ କରି ୫ ହଜ଼ାର କଫ ସିରଫ ସହ ୨୦ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା । ୫୧୦୦ ବୋତଲ କୋରେକ୍ସ ବରେଇପାଲି ପୋଲିସ ଜବତ କରି ୨୦ ଜଣଙ୍କୁ ଗିରଫ କରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24 ° C
    24 °
    24 °
    88 %
    0.9kmh
    0 %
    Mon
    24 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ