Sunday, September 27, 2026
29.2 C
Odisha

    କାଳ ହେଲା ଘନ କୁହୁଡ଼ି ଓଲଟିଲା ବସ୍‌, ୭ ଆହତ

    ଆଗକୁ ପଢନ୍ତୁ

    ବେଗୁନିଆ : ୫୭ ନମ୍ୱର ଜାତୀୟ ରାଜପଥର ବାଘମାରୀ ପେଟ୍ରୋଲ ପମ୍ପ୍ ନିକଟରେ ଥିବା ଇଟା ଫ୍ୟାକ୍ଟ୍ରି ନିକଟରେ ରବିବାର ବିଳମ୍ୱିତ ରାତିରେ ଏକ ଯାତ୍ରୀବାହୀ ବସ୍ ଓଲଟି ୭ ଜଣ ଆହତ ହୋଇଛନ୍ତି । ବାଘମାରୀ ଥାନା ଅଧିକାରୀ ଶମ୍ଭୁନାଥ ନାୟକଙ୍କ ସୂଚନା ଅନୁଯାୟୀ, \”ଖୁସି’ ବସ୍ ବରଗଡ଼ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାର ବାମ ପାଶ୍ୱର୍କୁ ଓଲଟି ପଡ଼ିଥିଲା । ଏଥିରେ ୬ ଜଣ ବ୍ୟକ୍ତିଙ୍କ ସମେତ ଜଣେ ଶିଶୁ ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହଯୋଗରେ ବେଗୁନିଆ ଅଗ୍ନିଶମ କର୍ମଚାରୀ ଆହତଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.2 ° C
    29.2 °
    29.2 °
    69 %
    3.8kmh
    30 %
    Sun
    29 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ