Friday, June 5, 2026
32.5 C
Odisha

    ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରେ ବଢୁଛି ହଇଜା ଆକ୍ରାନ୍ତଙ୍କ ସଂଖ୍ୟା, ଝାଡାବାନ୍ତିରେ ୧ ମୃତ୍ୟୁ

    ଆଗକୁ ପଢନ୍ତୁ

    ପୁରୀ : ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରତିଦିନ ହଇଜା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ବିଶେଷ କରି କଣାସ ଅଞ୍ଚଳରେ ଝାଡାବାନ୍ତିରେ ଜଣଙ୍କ ମୃତ୍ୟୁ ହେବା ସହ ପ୍ରତିଦିନ ୧୫ରୁ ୨୦ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି । କଣାସ ବ୍ଲକରେ ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖାଯାଇଛି । ଓଭର ହେଡ୍ ଟ୍ୟାଙ୍କକୁ କ୍ଲୋରିଫିକେଶନ ସହ ବାଇପାସ ଉତ୍ସ କୌଣସି ପରିସ୍ଥିତିରେ ବ୍ୟବହାର ହେବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

    ବିଶୁଦ୍ଧ ପାନୀୟ ଜଳ ଯୋଗାଯାଉଛି। ହଇଜା ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି । ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସହ ବିଭାଗୀୟ ଅଧିକାରୀ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ଆସନ୍ତା ଏକ ସପ୍ତାହ ପରେ ପୁର୍ନବାର ସ୍ଥିତିର ସମୀକ୍ଷା କରାଯିବ।

    ବିଶେଷ କରି ଟ୍ୟାଙ୍କର ମାଧ୍ୟମରେ ପାଣି କେଉଁ ସୂତ୍ରରୁ ଆସିଛି ତା ଉପରେ ମଧ୍ୟ ନଜର ରଖାଯାଇଛି । ଦୟା ନଦୀ ଜଳ ପ୍ରଦୂଷିତ ହୋଇଛି । ଏତେ ବଡ ନଦୀକୁ ଏକ ସମୟରେ ବିଶୋଧନ କରିବା ସମ୍ଭବପର ନୁହେଁ । ନଦୀର ଯେଉଁ ଯେଉଁ ଉତ୍ସରୁ ପାଣି ବ୍ୟବହାର ହେଉଛି ତା ଉପରେ ମଧ୍ୟ ନଜର ରଖାଯାଇଛି । ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିବା କହିଛନ୍ତି ଜିଲ୍ଲାପାଳ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    32.5 ° C
    32.5 °
    32.5 °
    46 %
    2.8kmh
    67 %
    Fri
    31 °
    Sat
    41 °
    Sun
    40 °
    Mon
    42 °
    Tue
    43 °

    ସମ୍ବନ୍ଧିତ