Sunday, February 1, 2026
30 C
Odisha

    କଟକରେ ବି ୨ ଘଣ୍ଟା ଫୁଟିବ ବାଣ, ଗଳିକନ୍ଦିରେ ପୋଲିସ କରିବ ପେଟ୍ରୋଲିଂ

    ଆଗକୁ ପଢନ୍ତୁ

    କଟକ : ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଭୁବନେଶ୍ବର ଭଳି କଟକରେ ବି ୨ ଘଣ୍ଟା ଫୁଟିବ ବାଣ । ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ସହରବାସୀକୁ ଅପିଲ କରିଛନ୍ତି କଟକ ଡିସିପି । ଗଳିକନ୍ଦିରେ ପୋଲିସ ପେଟ୍ରୋଲିଂ ଚାଲିବ । ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କମିଶନରେଟ୍ ପୋଲିସ । ବାଣ ଫୁଟାଇବା ସମୟରେ ଛୋଟ ପିଲାମାନଙ୍କ ପାଖରେ ଅଭିଭାବକ ଉପସ୍ଥିତ ରହିବା ଉଚିତ । ସବୁଜ ବାଣ ବ୍ୟବହାର କରି ଦୀପାବଳୀ ପାଳନ କରିବାକୁ କହିଛନ୍ତି ଡିସିପି । କାଳୀପୂଜା ଥିବାରୁ ପୂଜା ମଣ୍ଡପ ଓ ସମ୍ବେଦନଶୀଳ ସ୍ଥାନରେ ରହିବେ ପୋଲିସ । କଡ଼ା ନଜର ରଖିବ ପୋଲିସ, ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30 ° C
    30 °
    30 °
    26 %
    3.2kmh
    87 %
    Sun
    28 °
    Mon
    31 °
    Tue
    31 °
    Wed
    32 °
    Thu
    33 °

    ସମ୍ବନ୍ଧିତ