Saturday, January 18, 2025
13.2 C
Odisha

    କଟକ ତାଲିମ କେନ୍ଦ୍ରରେ ବନ୍ଧା ପଡିଛନ୍ତି ୧୮ ଯୁବତୀ! ହେମଗିରି ବିଡିଓଙ୍କ ବିରୋଧରେ ଯୁବତୀ ଚାଲାଣ ଅଭିଯୋଗ

    ଆଗକୁ ପଢନ୍ତୁ

    ରାଉରକେଲା: ହେମଗିରି ବ୍ଲକ ପ୍ରଶାସନ ପକ୍ଷରୁ ଧନ୍ଦାମୂଳକ ତାଲିମ ପାଇଁ କଟକ ପଠା ଯାଇଥିବା ୧୮ଜଣ ଝିଅଙ୍କ ଅଭିଭାବକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱନାଥ ସାହୁଙ୍କ ବିରୋଧରେ ସୋମବାର ସନ୍ଧ୍ୟାରେ ହେମଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେମାନେ ବିଡିଓଙ୍କ ବିରୋଧରେ ଯୁବତୀ ଚାଲାଣ ଅଭିଯୋଗ ଆଣିଛନ୍ତି । ସଂପୃକ୍ତ ଅଭିଭାବକଙ୍କ ଲିଖିତ ଅଭିଯୋଗ ଅନୁଯାୟୀ, ବିଡିଓଙ୍କ କହିବା ଅନୁସାରେ ସେମାନେ ତାଙ୍କ ଝିଅଙ୍କୁ ଓଡ଼ିଶା ସ୍କିଲ ଡେଭଲପମେଣ୍ଟ ସଂସ୍ଥାକୁ କମ୍ପ୍ୟୁଟର ଶିକ୍ଷା ପାଇଁ ପଠାଇ ଥିଲେ । ପରେ ତାଙ୍କ ପରାମର୍ଶ କ୍ରମେ ଉଚ୍ଚ ତାଲିମ ପାଇଁ କଟକ ଖଣ୍ଡସାହି ତାଲିମ କେନ୍ଦ୍ରକୁ ପଠା ଯାଇଥିଲା । ଦେଢ଼ ମାସିଆ ତାଲିମ ସରିବା ପରେ ସଂପୃକ୍ତ ଝିଅ ମାନଙ୍କୁ ତାମିଲନାଡୁ ଯିବାକୁ କୁହାଯାଉଛି । ତାମିଲନାଡୁ ନ ଗଲେ ୩୯ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ତାଗିଦ କରାଯାଉଛି । ତାହା ଶୁଣି ଅଭିଭାବକମାନେ ସଂପୃକ୍ତ ତାଲିମ କେନ୍ଦ୍ରକୁ ଗଲା ପରେ ସଠାରେ ତାଙ୍କ ଝିଅ ମାନଙ୍କ ସହିତ ଭେଟ ହେବାର ସୁଯୋଗ ଦିଆ ଯାଇ ନ ଥିଲା । ସେମାନେ ତିନି ଦିନ ବୁଲିବା ପରେ ଶେଷରେ ନିଶ୍ଚିନ୍ତ କୋଇଲି ଥାନାର ଦ୍ୱାରସ୍ଥ ହୋଇଥିଲେ । ପୁଲିସ ହସ୍ତକ୍ଷେପ ପରେ ତାଙ୍କ ଝିଅ ମାନଙ୍କ ସହିତ ସାକ୍ଷାତ କରିବାକୁ ସୁଯୋଗ ଦିଆ ଯାଇଥିଲା । ମାତ୍ର ଏମାନଙ୍କୁ କୁଆଡେ ବିଡିଓଙ୍କ ସହିତ ଚୁକ୍ତି କରି ଆଣିଛୁ, ତୁମ ଝିଅ ମାନଙ୍କୁ ଘରକୁ ନେବାକୁ ଚାହିଁଲେ ୩୯ ହଜାର ଟଙ୍କା ଲେଖାଏଁ ଦେବାକୁ ତାଲିମ ଅନୁଷ୍ଠାନର କର୍ମକର୍ତ୍ତା କହିଥିଲେ । ତେଣୁ ସେମାନେ ବାଧ୍ୟ ହୋଇ ଘରକୁ ଫେରି ଆସି ବିଡିଓଙ୍କୁ ଘେରିଥିଲେ । ତଥାପି ତାଲିମ କେନ୍ଦ୍ରର ଅଧୀକ୍ଷକ ଆମ୍ଭେ ଛୁଆ ମାନଙ୍କୁ ତାମିଲନାଡୁ ପଠେଇ ଦେବୁ କହି ଧମକ ଦେଉଥିବା ସେମାନେ ଦର୍ଶାଇ ତୁରନ୍ତ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି । ଏ ନେଇ ବିଡିଓ ଶ୍ରୀ ସାହୁଙ୍କ ପ୍ରତିକ୍ରିୟା ଲୋଡ଼ିବା ପାଇଁ ଉଦ୍ୟମ କରା ଯାଇଥିଲେ ହେଁ ଫୋନ ଉଠାଉ ନ ଥିବାରୁ ସମ୍ଭବ ହୋଇନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    13.2 ° C
    13.2 °
    13.2 °
    43 %
    1.1kmh
    1 %
    Sat
    28 °
    Sun
    30 °
    Mon
    31 °
    Tue
    32 °
    Wed
    32 °

    ସମ୍ବନ୍ଧିତ