Thursday, October 8, 2026
29.4 C
Odisha

    କଟକ ଏସସିବି ମେଡିକାଲରେ ପୁଣି ସଫଳ ହେଲା କିଡନୀ ପ୍ରତିରୋପଣ ଅସ୍ତ୍ରୋପଚାର

    ଆଗକୁ ପଢନ୍ତୁ

    କଟକ ଏସସିବି ମେଡିକାଲରେ ପୁଣି ସଫଳ ହେଲା କାର୍ଡାଭାରିକ କିଡନୀ ପ୍ରତିରୋପଣ ଅସ୍ତ୍ରୋପଚାର। ଗତ କାଲି ବିଳମ୍ବିତ ରାତିରେ କାଡାଭୋରିକ୍ କିଡନି ପ୍ରତିରୋପଣ ହୋଇଛି । ସୌମ୍ୟଙ୍କ ପାଇଁ ଲକ୍ଷ୍ମୀନାରାୟଣ ପାଇଲେ ନୂଆ ଜୀବନ । ପୁରା ପରିବାରରେ ଖେଳିଯାଇଛି ଆନନ୍ଦର ଲହରୀ ।

    ଖୋର୍ଦ୍ଧା କଣ୍ଟିଲୋ ଅଞ୍ଚଳର ସୌମ୍ୟରଞ୍ଜନ ବେହେରା (୩୭)ଙ୍କ କିଡନି କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଅଞ୍ଚଳର ଲକ୍ଷ୍ମୀନାରାୟଣ ପତି (୪୩)ଙ୍କ ଶରୀରରେ ସଫଳତାର ସହ ପ୍ରତିରୋପଣ କରାଯାଇଛି।

    ତେବେ ଗତ ୧୨ ତାରିଖରେ ହଠାତ ଅଚେତ ହେବାରୁ ସୌମ୍ୟରଞ୍ଜନଙ୍କୁ ପରିବାର ଲୋକ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ସୌମ୍ୟରଞ୍ଜନଙ୍କର ବ୍ରେନଷ୍ଟ୍ରୋକ ହୋଇଥିଲା। ପରେ ଡାକ୍ତର ତାଙ୍କୁ ବ୍ରେନ ଡେଡ ଘୋଷଣା କରାଯାଇଥିଲା। କିନ୍ତୁ ପରିବାର ଲୋକଙ୍କ ସହମତିକ୍ରମେ ସୌମ୍ୟରଞ୍ଜନଙ୍କ ଦୁଇଟି କିଡ଼ନି ଓ ଲିଭର କଢ଼ାଯାଇଥିଲା।

    ସେଥିମଧ୍ୟରୁ ଗୋଟିଏ କିଡନି ଓ ଲିଭରକୁ ଘରୋଇ ହସ୍ପିଟାଲର ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିବାବେଳେ ଅନ୍ୟ କିଡନିକୁ ଗ୍ରିନ କରିଡରରେ କଟକ ଏସସିବି ମେଡିକାଲକୁ ଅଣାଯାଇ ଲକ୍ଷ୍ମୀନାରାୟଣଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା।

    ମେଡିକାଲର ନେଫ୍ରୋଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଅରୁଣା ଆଚାର୍ଯ୍ୟ, ୟୁରୋଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସମୀର ସ୍ବାଇଁ, ଡାକ୍ତର ସଞ୍ଜୟ ଚୌଧୁରୀ, ଡାକ୍ତର ପ୍ରମୋଦ ମହାନ୍ତି, ଆନେସ୍ପେସିଆ ଡାକ୍ତର ଉଦୟ ବେହେରା, ଡାକ୍ତର ଦିଲୀପ, ଡାକ୍ତର ଧୀରଜ,ଡାକ୍ତର ଆଶିଷ ପ୍ରତିରୋପଣରେ ନିୟୋଜିତ ଥିଲେ। ଲକ୍ଷ୍ମୀନାରାୟଣଙ୍କ ଦୁଇଟି କିଡ଼ନି ନଷ୍ଟ ହୋଇଥିବା ବେଳେ ଦୀର୍ଘ ୧୨ ବର୍ଷ ହେବ ତାଙ୍କର ଏସସିବିରେ ଡାଏଲିସିସ କରାଯାଉଥିଲା । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.4 ° C
    29.4 °
    29.4 °
    61 %
    1.4kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ